Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ଓ ଶ୍ରୀସୁଦର୍ଶନଦେବଙ୍କ ଚାରି ଆଶ୍ରମ ବିଜେ ନୀତି ପାଳିତ

''ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ, ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।'' ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ…

ମାର୍କଣ୍ଡେୟ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ଋଷି ପଞ୍ଚମୀ ବ୍ରତ ପାଳନ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ । ଏହି ବ୍ରତ ସ୍ୱୟଂ ମା’ ଶ୍ରୀଦେବୀ ମହାଲକ୍ଷ୍ମୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ…

ଶ୍ରୀମନ୍ଦିରରେ ସପ୍ତପୁରୀ ଭୋଗ ନୀତି ଅନୁଷ୍ଠିତ

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ ହୋଇଥାଏ । ଆଜି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଶ୍ରୀଜୀଉଙ୍କର ଆଜି ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା…

ଶ୍ରୀଜୀଉଙ୍କ ମାର୍କଣ୍ଡରେ କାଳୀୟଦଳନ ଏକାଦଶୀ ନୀତି

“ କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ ଯଦୁକୁଳ ନଳୀନ ଦିନେଶ ଜୟ ଜୟ ଦେବ ହରେ ” କବି ଶ୍ରୀଜୟଦେବଙ୍କ ବିରଚିତ ଗୀତଗୋବିନ୍ଦରେ ଶ୍ରୀକୃଷ୍ଣଙ୍କୁ "କାଳୀୟବିଷଧର" ଗନ୍ଜନ ବୋଲି ସମ୍ବୋଧନ କରିଛନ୍ତି । କାରଣ, ପ୍ରଭୁ କୃଷ୍ଣଚନ୍ଦ୍ର କାଳୀୟ ନାଗକୁ ଲାନ୍ଛିତ ଓ ପରାଜିତ କରିବା ସହିତ କାଳିନ୍ଦୀ…

ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଣଭୋଜି ବେଶ

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହୋଇଛି । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରାୟା ରାମାନନ୍ଦ ଓ ଶ୍ରୀ ଚୈତନ୍ୟଙ୍କ…

ଶ୍ରୀମନ୍ଦିରରେ କୋଳି ଖାଇଲେ କଳାଠାକୁର

'ଫଳ ବିକ୍ରୟିଣୀ ତସ୍ୟ ଚ୍ୟୁତ ଧାନ୍ୟଂ କରଦ୍ୱୟଂ ପଳୈର ପୂରୟଦ ରତ୍ନୈଃ ଫଳଭାଣ୍ଡମ ପୂରି ଚ'  ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ, ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କର ବଣ ଭୋଜି ବେଶ, କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ, କୃଷ୍ଣଲୀଳା ନୀତି ଆଦି ଅନୁଷ୍ଠିତ ହୋଇଛି । ଏହି…

ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ ପାଳିତ

'ଭୁବୋଭାରାବତାରକଂ ଭବାବଧୀକର୍ଣ୍ଣଧାରକମ୍ ଯଶୋମତୀ-କିଶୋରକଂ ନମାମି ଦୁଗଧଚୋରକମ ।।' ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଛି ।…

ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି

'ବସୁଦେବ ସୁତ ଦେବଂ କଂସ,ଚାଣୁର ମର୍ଦନଂ। ଦେବକୀ ପରମାନଂଦମ କୃଷ୍ଣମ ବନ୍ଦେ ଜଗତଗୁରୁମ। ।' ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ସାନ୍ଧ୍ୟ ଧୂପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ସୁଧସୁଆର ସେବକ ଭଣ୍ଡାର ଦ୍ୱାର ଆଗରେ (ଭିତର କାଠ ସମ୍ମୁଖ) ପୋଛା ମାରନ୍ତି । ତତ୍ପରେ, ପୂଜାପଣ୍ଡା…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

'କର୍ପୂର ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ଥଭଂ। ନାସାଗ୍ରେ ବରମୌକ୍ତିକଂ କରତଳେ, ବେଣୁ କରେ କଙ୍କଣମ୍। ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ, କଣ୍ଠେ ଚ ମୁକ୍ତାବଳି। ଗୋପସ୍ତ୍ରୀ ପରିବେଷ୍ଟିତେ ବିଜୟତେ, ଶ୍ରୀଗୋପାଳ ଚୂଡ଼ାମଣୀ ।' ଆମ କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ ଆଉ ବହୁତ…

ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ

'ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟଃ ?' ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ବା ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ଶ୍ରୀଜୀଉ ସୁନା ଅଳଙ୍କାର ଲାଗି ହୁଅନ୍ତି । ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ…