Latest Odisha News

BREAKING NEWS

ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ଗଞ୍ଜାମ ଗସ୍ତ; ଋଷିକୂଲ୍ୟା ବ୍ରିଜ ଫେବୃଆରୀ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଗ୍ରାମ୍ଯ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିର ବୁଲି ଦେଖିଛନ୍ତି । ସଞ୍ଜୟ…

ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

ସୋନପୁର: ବସଷ୍ଟାଣ୍ଡ ନିର୍ମାଣ ଦାବିରେ ଆନ୍ଦୋଳନ । ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ବିଜେପି । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ନୂତନ ବସଷ୍ଟାଣ୍ଡ ନିର୍ମାଣ, ଉନ୍ନତିକରଣ କାର୍ଯ୍ୟ ଦାବିରେ ଆନ୍ଦୋଳନ କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ…

ବ୍ରାହ୍ମଣୀ ନଦୀ ଜଳ ବ୍ୟବହାର ଯୋଗ୍ୟ କି ନୁହେଁ? ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀର ଜଳ ବ୍ୟବହାର ଯୋଗ୍ୟ ହେଲାଣି କି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ବ୍ରାହ୍ମଣୀ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କି ପଦକ୍ଷେପ ନିଆଯାଉଛି । ସେ ସମ୍ବନ୍ଧରେ ଏକ ରିପୋର୍ଟ ଦାଖଲ କରିବାକୁ…

ଡ୍ରୋନ ସହାୟତାରେ ହୀରାକୁଦ ଡ୍ୟାମର ଫାଟ ଯାଞ୍ଚ ହେବ

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟକୁ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି । ଏହି ଖବର ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିବା ପରେ ଡ୍ୟାମ ନିରାପତ୍ତା କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ତୁରନ୍ତ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ…

ବନ୍ୟା ଜଳରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ପୁରୀ: ସାରା ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଏବେବି ଜଳ ଛାଡ଼ିନି । ଅନେକ ସ୍ଥାନରେ ଗାଁ ଦାଣ୍ଡରେ ବନ୍ୟା ଜଳର ସୁଅ ରହିଛି । ଏହାରି ଭିତରେ ପୁରୀ ଜିଲ୍ଲା ଗୋପ ବ୍ଲକରୁ ଆସିଛି ଦୁଃଖଦ ଖବର । ଗୋପରେ ବନ୍ୟା ପାଣିରେ ବୁଡ଼ି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୋପ…

ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ କବିୟତ୍ରୀ ଉର୍ବଶୀ

ପୁରୀ: ଭାଷା ଓ ସାହିତ୍ୟକୁ ବଂଚାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ବୁଧବାର ଏକ ସମ୍ବର୍ଦ୍ଧନା ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠିତ ହିନ୍ଦୀ କବିୟତ୍ରୀ ଉର୍ବଶୀ ଅଗ୍ରୱାଲ ଏବଂ…

କେଉଁଝରରେ ବିଦ୍ୟୁତ ତାର ଲାଗି ଦୁଇ ହାତୀ ମୃତ

ଭୁବନେଶ୍ୱର: କେଉଁଝର ସଦର ବନାଞ୍ଚଳରେ ବିଦ୍ୟୁତ ତାର ଲାଗି ଦୁଇ ମାଇ ହାତୀଙ୍କ ମୃତ୍ୟୁ ହୋଇଛି । ସଦର ରେଞ୍ଜ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଛତ୍ରପୁରରେ ଡିଭାଇଡରକୁ ପିଟିଲା ବାଇକ୍; ଦୁଇ ମୃତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଜିଲା ଛତ୍ରପୁର ସହର ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦାସ ଓ ହିଞ୍ଜିଳି କଞ୍ଚୁଡୁର ଦଣ୍ଡ ପାଳ। ରାସ୍ତାରେ ମଝି…

ଢ଼େଙ୍କାନାଳରୁ ଆନ୍ଦୋଳନ ଆରମ୍ଭ କଲା ୬୬୨ ବର୍ଗ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲାରୁ ଆରମ୍ଭ ହେଲା ୬୬୨ ବର୍ଗର +୨ ଓ +୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ। ୬୬୨ ଗୋଟି ବେସରକାରୀ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅବସରକାଳୀନ ସୁବିଧା, ପେନସନ, କର୍ମଚାରୀ ମାନଙ୍କ ସ୍ଥାୟୀତ୍ୱ, ସପ୍ତମ ବେତନ ଅନୁଯାୟୀ…

ଡିସେମ୍ବରୁ ୨୭ରୁ ବରଗଡ଼ ଧନୁଯାତ୍ରା; ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । କରୋନା ମହାମାରୀ ଅନ୍ତରାଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଥିଲା ମୁକ୍ତାକାଶ ରଙ୍ଗମଞ୍ଚ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । ବୁଧବାର…