Latest Odisha News

BREAKING NEWS

ଏନଏସଏ ଅଜିତ ଡୋଭାଲଙ୍କ ଘରେ ପଶିବାକୁ ଉଦ୍ୟମ କରି ଜଣେ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଘରେ ପଶିବାକୁ ଉଦ୍ୟମ କରି ଜଣେ ଜଣେ ବ୍ୟକ୍ତି ଗିରଫ ହୋଇଛି । ସବୁଠାରୁ କଡା ସୁରକ୍ଷା ବଳୟକୁ ସେ କାହିଁକି ଭଙ୍ଗ କରିବାକୁ ଉଦ୍ୟମ କରିଥିଲା ତାହା ବର୍ତମାନ ଚିନ୍ତାର କାରଣ ସାଜିଛି । ଗିରଫ ବ୍ୟକ୍ତି ଜଣଙ୍କ କହିଛନ୍ତି,…

ଫରେଷ୍ଟ ଗାର୍ଡଙ୍କ ସାହସକୁ ସଲାମ, ଜୀବନକୁ ବାଜି ଲଗାଇ ଦନ୍ତା ସହ ମୁହାଁମୁହିଁ

ସମ୍ବଲପୁର : ଫରେଷ୍ଟ ଗାର୍ଡଙ୍କ ଦୁଃସାହସ। ଗାଁର ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦନ୍ତା ସହିତ ମୁହାଁମୁହିଁ। ନିଜ ଜୀବନକୁ ବାଜି ଲଗାଇ ହାତରେ ମଶାଲ ଧରି ଜଙ୍ଗଲୀ ଦନ୍ତା ସହିତ ମୁକାବିଲା କରୁଛନ୍ତି ଫରେଷ୍ଟ ଗାର୍ଡ ଜଣକ। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଫରେଷ୍ଟ…

ସାଲେପୁରରେ ସମିତିସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ, ଦିଲ୍ଲୀପଙ୍କ ପତ୍ନୀ ଗୁରୁତର

ସାଲେପୁର : ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ । ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ପ୍ରାର୍ଥୀ ଦିଲ୍ଲୀପ କୁମାର ଦାସଙ୍କ ଘରକୁ ବୋମାମାଡ ହୋଇଛି ।ତାଙ୍କ ଶିଶୁଆ ସ୍ଥିତ ବାସ ଭବନକୁ ବୋମାମାଡ ହୋଇଛି ।ବୋମାମାଡରେ ଦିଲ୍ଲୀପଙ୍କ ପତ୍ନୀ ନିରୁପମା ଆହତ ହୋଇଛନ୍ତି ।ଗତକାଲି…

୯୯,୯୯୯ ଟଙ୍କାରେ ନିଲାମ ହେଲା ଗୋଲ୍ଡେନ ପର୍ଲର ଚା

ଗୌହାଟୀ: ଆସାମରେ ଗୌହାଟୀରେ ଟି ଅକ୍ସନ ସେଂଟରରେ ଗୋଲ୍ଡେନ ପର୍ଲ ଚା ପତି ନିଲାମ ରେକର୍ଡ ଦରରେ ହୋଇଛି । ଆସାମ ଟି ଟ୍ରେଡର୍ସ ଡିବ୍ରୁଗଡର ଏହି ସ୍ପେଶାଲକୁ ଚାକୁ ୯୯,୯୯୯ ଟଙ୍କାରେ ନିଲାମ ନେଇଛନ୍ତି । ମାତ୍ର ୨ ମାସ ମଧ୍ୟରେ କୌଣସି ଏକ କମ୍ପାନୀ ଚା ପତିକୁ ଏତେ ମାତ୍ରା ଟଙ୍କାରେ କ୍ରୟ କରିଛି…

ବୋରିଗୁମ୍ମାରେ ନିର୍ବାଚନୀ ହିଂସା , ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାତ୍ମକ ଆକ୍ରମଣ ଅଭିଯୋଗ

କୋରାପୁଟ  : ବୋରିଗୁମ୍ମାରେ ନିର୍ବାଚନୀ ହିଂସାକାଣ୍ଡ ।ବୋରିଗୁମ୍ମା ବ୍ଲକ କସାଗୁଡା ଗାଁରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ହସ୍ପିଟାଲରେ ଭର୍ତି…

କଂଗ୍ରେସକୁ ଝଟକା, ଡେଲାଙ୍ଗ ୧୫ ନମ୍ବର ଜୋନ୍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡିରେ ମିଶିଲେ

ପିପିଲି : ପଞ୍ଚାୟତ ନିର୍ବାଚନ ଚାଲିଥିବା ସମୟରେ କଂଗ୍ରେସକୁ ବଡ ଝଟକା । ପିପିଲି ନିର୍ବାଚନ ମଣ୍ଡଳୀ ଅଧିନ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁକାନ୍ତି ସାହୁ ବିଜେଡିରେ ସାମିଲ ହୋଇଛନ୍ତି । କଂଗ୍ରେସ ତାଙ୍କୁ ଅସମ୍ମାନ କରିଥିବାରୁ ସେ ବିଜେଡିରେ ଯୋଗଦାନ…

ଭୋଟ୍ ଦେଲେ ହେଭିୱେଟ୍ ମନ୍ତ୍ରୀ

ଭୁବନେଶ୍ୱର: ଭୋଟ୍ ଦେଲେ ମନ୍ତ୍ରୀ । ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ଭୋଟ୍ ଦେଇଛନ୍ତି ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର ୧୧ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ୍ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରଥମ ପର୍ଯ୍ୟାୟରେ ଆଜି ୨୦୦ ଜିଲ୍ଲା…

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ମତଦାନ ବନ୍ଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ଅକାଳ ବିୟୋଗ । ଫଳରେ ନିର୍ବାଚନ ବାତିଲ ହୋଇଛି । କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏଜେଣ୍ଟ ଓ ସମର୍ଥକଙ୍କ ସହ ରାତି ସାଢ଼େ ୧୦ଟାରେ ଆଲୋଚନା…

କୁବେର ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା: ୨୨ ଘଣ୍ଟା ରେଡ୍, ୨୨କୋଟିରୁ ଅଧିକ ସମ୍ପତ୍ତି

ଭୁବନେଶ୍ୱର: ଖୋଲୁଛି କୁବେର ପୋଲିସ ବାବୁ ତ୍ରିନାଥ ମିଶ୍ରଙ୍କ କଳାଧନର ଗୁମର । ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତି ତାଲିକା ଦେଖି କାବା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଅମାପ ସମ୍ପତ୍ତି । ୨୨ ଘଣ୍ଟାର ମାରାଥନ୍ ରେଡ୍ ପରେ ପାଖାପାଖି ୨୨ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ…