Latest Odisha News

BREAKING NEWS

ନାଳ ଉପରେ ନିର୍ମାଣ ହେଉନି ବ୍ରିଜ୍, ଖଟିଆରେ ବୁହା ହେଉଛନ୍ତି ରୋଗୀ

କାମାକ୍ଷାନଗର: ବର୍ଷା ହେଲେ ଦୁର୍ଦ୍ଦଶା ବଢ଼ୁଛି । ଗାଁକୁ ବିଚ୍ଛିନ୍ନ କରୁଛି ଗୋବରୀ ନାଳ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗୋବରି ଗାଁ ପାଖରେ ରହିଛି ଏହି ନାଳ । ବର୍ଷା ଦିନେ ଏହି ନାଳ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି । ଲଗାଣ ବର୍ଷା ପରେ ନାଳରେ କେତେବେଳେ ଆଣ୍ଠୁଏ ତ ଆଉ…

ବେଆଇନ୍ ଭାବେ ବାଲି ଚୋରି ବେଳେ ୪ଟି ହାଇୱା ଜବତ, ୪ ଗିରଫ

ପୁରୀ: ଦିନ ଦ୍ୱିପ୍ରହରରେ ଅବୈଧ ଖନନ ସହ ବେଆଇନ୍ ବାଲି ଚାଲାଣ । ପୁରୀ କୋଣାର୍କ ରୋଡ୍ ତୋଟାବେହେରା ସାହି ଛକ ନିକଟରେ ଦୁର୍ବୃତ୍ତ ମାନେ ବେଆଇନ୍ ବାଲି ଚାଲାଣ କରୁଥିବା ବେଳେ ପୁରୀ ମେରାଇନ ଥାନା ପୋଲିସ ହାତରେ ଧରା ପଡ଼ିଛନ୍ତି । ୪ଟି ହାଇୱା ଟ୍ରକ୍ ସାହାଯ୍ୟରେ ବେଆଇନ୍ ଭାବେ ବାଲି ଚୋରି…

ଗୋ-ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର, ୨ ଗିରଫ

ଅନୁଗୁଳ: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ବେଧଡ଼କ ଗୋ-ଚାଲାଣ କରାଯାଉଛି । ଗୋ-ଟାଲାଣ ଖବର ପାଇ ପାଲଲହଡ଼ା ପୋଲିସ ବିଳମ୍ବିତ ରାତିରେ ଜାତୀୟ ରାଜପଥ ୪୯ରେ ଜଗି ରହିଥିଲା । ରାତି ପ୍ରାୟ ୩ଟା ବେଳେ ଏକ ଟ୍ରକ୍ ଯୋଗେ ଶହେରୁ ଅଧିକ ଗୋରୁଗାଈଙ୍କୁ ନିଆ ଯାଉଥିବା ବେଳେ ପୋଲିସ ଗାଡ଼ି…

ପଣ୍ଡିତ ହେଲେ କେକେଆର କୋଚ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ କୋଲକାତା ନାଇଟ ରାଇଡର୍ସ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରିଛି । ବ୍ରେଣ୍ଡନ ମ୍ୟାକକୁଲାମଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପଣ୍ଡିତଙ୍କ କୋଚିଂ ବଳରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ ଆହୁରି କହିଛନ୍ତି ଯେ, ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ମଙ୍ଗଳବାର ଦୁଇଟି ଘାଇ ହୋଇଥିଲା ।…

ଅଟ୍ଟାରୀ ବର୍ଡର ନିକଟରେ ୯୦୦ ଗ୍ରାମ ଆରଡିଏକ୍ସ ଜବତ, ବଡ ଧରଣର ଷଡଯନ୍ତ୍ର ବିଫଳ

ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ…

ଜନ୍ମାଷ୍ଟମୀକୁ ନେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର, ସୁରକ୍ଷା କଡ଼ାକଡ଼ି

ବାଲିଗୁଡ଼ା: ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ । ଏହି ତିଥିରେ ପାଳନ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ନିରାଡ଼ମ୍ବର…

କେଉଁ କ୍ରିକେଟର କହିଲେ ଶାସ୍ତ୍ରୀ ପରାଜୟକୁ ସହ୍ୟ କରିପାରନ୍ତି ନାହିଁ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ୱିକେଟ କିପର ଦୀନେଶ କାର୍ତିକ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି । କାର୍ତିକ କହିଛନ୍ତି ଶାସ୍ତ୍ରୀ ବିଫଳତାକୁ ସହଜରେ ହଜମ କରିପାରନ୍ତି ନାହିଁ । ଅବଶ୍ୟ ସେ ଖେଳାଳିମାନଙ୍କୁ ଭଲ ଖେଳିବା ପାଇଁ…

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ହଟିଲେ ୩ ସିଏସଏଫ କମାଣ୍ଡୋ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦାୟିତ୍ୱହୀନତା ନେଇ ୩ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇଥିବା ବେଳେ ଜଣେ ଡିଜି ଏବଂ କମାଣ୍ଡାଂଟ ର‌୍ୟାଙ୍କର ଅଧିକାରୀଙ୍କୁ ବଦଳି…

ବନ୍ୟାଞ୍ଚଳରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା, ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ

ଜଗତସିଂହପୁର: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ଜଗତସିଂହପୁର ଜିଲ୍ଲା ମହାନଦୀ ଅବବାହିକାରେ ଥିବା ରଘୁନାଥପୁର, କୋଟକଣା, ତିର୍ତ୍ତୋଲ, ଶଙ୍ଖେଶ୍ୱର, କାଠକୋଟ ଆଦି ଅଞ୍ଚଳର ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…