Latest Odisha News

BREAKING NEWS

କାହିଁକି ରାଜନୀତିରୁ ଦୂରେଇ ଯାଇଥିଲେ ଅମିତାଭ ବଚ୍ଚନ?

ମୁମ୍ବାଇ: ଆଜି ବଲିଉଡ୍‌ର ସେହେନ୍‌ସା ଅମିତାଭ ବଚ୍ଚନଙ୍କ ୭୮ତମ ଜନ୍ମଦିନ। ଗତ ଶତାବ୍ଦୀର ସୁପ୍ରସିଦ୍ଧ କଳାକାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ସହିତ ରାଜନୀତିରେ ମଧ୍ୟ ନିଜର ଭୂମିକା ଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ ସେ। ସେମାନଙ୍କ ବନ୍ଧୁତାର କାହାଣୀ ସମଗ୍ର ଦେଶରେ ପ୍ରସିଦ୍ଧ ଥିଲା।

କଂଗ୍ରେସ ପାର୍ଟି ଟିକେଟ୍ ରେ ଅମିତାଭ ୧୯୮୪ରେ ଲୋକସଭା ନିର୍ବାଚନ ​​ଜିତିଥିଲେ। ସେ ଆହ୍ଲାବାଦ ଲୋକସଭା ଆସନରୁ ହେମବତୀ ନନ୍ଦନ ବାହୁଗୁନାଙ୍କୁ ପରାସ୍ତ କରିଥିଲେ। ହେମବତୀ ନନ୍ଦନ ବାହୁଗୁନା ସେ ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ।

ଏହି ବିଜୟ ଅମିତାଭଙ୍କୁ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲା। ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସର ଦାୟିତ୍ୱ ଭାର ରାଜୀବ ଗାନ୍ଧୀଙ୍କ କାନ୍ଧରେ ପଡିଥିଲା। ସେ ଅମିତାଭଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପ୍ରବର୍ତ୍ତାଇଥିଲେ।

ସେତେବେଳେ କଂଗ୍ରେସ ଦଳର ବିଶ୍ୱାସ ଥିଲା ​​ଯେ ଅମିତାଭ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଆହ୍ଲାବାଦ ଲୋକସଭା ଆସନରୁ ହେମବତୀ ନନ୍ଦନ ବାହୁଗୁନାଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କୁ ଚ୍ୟାଲେଞ୍ଜ କରିପାରିବେ।

୧୯୮୭ ରେ, ବୋଫର୍ସ ଦୁର୍ନୀତି ସାରା ଦେଶରେ ଆଲୋଚନା ବିଷୟ ପାଲଟିଥିଲା। ଏହି ପ୍ରସଙ୍ଗ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବିରୋଧୀ ଦଳ ରାଜୀବ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ।

ତେବେ ଏହି ଘୋଟାଲାରେ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ସାମିଲ୍‌ ଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ଅମିତାଭ ରାଜନୀତିରୁ ଇସ୍ତଫା ଦେଇଥିଲେ। ଏକ ସାକ୍ଷାତକାରରେ ବିଗ୍ ବି କହିଥିଲେ ଯେ, ତାଙ୍କର ସବୁଠାରୁ ବଡ ଭୁଲ ହେଉଛି ରାଜନୀତିରେ ପ୍ରବେଶ କରିବା।

ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିରୁ ଉଭୟ ବଚ୍ଚନ ଏବଂ ଗାନ୍ଧୀ ପରିବାର ମଧ୍ୟରେ ଥିବା  ‌ଘନିଷ୍ଠ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଇନ୍ଦିରାଙ୍କ କଠୋର ନିୟମ ବଲିଉଡକୁ ମଧ୍ୟ ପ୍ରଭାବିତ କରିଥିଲା। ଯଦି ଅମିତାଭ ଏହି ସମୟରେ ଚୁପ୍ ରହଉଥିଲେ ତେବେ ତାର ସମାଲୋଚନା ମଧ୍ୟ କରାଯାଉଥିଲା।

ଏହାପରେ ସେ ଗାନ୍ଧୀ ପରିବାରଠାରୁ ଦୂରରେ ରହିବା ଆରମ୍ଭ କରିଥିଲେ। ଏଭଳି ମତଭେଦ ଯୋଗୁ ୧୯୯୧ରେ ରାଜୀବଙ୍କ ହତ୍ୟା ପରେ ସୋନିଆ ବଚ୍ଚନ ପରିବାରର ସମର୍ଥନ ଆଶା କରିଥିଲେ ମଧ୍ୟ ସାହାଯ୍ୟ ପାଇ ନଥିଲେ।

Leave A Reply

Your email address will not be published.