Latest Odisha News

BREAKING NEWS

ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ

ଭଦ୍ରକ: ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବା ପରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ, ବର୍ତ୍ତମାନ ଜଳସ୍ତର ୧୮.୭୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର…

ଭାରତ ବାୟୋଟେକର ଇଂଟ୍ରୋନାଜାଲ ଭ୍ୟାକ୍ସିନର ତୃତୀୟ କ୍ଲିନିକାଲ ଟ୍ରାଏଲ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: କୋଭିଡ-୧୯କୁ ରୋକିବା ପାଇଁ ଭାରତ ବାୟୋଟେକ ଏକ ଇଂଟ୍ରୋନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ସୋମବାର ବିବିଭି-୧୫୪ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଥିବାରୁ ଖୁବ ଶୀଘ୍ର ଏହାକୁ ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଡ୍ରଗ…

ଜଗତସିଂହପୁରରେ ବନ୍ୟା ମୁକାବିଲା ପାଇଁ ପହଞ୍ଚିଲା ଏନଡିଆରଏଫ

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ପାରାଦୀପରେ ଏନଡିଆରଏଫ ର ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି । ମହାନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଏହାର ଶାଖା ନଦୀ ଗୁଡ଼ିକରେ ବନ୍ୟା…

ସମୁଦ୍ରରୁ ମିଳିଲା ଆଉ ଏକ ଅଦ୍ଭୁତ ଜୀବ

ୱାଶିଂଟନ: ପୃଥିବୀକୁ ଘେରି ରହିଥିବା ସମୁଦ୍ର ରହସ୍ୟରେ ଭରପୂର । ଏବେ ବୈଜ୍ଞାନିକମାନେ ମେକ୍ସିକୋ ନିକଟବର୍ତୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବର ସନ୍ଧାନ ପାଇଛନ୍ତି । ଏହା କୌଣସି ଏକ ଏଲିୟନ ପ୍ରଜାତିର ଅଂଶବିଶେଷ ପରି ଜଣାପଡୁଛି । ବୈଜ୍ଞାନିକମାନେ ଏହି ପ୍ରାଣୀର ନାମ ଡାର୍ଥ ଭାର୍ଡନ ନାମ ଦେଇଛନ୍ତି…

ଜଳମଗ୍ନ ଭଟ୍ଟାରିକା ମନ୍ଦିର; ପ୍ରାଙ୍ଗଣରେ ୧୪୪ ଧାରା ଜାରି

କଟକ: ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ଭଟ୍ଟାରିକାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ୧୪୪ ଧାରା ଜାରି ହୋଇଛି । ଅତିରିକ୍ତ ତହସିଲଦାର ତପନ କୁମାର ପରିଡ଼ା ଭଟ୍ଟାରିକା ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛନ୍ତି । ମହାନଦୀରେ ବନ୍ୟା ଆସିବାରୁ, ଏହାର କୂଳରେ ଅବସ୍ଥିତ ଭଟ୍ଟାରିକା ମନ୍ଦିର ଜଳମଗ୍ନ…

ମହଙ୍ଗା ମାଡ଼ ଓ ବେରୋଜଗାର ବିରୋଧୀ ଅଭିଯାନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ୱର: ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଅହେତୁକ ବୃଦ୍ଧି ଘଟିଛି । ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କହିଛି । ଏହି କିଛି ଦିନ ତଳେ କେନ୍ଦ୍ର…

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ମହିଳା ଗୋଷ୍ଠୀ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ଶନିବାର ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତି ସଦସ୍ୟା ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି । ପ୍ରତି ବଦଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…

୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ମିଳିଲା ଭାରତୀୟ ଯବାନଙ୍କ ଶରୀରର ଅବଶେଷ

ନୂଆଦିଲ୍ଲୀ: ଭାରତ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ଜଣେ ଯବାନଙ୍କ ଶରୀରର ଅବଶେଷ ମିଳିଛି । ଏହି ଯବାନଙ୍କ ଚିହ୍ନଟ ହୋଇଛି ଏବଂ ତାଙ୍କ ନାମ ଲାନ୍ସ ନାୟକ ଚନ୍ଦ୍ରଶେଖର । ୨୫ ମେ ୧୯୮୪ରେ ବରଫ ଝଡରେ ଜଣେ ଅଫିସରଙ୍କ ସମେତ ୭ ଯବାନ ନିଖୋଜ…

ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କଠାରୁ ଭେଂଟିଲେଟର ବାହାର କରି ଦିଆଯାଇଥିବା ବେଳେ ସେ କଥା ହେବା ଆରମ୍ଭ କରିଛନ୍ତି । ଦିନେ ତଳେ ସଲମାନଙ୍କ ଏକ କାର୍ଯ୍ୟକ୍ରମ ଅବସରରେ ୨୪ ବର୍ଷୀୟ ହାଦି ମତାର ତାଙ୍କୁ ଛୁରୀରେ…

ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଗଲେ ହ୍ରିତିକ

ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା…