Latest Odisha News

BREAKING NEWS

ପଡିଲା ହାତଗଣ୍ଠୀ, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ନବ ବିବାହିତ ଦେବଦମ୍ପତି

ସମ୍ବଲପୁର: ମହା ଆଡମ୍ବରରେ ଶେଷ ହେଲା ମହାଦେବଙ୍କ ବାହାଘର । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ହୋଇଥିଲା ବିବାହ ଉତ୍ସବ । ଜଗତଜନନୀ ମାତା ପାର୍ବତୀଙ୍କ ହାତ ଧରିଥିଲେ ବାବା ଭୋଳାନାଥ । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ…

ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଅଧାଦିନ ସରକାରୀ ଛୁଟି

ଭୁବନେଶ୍ଵର: ଆସନ୍ତାକାଲି ଅପରାହ୍ନ ୪ ଟା ୪୫ ମିନିଟରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଜନତା ମଇଦାନରେ ଅନୁଷ୍ଠିତ ହେବ ଶପଥ ସମାରୋହ । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଦିନ ୨ ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ…

ପିଲାଙ୍କ ଓଜନ ବଢିବାକୁ ନେଇ ଚିନ୍ତିତ କି? ଜାଣନ୍ତୁ କିପରି କରିବେ ଓଜନ ନିୟନ୍ତ୍ରଣ

ଭୁବନେଶ୍ଵର: ମୋଟା ହୋଇଯିବା, ଓଜନ ବଢିଯିବା, ମେଦ ବହୁଳତା ଆଜିକାଲି ଲୋକମାନଙ୍କ ମଧ୍ୟରେ ପ୍ରମୁଖ ସମସ୍ୟା ହେଇ ଉଭାନ ହୋଇଛି । ଯେକୌଣସି ବୟସର ଲୋକ ହୁଅନ୍ତୁ ନା କାହିଁକି ସମସ୍ତେ ଆଜି ଏହି ସମସ୍ୟାରେ ପିଡୀତ । ତେବେ ଏସବୁର ଅନେକ କାରଣ ମଧ୍ୟ ରହିଛି । କିନ୍ତୁ ଆଜିକାଲି ଛୋଟ ପିଲାଙ୍କଠାରେ…

ଶପଥ ଗ୍ରହଣ ସମାରୋହରେ ଅଜଣା ଜନ୍ତୁ ନଜର ଆସିବା ମାମଲା, ସମ୍ପୁର୍ଣ୍ଣ ମିଥ୍ୟା ଘଟଣା କହିଲା ପୋଲିସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଶପଥ ପାଠ ବେଳେ ନଜର ଆସିଲା ଅଜଣା ଜନ୍ତୁ । ଗତକାଲି ରାଷ୍ଟ୍ରପତି ଭବନରେ ମୋଦୀ ସରକାରଙ୍କର ତୃତୀୟ ପାଳିର ଶପଥ ପାଠ ସମାରୋହ ଆୟୋଜନ ହୋଇଥିଲା । ବିଜେପି ସାଂସଦ ଦୁର୍ଗା ଦାସଙ୍କ ଶପଥ ସମୟରେ ଏଭଳି କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ…

ବିନିକାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ବିନିକା ଅବକାରୀ ବିଭାଗକୁ ବଡ ସଫଳତା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଶାଲପାଲି ଛକ ଠାରେ ୧ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ l ଏଥିସହ ୧୦ଟି ଷ୍ଟିଲ ସିଟ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।…

ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର! ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରକ୍ରିୟା । ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଚାରି ଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍ । ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଦ୍ୱାରରେ ପ୍ରବେଶ ନେଇ କରାଯିବ ବ୍ୟବସ୍ଥା । ସେପଟେ ଖୋଲାଯାଇଛି…

ମୋଦୀ କ୍ୟାବିନେଟ ୩.୦: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଷ୍ଟ୍ରପତି ଭବନରେ ଗତକାଲି ସନ୍ଧ୍ୟାରେ ମୋଦୀ ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ…

କାହିଁକି ସହଯୋଗୀ ଚାହୁଁଛନ୍ତି ବାଚସ୍ପତି ପଦ ?

ଭୁବନେଶ୍ବର : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ୭୨ଜଣ ମନ୍ତ୍ରୀ ବି ଶପଥ ଗ୍ରହଣ କରିଛନ୍ତି। ବିଜେପି ଏଥର ବହୁମତଠାରୁ ଦୂରରେ ରହିଥିବା ବେଳେ ମେଣ୍ଟ ସହଯୋଗୀଙ୍କ ସାହାରାରେ ସରକାର ଗଠନ କରିଛି । ପ୍ରମୁଖ ସହଯୋଗୀ ଦଳ ଟିଡିପି ଓ ଜେଡିୟୁକୁ ଦୁଇଟି ଲେଖାଏଁ…

ଓଡିଶାରେ ସିଏମ୍ ସସପେନ୍ସ

ଭୁବନେଶ୍ବର : ଓଡିଶାରେ କିଏ ହେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ? ଦିନ ଗଡ଼ିବା ସହ ବଢୁଛି ସସପେନ୍ସ। ରାଜ୍ୟରେ ବିଜେପିକୁ ବହୁମତ ମିଳିବା ପରଠୁ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଚର୍ଚ୍ଚା ଚାଲିଛି। ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ସିଏମ୍ ପଦ ନେଇ ସରପ୍ରାଇଜ୍…

ମୌସୁମୀର ଆଗମନ ସତ୍ତ୍ବେ ୪୦ ଡିଗ୍ରୀ ଉପରେ ୧୮ ସହର

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜୀବନ ବଞ୍ଚିବା କଷ୍ଟକର ହୋଇଗଲାଣି । ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁଥିଲେ ବି ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଉପକୂଳରେ ମଧ୍ୟ ଲାଗି ରହିଛି ଅସହ୍ୟ ଗୁଳୁଗୁଳି । ଆହୁରି ୪ ଦିନ…