Latest Odisha News

BREAKING NEWS

ସିବିଆଇକୁ ହସ୍ତାନ୍ତର ହେବ ଫଡନାଭିସ ଫୋନ ଟ୍ୟାପିଂ ମାମଲା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଫୋନ ଟ୍ୟାପିଂ ମାମଲାର ସିବିଆଇ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏଥିରେ ମୋହର ମାରିଛନ୍ତି । ସୂଚନାଯୋଗ୍ୟ, ଆଇପିଏସ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା ଗ୍ୟାସ ଏଜେନ୍ସି ମାଲିକ ଏବଂ ମହଜୁଦକାରୀ ଗିରଫ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଦୁଇଜଣ ପୋଡ଼ି ଯାଇଥିଲେ । ଏହି ଘଟଣାରେ ଶନିବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।…

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ କଟୁ ସମାଲୋଚନା

ଭୁବନେଶ୍ୱର: ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ସୋସିଆଲ ମିଡିଆରେ ନେଟିଜେନଙ୍କ ଉଭୟ କୌତୁହଳ ଏବଂ କଟୁ ସମାଲୋଚନା ଦେଖିବାକୁ ମିଳିଛି । ପ୍ରାୟ ନେଟିଜେନ ପ୍ରକୃତିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି…

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ରାହାଣେ

ମୁମ୍ବାଇ: ଭାରତର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏହି ପ୍ରତିଭାବାନ କ୍ରିକେଟରଜଣଙ୍କ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ସେ ତାଙ୍କ ପତ୍ନୀ ରାଧିକା ଓ ଝିଅ ଆର୍ଯ୍ୟାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ।…

BeMC କମିଶନରଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍‌ ନମ୍ବରରେ ମଗା ହେଉଛି ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ପରେ ଏବେ ବ୍ରହ୍ମପୁର ମହାନଗର ନିଗମ (BeMC)ର କମିଶନର ଜେ.ସୋନାଲ ନାଁରେ ଫେକ୍ ହ୍ୱାଟ୍ସଆପ୍ । ସାଇବର ଠକ ମହାନଗର କମିଶନରଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଖୋଲି ଟଙ୍କା ମାଗୁଛନ୍ତି । ମହାନଗର ନିଗମ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୯୦୬୫୦୩୫୮୦୫ ନାମକ ଏକ…

ଭରତପୁର ଅବୈଧ ଖନନକୁ ବିରୋଧ: ଦେହରେ ନିଆଁ ଲଗାଇଥିବା ସାଧୁଙ୍କ ମୃତ୍ୟୁ

ଭରତପୁର: ଭରତପୁରର ପସୋପା ଅଂଚଳରେ ଚାଲିଥିବା ଅବୈଧ ଖନନକୁ ଦୀର୍ଘ ଦିନ ଧରି ସାଧୁମାନେ ବିରୋଧ କରି ଆସୁଛନ୍ତି । ୨୦ ଜୁଲାଇରେ ସନ୍ଥ ବିଜୟ ଦାସ ଏହାକୁ ବିରୋଧ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିଲା ବେଳେ ସେ ରାଧେ ରାଧେ କରି ଦୌଡୁଥିଲେ । ତାଙ୍କ ଦେହରୁ ନିଆଁ ଲିଭାଯାଇ…

[ଦେଖନ୍ତୁ ଭିଡିଓ] ନନ୍ଦାହାଣ୍ଡିରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ, ୧୭ ଅସୁସ୍ଥ

ନବରଙ୍ଗପୁର: ରାୟଗଡ଼ା, କୋରାପୁଟ ପରେ ନବରଙ୍ଗପୁର । ପୁଣି ବ୍ୟାପିଲା ଝାଡ଼ାବାନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଖଡ଼ିଆଗୁଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁର ପ୍ରାୟ ୧୭ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହଇଜା ନେଲା ପୁଣି ଏକ ଜୀବନ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ରାୟଗଡ଼ା: କାଶୀପୁରରେ ପୁଣି ଥରେ ହଇଜା ନେଇଛି ଆଉ ଏକ ମୁଣ୍ଡ । ଏଥିସହ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ମୃତକ ଜଣକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ଜାନି (୫୫) । ଡେଙ୍ଗାଗୁଡା ଗାଁର ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଟିକିରି…

ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକରେ ରାଉରକେଲା

ରାଉରକେଲା : ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା "ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ' କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି । ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି "ସହରା ଳ…

ତ୍ରିରଙ୍ଗା ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ମନେ ପକାଇ ସଲାମ୍…