Latest Odisha News

BREAKING NEWS

ସେନାର ଆର୍ଟିଲରି ରେଜିମେଣ୍ଟରେ ପ୍ରଥମଥର ଲାଗି ସାମିଲ୍ ହେଲେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମଥର ଲାଗି ଆର୍ଟିଲରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ସାମିଲ୍ କରାଯାଇଛି । ଶନିବାର ଚେନ୍ନାଇରେ ପାସିଂ ଆଉଟ୍ ପରେଡ୍ ପରେ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲରି ରେଜିମେଣ୍ଟରେ ନିଯୁକ୍ତି ମିଳିଛି । ୨ ଜଣଙ୍କୁ ପାକିସ୍ତାନ ସୀମାରେ ମୁତୟନ ୟୁନିଟରେ ପୋଷ୍ଟିଂ ମିଳିଥିବା ବେଳେ ୩ ଜଣଙ୍କୁ ଚୀନ ସୀମାରେ ମୁତୟନ ୟୁନିଟରେ ସାମିଲ୍ କରାଯାଇଛି ।

ଗଲୱାନ ହିଂସାରେ ସହିଦ ହୋଇଥିବା ଯବାନ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହଙ୍କୁ ମଧ୍ୟ ସେନାରେ ସାମିଲ୍ କରାଯାଇଛି । ରେଖା ଟ୍ରେନିଂ ଶେଷ କରିବା ପରେ ସେନାରେ ଲେଫ୍ଟିନାଣ୍ଟ ପଦରେ ଭର୍ତ୍ତି ହୋଇଛନ୍ତି । ଦୀପକ ସିଂହଙ୍କୁ ତାଙ୍କ ବୀରତ୍ୱ ପାଇଁ ବୀର ଚକ୍ର ମିଳିଥିଲା ।

ଆର୍ଟିଲରି ରେଜିମେଣ୍ଟରେ ନିଯୁକ୍ତି ପାଇଥିବା ସମସ୍ତ ୫ ଜଣ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ତାଲିମ୍ ନେଇଥିଲେ । ଯେଉଁଠି ସେମାନଙ୍କୁ ପୁରୁଷଙ୍କ ଭଳି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଥିଲା ।

ଜାନୁଆରୀରେ ଆର୍ମି ଚିଫ୍ ଜେନେରାଲ୍ ମନୋଜ ପାଣ୍ଡେ ଆର୍ଟିଲରି ରେଜିମେଣ୍ଟରେ ମହିଳା ଅଫିସରଙ୍କୁ ସାମିଲ୍ କରିବା ନେଇ ଘୋଷଣା କରିଥିଲେ । ପରେ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ କେନ୍ଦ୍ର ସରକାର ।

Leave A Reply

Your email address will not be published.