ନଈ
ନଈ
ମାନିନୀ ମିଶ୍ର
-୧-
ନଈମାନେ
କେଉଁ ଗୋଟେ ପାହାଡର
ଛାତି ଚିରି ଗଡି ଆସୁଥିବା
ଗ୍ଲାସେ ପାଣି, ଚିମୁଟେ ଚିନି
କିଛି ଲୁହ, କିଛି ସିଙ୍ଘାଣି
ଆଉ ସ୍ତ୍ରୀ ଲୋକଟେ
ନିଜକୁ ଚିରି ଚିରି
ତା ଛୁଆ ପାଇଁ
ପରସି ଦେଇଥିବା
ଚାରିଧାର ରୁଟି।
ହେଲେ,
ନଈକି ଚାଲ କହିଲି ଯେ
ତୁ ମତେ…