Latest Odisha News

BREAKING NEWS

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ବାପା ପରେ ପୁଅ ମୃତ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଅଶୋକ ନାୟକଙ୍କ ଚିକିତ୍ସା ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଗତ ୨୫ ତାରିଖରେ ଏହି…

ରାଜ୍ୟଗୋଷ୍ଠୀ କ୍ରୀଡା: ଶିବାଙ୍କ ପଂଚରେ ପାକିସ୍ତାନର ସୁଲେମାନ ଧରାଶାୟୀ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ବକ୍ସର ଶିବା ଥାପ୍ପା ପାକିସ୍ତାନର ସୁଲେମାନ ବାଲୋଚଙ୍କ ଧରାଶାୟୀ କରି ପୁରୁଷ ୬୩.୬ କିଗ୍ରା କାଟାଗୋରୀର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ଏହି ଫାଇଟ ସମ୍ପୂର୍ଣ୍ଣ ଭାବେ ଏକତରଫା ହୋଇଥିଲା । ୫ ଥର ଏସୀୟ…

ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା

ହାଇଦ୍ରାବାଦ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ଘର କରିଛନ୍ତି । ଏହି ଘରେ ସେ ପୂର୍ବତନ ପତି ନାଗା ଚୈତନ୍ୟଙ୍କ ସହ ରହୁଥିଲେ । ଫିଲ୍ମ ପ୍ରଡ୍ୟୁସର ମୁରଲୀ ମୋହନ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ମୋର ଅନେକଗୁଡିଏ ସ୍ମୃତି ଏହି ଘର ସହିତ ଜଡିତ…

ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ଅଭିନୟ କରିବେ ସନ୍ନି ଲିୟୋନୀ

ମୁମ୍ବାଇ: ଅନୁରାଗ କାଶ୍ୟପ ଖୁବ ଶୀଘ୍ର ସନ୍ନି ଲିୟୋନୀଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ଅନୁରାଗଙ୍କ ସହ ସନ୍ନି ଏକ ଫଟୋ ଶେୟାର କରି କହିଛନ୍ତି, ମୋ ସ୍ୱପ୍ନ ସାକାର ହେବାକୁ ଯାଉଛି । ଅନୁରାଗଙ୍କ ଭଳି ଜଣେ ନିର୍ଦ୍ଦେଶକଙ୍କ ଫିଲ୍ମ କରିବା…

ବଢିଲା ବର୍ଷାଙ୍କ ଅଡ଼ୁଆ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ

ଭୁବନେଶ୍ୱର : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ ବଢିଲା । ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ବର୍ଷାଙ୍କ…

ସମୁଦ୍ର ବେଳାଭୂମିରୁ ମୃତ ଡଲଫିନ୍ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ସୋନପୁର ସମୁଦ୍ର ବେଳାଭୂମି ନିକଟରେ ପଡିଛି ମୃତ ଡଲଫିନ୍ । ବହୁତ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରିଛି ବନ ବିଭାଗ । ଟ୍ରଲର ଆଘାତ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପରେ ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରୁଛି ବନ…

ଅଶାନ୍ତ କର୍ଣ୍ଣାଟକ। ଯୁବକଙ୍କୁ ହତ୍ୟା ପରେ ୧୪୪ ଧାରା ଜାରି

କର୍ଣ୍ଣାଟକ : କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ହତ୍ୟା କରାଯିବା ପରେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହି ଘଟଣା ପରେ ମାଙ୍ଗାଲୋରରେ ଜଣେ ସଂଖ୍ୟାଲଘୁ ଯୁବକକୁ ନିର୍ମମ ହତ୍ୟା କରାଯାଇଛି । ମାଙ୍ଗାଲୋର ଉପକଣ୍ଠ ସୁରାତକଲରେ ଥିବା ଏକ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ…

ନବରଙ୍ଗପୁରରେ ଲାଲ୍ ଆତଙ୍କ। ରାଜପଥରେ ମାଓ ପୋଷ୍ଟର

ନବରଙ୍ଗପୁର : ନବରଙ୍ଗପୁରରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । ପୂର୍ବରୁ ଗାଁ ଗହଳି ଜଙ୍ଗଲରେ ପୋଷ୍ଟର ମାରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ରାଜପଥରେ ପୋଷ୍ଟର ମାରି ଉପସ୍ଥିତି ଜାହିର କଲେ ମାଓବାଦୀ । ଓଡିଶା ସହ ପଡୋଶୀ ଛତିଶଗଡର ରାୟପୁରକୁ ସଂଯୋଗ କରୁଥିବା ନବରଙ୍ଗପୁର ଜିଲ୍ଲାର ରାଇଘର…

ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା

ଭୁବନେଶ୍ୱର:  ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଇ-ବସ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ସୂଚନା ଦେଇଛି ମୋ ବସ…

ରାଜସ୍ଥାନରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଜୟପୁର: ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ଥିବା ଦୁଇ ପାଇଲଟ ନିହତ ହୋଇଥିବା ଭାରତୟୀ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ଦୁଇ…