ବ୍ୟତିରେକ
ବ୍ୟତିରେକ
ସ୍ମୃତିରଞ୍ଜନ ସେଠୀ
ମୁଁ ହରେଇ ସାରିଥିବି ସେତେବେଳକୁ
କାକର ବୁନ୍ଦାର ଶେଷ ଅବସୋସ
ଝଡିସାରିଥିବ ଜହ୍ନରୁ
କେଇ ପଳଖା କଳଙ୍କ
ଚଢେଇ ପେଟରୁ
କୁହୁଳି ଉଠୁଥିବ ଭୋକ
ପାହାନ୍ତିତାରାର ପିଠିରେ ବସି
ସବୁଦିନ ଗଲାବେଳେ
ତୁ ସେମିତି ଥରେ ଅନେଇଦେବୁ
ମୋ ଦୁଆରକୁ
ଝାପ୍ସା ଦିଶିବ…