Latest Odisha News

BREAKING NEWS

‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହିତ: AM/NS INDIAର ଅତ୍ୟାଧୁନିକ ଅଟୋମୋଟିଭ୍ ଇସ୍ପାତ ଉତ୍ପାଦନ ଲାଇନ୍ ଉଦଘାଟିତ

ହାଜିରା/ନୂଆଦିଲ୍ଲୀ: ଆର୍ସଲରମିତ୍ତଲ ନିପ୍ସନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ପକ୍ଷରୁ ଆଜି ଗୁଜରାଟର ହାଜିରାଠାରେ ଅବସ୍ଥିତ ଏହାର ପ୍ରମୁଖ କାରଖାନାରେ ଜାପାନର ରାଷ୍ଟ୍ରଦୂତ କେଇଚି ଓନୋଙ୍କ ଦ୍ବାରା ଏକ ଆଧୁନିକ ପିକଲିଂ ଲାଇନ୍ ଏବଂ ଟାଣ୍ଡେମ୍ କୋଲ୍ଡ ମିଲ୍ (ପିଏଲଟିସିଏମ୍) ଉଦଘାଟିତ ହୋଇଯାଇଛି। ବାର୍ଷିକ ୨ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏହି ଅତ୍ୟାଧୁନିକ ପିଏଲଟିସିଏମର ଉଦଘାଟନ ଦ୍ବାରା ଏମ୍/ଏନଏସ୍ ଇଣ୍ଡିଆର ଅଟୋମୋଟିଭ୍
ଉତ୍ପାଦନ କ୍ଷମତାରେ ଗୁରୁତ୍ବପୂର୍ଣ୍ଣ ବୃଦ୍ଧି ହେବ। ଖୁବ୍ ଶୀଘ୍ର ଏହି ୟୁନିଟ୍ ଉଚ୍ଚ-ଗୁଣବତ୍ତା ବିଶିଷ୍ଟ କୋଲ୍ଡ-ରୋଲଡ ବେସ୍ ଷ୍ଟିଲ୍ ଉତ୍ପାଦନ ଆରମ୍ଭ କରିବ, ଯାହାଦ୍ବାରା ବିଶ୍ବସ୍ତରୀୟ ଏଭଳି କ୍ଷେତ୍ରରେ ପ୍ରଥମ ପ୍ରକାରର ତଥା ପେଟେଣ୍ଟପ୍ରାପ୍ତ ଷ୍ଟିଲ୍‌ ସମାଧାନର ନିର୍ମାଣ ସମ୍ଭବ ହୋଇପାରିବ। ଏହି ସମାଧାନ ଏହାର ମୂଳ କମ୍ପାନୀ ଆର୍ସଲରମିତ୍ତଲ ଏବଂ ନିପ୍ସନ୍ ଷ୍ଟିଲର ଉନ୍ନ‌ତ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ। ଏହି ନୂତନ ଲାଇନ ଅଟୋମୋଟିଭ୍ ଶିଳ୍ପର ବର୍ଦ୍ଧିତ ଆବଶ୍ୟକ‌ତା ପୂରଣ କରିବା ପାଇଁ ଭାରତକୁ ଭାଗ ଆଧୁନିକ ଉଚ୍ଚ ଶକ୍ତି ସମ୍ପନ୍ନ ଇସ୍ପାତ (ଏଏଚଏସ୍ଏସ୍) ଉତ୍ପାଦନରେ ସମ୍ପୂର୍ଣ୍ଣ ସ୍ବାବଲମ୍ବୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।

ଭାରତର ସବୁଠାରୁ ଆଧୁନି ଉତ୍ପାଦନ ଲାଇନଗୁଡ଼ିକ ମଧ୍ୟରୁ ଅନ୍ୟତମ, ଏହି ୟୁନିଟ୍ ନିଜ ମୂଳ କମ୍ପାନୀଗୁଡ଼ିକର ଉନ୍ନତ ବୈଷୟିକ କୌଶଳ ପ୍ରୟୋଗ କରି ଅତ୍ୟାଧୁନିକ ପ୍ରକ୍ରିୟାଗତ ପ୍ରଯୁକ୍ତିବିଦ୍ୟା, ଉତ୍କୃଷ୍ଟ ଅଟୋମେସନ ଏବଂ ବିଶ୍ବସ୍ତରୀୟ ଗୁଣବତ୍ତା ପ୍ରଣାଳୀରେ ସୁସଜ୍ଜିତ ଅଛି। ଆଧୁନିକ ଅଟୋମୋଟିଭ୍ ଇସ୍ପାତ ଉତ୍ପାଦନରେ ସହାୟତା ନିମନ୍ତେ ଉଚ୍ଚ ଶକ୍ତି ସମ୍ପନ୍ନ ଇସ୍ପାତ (ଏଏଚଏସ୍ଏସ୍), ଗାଲଭାନିଲ୍ଡ (ଜିଏ), ଗାଲଭାନାଇଜଡ୍ (ଜିଆଇ), ଏବଂ ପ୍ରେସ୍ ହାର୍ଡନେଡ୍ ଷ୍ଟିଲ୍ (ପିଏଚଏସ) ଅନୁପ୍ରୟୋଗ ପାଇଁ ଏହି ୟୁନିଟ୍ ର ପରିକଳ୍ପନା କରାଯାଇଛି। ଏହି ୟୁନିଟ୍ ଦେଶର ଅନ୍ୟ ମିଲ୍ ତୁଳନାରେ ଉନ୍ନତ ସ୍ଥିତିରେ ରହିବା ସହିତ ସମସ୍ତ ଅଟୋମୋଟିଭ୍ କମ୍ପାନୀଗୁଡ଼ିକୁ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଦେବାର କ୍ଷମତା ରଖୁଛି। ଏହି ସମାଧାନଗୁଡ଼ିକ ବିଶ୍ବସ୍ତର ସ୍ବସ୍ତରୀୟ ଦୀର୍ଘସ୍ଥାୟୀତ୍ବ ମାନକକୁ ପୂରଣ କରିବା ସହିତ ଉନ୍ନତମାନର କାର୍ଯ୍ୟଦକ୍ଷତା ଏବଂ ପ୍ରଦର୍ଶନ ପାଇଁ ଯାନବାହାନକୁ ହାଲୁକା କରିବା ଏବଂ ଭାରତ ଏନସିଏପି (ବି ଏନସିଏପି) ମାନକ ଅନୁରୂପ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ପରିକଳ୍ପନା କରାଯାଇଛି।

ଏହି ଉତ୍ସର୍ଗୀକୃତ ଅଟୋମୋଟିଭ୍ ଲାଇନ ଆର୍ସଲରମିତ୍ତଲ ନିପ୍ସନ୍ ଷ୍ଟିଲ ଇଣ୍ଡିଆର ଡାଉନଷ୍ଟ୍ରିମ୍ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବା ସ‌ହିତ ବିଶ୍ବସ୍ତରୀୟ ମାନଦଣ୍ଡ ସହ ସମନ୍ଵୟ ରକ୍ଷା କରି ୧୧୮୦ ଏମପିଏର ଦୃଢ଼ତା ସ୍ତର ସହିତ ଏଏଚଏସ୍ଏସ୍ ଉତ୍ପାଦନରେ ସହାୟତା କରିବ।
ଏହି ଉଦଘାଟନ, ଅପଷ୍ଟ୍ରିମ୍, ଡାଉନଷ୍ଟ୍ରିମ୍ ଏବଂ ଅନ୍ୟ ସହାୟକ ୟୁନିଟକୁ ବିକଶିତ କରିବା ପାଇଁ ଏଏମ୍/ଏନଏସ୍ ଇଣ୍ଡିଆର ଗୁଜରାଟର ହାଜିରାଠାରେ ଅବସ୍ଥିତ ଏହାର ପ୍ରମୁଖ ପ୍ଲାଣ୍ଟରେ ୬୦,୦୦୦ କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପର ଏକ ଅଂଶ। ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କେଇଚି ଓନୋ କାରଖାନା ପରିଦର୍ଶନ କରି ଏହାର ପରିଚାଳନା କ୍ଷମତା ଏବଂ ଅଭିବୃଦ୍ଧି ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ।

ଭାରତରେ ଜାପାନର ରାଷ୍ଟ୍ରଦୂତ କେଇଚି ଓନୋ କହିଛନ୍ତି ଯେ, “ ମୁଁ ଏଏମ୍/ଏନଏସ୍ ଇଣ୍ଡିଆକୁ ହାଜିରା କାରଖାନାରେ ଏହାର ଅତ୍ୟାଧୁନିକ ଅଟୋମୋଟିଭ୍ ଷ୍ଟିଲ୍ ସିଟ୍ ଉତ୍ପାଦନ ଲାଇନର ଶୁଭାରମ୍ଭ ପାଇଁ ଅଭିନନ୍ଦନ ଜଣାଉଛି। ଭାରତରେ ଉଚ୍ଚମାନର ଇସ୍ପାତ ସାମଗ୍ରୀ ଉତ୍ପାଦନ ଆରମ୍ଭ କରିବାରେ ଜାପାନର ଆଧୁନିକ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ବପୂର୍ଣ ଯୋଗଦାନ ରହିଛି। “ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାଲ୍ଡ” ପ୍ରୟାସରେ ଜାପାନର ଯୋଗଦାନ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି। ଜାପାନ ଏବଂ ଭାରତର ସମ୍ପର୍କ ପରସ୍ପର ପରିପୂରକ, ଯେଉଁଠାରେ ଜାପାନର ପ୍ରଯୁକ୍ତିବିଦ୍ୟା ଓ ପୁଞ୍ଜି ଭାରତର ଉତ୍ପାଦନ କ୍ଷମତା ଏବଂ ବର୍ହିତ ଚାହିଦା ସହ ମିଶି କାର୍ଯ୍ୟ କରିଥାଏ। ହାଜିରା ଇସ୍ପାତ କାରଖାନାର କାର୍ଯ୍ୟଦକ୍ଷତାକୁ ପ୍ରତ୍ୟକ୍ଷ ଭାବରେ ଦେଖିବା ପରେ, ମୁଁ ନିଶ୍ଚିତ
ଯେ ଜାପାନ ଏବଂ ଭାରତ ମଧ୍ଯରେ ଶିଳ୍ପ ସହଯୋଗ ଏବଂ ବିକଶିତ ଭାରତର ଭବିଷ୍ୟତ ଉଜ୍ଜ୍ବଳ।

ସେହିପରି ଆର୍ସଲରମିତ୍ତଲ ନିପ୍ସନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ଉମେନ୍ କହିଛନ୍ତି ଯେ, “ଆର୍ସଲରମିତ୍ତଲ ନିପ୍ସନ୍ ଷ୍ଟିଲ ଇଣ୍ଡିଆ ‘ମେକ୍ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ପଦକ୍ଷେପ ପ୍ରତି ଦୃଢ଼ ଭାବରେ ପ୍ରତିବଦ୍ଧ। ଆମର ବ୍ରାଣ୍ଡ ପ୍ରତିଶ୍ରୁତି- ‘ସ୍ମାର୍ଟର୍ ଷ୍ଟିଲ୍ସ, ବ୍ରାଇଟର ଫିୟୁଚର୍ସ’ ଦ୍ବାରା ପ୍ରତିବଦ୍ଧ ଓ ପରିଚ ରିଚାଳିତ ହୋଇ ଆମେ ସର୍ବୋତ୍ତମ ଅଟୋମୋଟିଭ୍ ଷ୍ଟିଲ୍ ସମାଧାନ ପ୍ରଦାନ କରିବା ପାଇଁ ବିଶ୍ବ ସ୍ତରରେ ସ୍ବୀକୃତିପ୍ରାପ୍ତ ଅଗ୍ରଣୀ କମ୍ପାନୀ ଭାବେ ପରିଚିତ ଆମର ମୂଳ କ କମ୍ପାନୀ ଆର୍ସଲ ଲରମିତ୍ତଲ ଏବଂ ନିପ୍ସନ୍ ଷ୍ଟିଲ୍‌ କମ୍ପାନୀର ଅତୁଳନୀୟ ପ୍ରଯୁକ୍ତିବିଦ୍ୟା ଏବଂ ବିଶେଷଜ୍ଞତାକୁ ବ୍ୟବହାର କରି ଅତ୍ୟାଧୁନିକ ଇସ୍ପାତ ନିର୍ମାଣ ୟୁନିଟ୍ ବିକଶିତ କରୁଛୁ। ପିକଲିଙ୍ଗ୍ ଲାଇନ ଏବଂ ଟାଣ୍ଡେମ୍ କୋଲ୍ଡ ମିଲ୍ (ପିଏଲଟିସିଏମ୍) ର ଉଦଘାଟନ ଏହି ଯାତ୍ରାରେ ଏକ ଗୁରୁତ୍ବପୂର୍ଣ ମାଇଲଖୁଣ୍ଟ, ଯାହା ଘରୋଇ ସ୍ତରରେ ଉଚ୍ଚମାନର, ଉଚ୍ଚ ଶ୍ରେଣୀର ଅଟୋମୋଟିଭ୍ ଷ୍ଟିଲ୍ ଉତ୍ପାଦନ ପାଇଁ ଭିତ୍ତିଭୂମି ସୃଷ୍ଟି କରିବ। ଏହା ଆମଦାନୀ ଉପରେ ନିର୍ଭରଶୀଳତାକୁ କମ କରିବ, ଯୋଗାଣ ଶୃଙ୍ଖଳାର ସ୍ଥିରତାକୁ ବୃଦ୍ଧି କରିବ ଏବଂ ଅଟୋମୋଟିଭ୍ ଶିଳ୍ପକୁ ସୁରକ୍ଷିତ, ହାଲୁକା ଏବଂ ଅଧିକ ଦୀର୍ଘସ୍ଥାୟୀ ଗତିଶୀଳ ସମାଧାନ ଆଡ଼କୁ ଅଗ୍ରସର କରାଇବ। ଏହା ପରବର୍ତ୍ତୀ ପିଢ଼ିର ଯାନବାହନ ଏବଂ ବିଶ୍ବ ଅଟୋମୋଟିଭ୍ ମାନଦଣ୍ଡର ଆବଶ୍ୟକତା ସହିତ ସମନ୍ୱୟ ରକ୍ଷା କରି ଏକ ପ୍ରତିଯୋଗିତାମୂଳକ ଉତ୍ପାଦନ ହବ୍‌ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବ।”

ଏହି ନୂତନ ୟୁନିଟ୍ ଭାରତରେ ଉଚ୍ଚ-ଗୁଣବତ୍ତା, ମୂଲ୍ୟବନ୍ଧିତ ଅଟୋମୋଟିଭ୍ ଇସ୍ପାତର ବଦ୍ଧିତ ଚାହିଦା ପୂରଣ କରିବାରେ ସ‌ହାୟକ ହେବ। ବର୍ତ୍ତମାନ ଫ୍ଲାଟ୍ ଇସ୍ପାତର ଚାହିଦା ବାର୍ଷିକ ୭.୮ ନିୟୁତ ଟନ୍ (ଏମପିଟିଏ) ରହିଛି ଏବଂ ଏହା ବାର୍ଷିକ ୬-୭% ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଭାରତ ଦ୍ରୁତ ଗତିରେ ଏକ ବିଶ୍ବ ଅଟୋମୋଟିଭ୍ ମହାଶକ୍ତି ଭାବରେ ଉଭା ହେଉଛି, ଯାହା ପୂର୍ବରୁ ବିଶ୍ବର ତୃତୀୟ ସର୍ବବୃହତ ଅଟୋମୋଟି ମାଟିଭ୍ ଉତ୍ପାଦକ ରହିଛି ଓ ଦ୍ଵିତୀୟ ସ୍ଥାନ ଅଧିକାର କରିବା ଦିଗରେ ଆଗକୁ ବଢୁଛି। ଏଭଳି କ୍ଷେତ୍ରରେ ପ୍ରିମିୟମ୍ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଯାନବାହନ ନିର୍ମାଣରେ ସହାୟତାସ୍ବବୁ ବିଶ୍ବସ୍ତରୀୟ ଇସ୍ପାତର ଆବଶ୍ୟକ‌ତା ଆହୁରି ଅଧିକ ମହତ୍ବପୂର୍ଣ୍ଣ ହୋଇଯାଇଛି।

ଆର୍ସଲରମିତ୍ତଲ ନିପ୍ସନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ହେଉଛି ବିଶ୍ବର ଦୁଇଟି ପ୍ରମୁଖ ଇସ୍ପାତ ଉତ୍ପାଦନ ସଂସ୍ଥା, ଆର୍ସଲରମିତ୍ତଲ ଏବଂ ନିଷ୍ପନ୍ ଷ୍ଟିଲ ମଧ୍ୟରେ ଏକ ମିଳିତ ଉଦ୍ୟୋଗ। ଭାରତରେ ଏକ ଅଗ୍ରଣୀ ସମନ୍ବିତ ଫ୍ଲାଟ କାର୍ବନ ଇସ୍ପାତ ଉତ୍ପାଦକ, କମ୍ପାନୀର ଅତ୍ୟାଧୁନିକ ଡାଉନଷ୍ଟ୍ରିମ୍ ସୁବିଧା ସହିତ ବାର୍ଷିକ ୯ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ଅଛି। ମୂଲ୍ୟଯୁକ୍ତ ଇସ୍ପାତ ସମେତ ସମ୍ପୂର୍ଣ୍ଣ ବିବିଧ ଫ୍ଲାଟ ଇସ୍ପାତ ଉତ୍ପାଦ ଉତ୍ପାଦନ କରିବା ସ‌ହ ଏହାର ୨୦ ନିୟୁତ ଟନ୍ ପେଲେଟ୍ ଉତ୍ପାଦନ କ୍ଷମତା ରହିଛି। କମ୍ପାନୀ ଆନ୍ଧ୍ରପ୍ରଦେଶରେ ବାର୍ଷିକ ୮.୨ ନିୟୁତ ଟନ୍ ସମନ୍ବିତ ଇସ୍ପାତ କାରଖାନା ମଧ୍ୟ ସ୍ଥାପନ କରୁଛି। ଆର୍ସଲରମିତ୍ତଲ ନିପ୍ସନ୍ ଷ୍ଟିଲ ଇଣ୍ଡିଆ ଦେଶର ଏକମାତ୍ର ସମନ୍ବିତ ଇସ୍ପାତ କମ୍ପାନୀ ଭାବେ ଇସ୍ପାତ ମନ୍ତ୍ରଣାଳୟରୁ ଗ୍ରୀନ୍ ଷ୍ଟିଲ୍ ପ୍ରମାଣପତ୍ର ହାସଲ କରିଛି।

Leave A Reply

Your email address will not be published.