Latest Odisha News

BREAKING NEWS

ପାର୍ବଣରେ ରେଳ ଯାତ୍ରୀଙ୍କୁ ଝଟକା, ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ଚେନ୍ନାଇ: ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ। ଦକ୍ଷିଣ ରେଳବାଇ ଚେନ୍ନାଇ ଡିଭିଜନ୍ ପ୍ଲାଟଫର୍ମ ଟିକେଟ୍ ଭଡା ଏବେ ବୃଦ୍ଧି ପାଇଛି । ଦକ୍ଷିଣ ରେଳବାଇର ଚେନ୍ନାଇ ଡିଭିଜନ୍ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଟିକେଟ୍…

କବିତା : ଆସ ମାଆ

ଚନ୍ଦ୍ରଶେଖର ପଣ୍ଡା  ଥରଟିଏ ମା' ସରଗ ରାଇଜୁ ଏ ଧରାକୁ ଯେବେ ଆସନ୍ତ । କେମିତି ଚାଲିଛି ତୁମଗଢା ଧରା ଦେଖିକି ଚକିତ ହୁଅନ୍ତ । କେତେ ଆଦରରେ ମଣିଷ ଗଢ଼ିଲ ପ୍ରାଣୀ ମଧ୍ୟେ ସାର କରି ବୁଦ୍ଧି ବିବେକ ତା ମୁଣ୍ଡେ ଭରିଥିଲ ସଂସାର ହସିବ ବୋଲି । ସବୁକିଛି ଆଜି ହଜିତ ଗଲାଣି ତୋ…

ଜାତୀୟ କ୍ରୀଡାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହା ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ଉଦଘାଟିତ କରାଯାଇଥିଲା । ୭ ବର୍ଷ ପରେ ପୁନର୍ବାର ଦେଶରେ ଜାତୀୟ କ୍ରୀଡା ଆୟୋଜିତ ହେବାକୁ ଯାଉଛି ।…

ଓଡିଶା ସବ ଜୁନିୟର ପୁରୁଷ ହକି: ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ଓଡିଶା ସବ ଜୁନିୟର ପୁରୁଷ ହକି ପ୍ରତିଯୋଗିତାର ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା ହେବ । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ସୁନ୍ଦରଗଡ ୩-୧ ଗୋଲରେ ଢେଙ୍କାନାଳକୁ ପରାସ୍ତ…

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଚର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଲେବରକାର୍ଡ ପେମେଣ୍ଟ ପାଇଁ ୧୬ହଜାର ଟଙ୍କା ନେବା ସମୟରେ…

ୟୁକ୍ରେନର ୪ ଅଂଚଳକୁ ବିଲୟ କରିବା ପାଇଁ ଅନ୍ତିମ ପର୍ଯ୍ୟାୟରେ ରୁଷର ପ୍ରସ୍ତୁତି

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ୟୁରୋପ ଦେଶଙ୍କ ସହାୟତାରେ ୟୁକ୍ରେନ ତାଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ରୁଷ ସହ ୭ ମାସ ଧରି ଲଢ଼େଇ ଜାରୀ ରଖିଛି । ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି…

ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ, ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ନବୀନ

ଭୁବନେଶ୍ୱର: ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବେଙ୍ଗଳୁରୁରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ…

ମୁକେଶ ଅମ୍ବାନୀଙ୍କୁ ଏଥର ଜେଡ ପ୍ଲସ ସୁରକ୍ଷା

ମୁମ୍ବାଇ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି । ଏବେ ସେ ଜେଡ ବଦଳରେ ଜେଡ ପ୍ଲସ ସୁରକ୍ଷା ପାଇବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୋଇନ୍ଦା ବିଭାଗ ରିପୋର୍ଟରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପଦକ୍ଷେପ…

ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପ ଟିମରୁ ଓହରିଲେ ବୁମରାହ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଯଶ୍ରପୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ବୁମରାହ ପିଠି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହେବାକୁ ୪ରୁ ୬ ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି । ପିିଠି ସମସ୍ୟା ଯୋଗୁ…

ଏହି ୩ଟି ଉପାୟରେ ଦୂର ହୋଇଯିବ ମୁହଁରେ ଡବଲ ଚିନ୍ ସମସ୍ୟା

ବ୍ୟକ୍ତିଙ୍କ ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ପରିବର୍ତ୍ତନ ଆସେ। କାହାର ଓଜନ ବୃଦ୍ଧି ହୁଏ ତ ଆଉ କାହାର ତ୍ୱଚାରେ ରିଙ୍କଲ ଆସିଯାଏ। ଆଜିର ସମୟରେ ସମସ୍ତେ ପତଳା ଓ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ନିୟମିତ ଏକ୍ସରସାଇଜ୍ କରି କିଛି ଲୋକ ପତଳା ମଧ୍ୟ ହୋଇଯାଆନ୍ତି। କିନ୍ତୁ ତ୍ୱଚାର…