Latest Odisha News

BREAKING NEWS

[ଭିଡ଼ିଓ] BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’-୨୦୨୨ ଆରମ୍ଭ

କଟକ: ଆରମ୍ଭ ହୋଇଛି ବିଡବ୍ଲୁଏଫ ୱାର୍ଲଡ ଟୁର ସୁପର ହଣ୍ଡରେଡ୍ ୱାର୍ଲଡ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ଓପନ ୨୦୨୨। କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଟୁର୍ଣ୍ଣାମେଣ୍ଟ । ପ୍ରଥମଥର ଲାଗି ଓଡିଶାରେ ଏଭଳି ଏକ ବିଶ୍ଵସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ସଫଳତା ର ଆୟୋଜନ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛି।

ଏଥିରେ ୧୭ ଟି ଦେଶ ରୁ ଏବଂ ଭାରତରୁ ୩୫୦ ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହା ବାଦ୍ ୧୦୦ ଜଣ ଅଫିସିଆଲ ଭାଗ ନେଇଛନ୍ତି । ଓଡିଶାରୁ ଚାରି ଖେଳାଳୀ ଏଥିରେ  ଅଂଶଗ୍ରହଣ କରୁଛନ୍ତି । ଏହି ଚମ୍ପିଆନସିପ୍ ବିନା ଦର୍ଶକରେ ଖେଳାଯାଇଥିବା ବେଳେ ଚାରୋଟି କୋର୍ଟରେ ଖେଳାଯାଉଛି ।

ଟୁର୍ଣ୍ଣାମେଣ୍ଟର ପାଇଁ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ଅର୍ଥରାଶି ରହିଛି। ଏଥି ସହିତ ଓଡିଶା ସରକାର ଭୁବନେଶ୍ବର ରେ ଖେଳାଳଙ୍କ ରହିବା ଓ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଟକ ଯାଆସ କରି ଖେଳିବାର ବ୍ୟବସ୍ଥା କରିଛନ୍ତି । ଓଡିଶାର ରୁତୁପର୍ଣ୍ଣା ପଣ୍ଡା ଓ ତାଙ୍କ ସାନ ଭଉଣୀ ଏହି ଟୁର୍ଣ୍ଣାମେଣ୍ଟରେ ଗୋପିଚାନ୍ଦ ଏକାଡେମୀ ତରଫରୁ ଖେଳୁଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ପୁରୁଷ ଓ ମହିଳା ବର୍ଗରେ ସିଙ୍ଗଲସ ଓ ଡବଲ୍ସ ଖେଳାଯିବ । ଏଥି ସହିତ ମିକ୍ସଡ ଡବଲ୍ସ ଇଭେଣ୍ଟରେ ପ୍ରତିଦ୍ବନ୍ଦିତା ହେବ। ଆୟୋଜନ ଭଲ ଥିବାରୁ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଖେଳାଳୀ । ତେବେ ଖେଳାଳୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଷ୍ଟାଡିୟମରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଥିବା ବେଳେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଏହାକୁ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରୁଛି। କୋଭିଡ ସଂକ୍ରମଣ ଦୃଷ୍ଟି ରୁ ଖେଳାଳୀ ଏବଂ ଅଫିସିଆଲ ଷ୍ଟାଫଙ୍କର ପ୍ରତ୍ୟେକ ଦିନ ଆର୍ଟିଫିସିଆର ଟେଷ୍ଟ କରାଯାଇଛି ।

Comments are closed, but trackbacks and pingbacks are open.