Latest Odisha News

BREAKING NEWS

୭୬ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ଵର, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସାରା ସହର

ଭୁବନେଶ୍ଵର: ଆଜି ଭୁବନେଶ୍ଵରର ୭୬ ତମ ପ୍ରତିଷ୍ଠା ଦିବସ । ଯାହାକୁ ନେଇ ରାଜଧାନୀ ଆଜି ଚଳ ଚଞ୍ଚଳ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ଆଜି ପୁରା ରାଜଧାନୀ । ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଗଢିଉଠିଥିଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ସେବେ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖକୁ “ଭୁବନେଶ୍ୱର ପ୍ରତିଷ୍ଠା ଦିବସ” ବା “ରାଜଧାନୀ ପ୍ରତିଷ୍ଠା ଦିବସ” ଭାବରେ ପାଳନ ହୋଇ ଆସୁଛି ।

ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ୧୯୪୬ ମସିହାରେ, ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋକଏନ୍ସ ବର୍ଗର” ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ । ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପିତ କରିଥିଲେ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନ ସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି । ଏସବୁ ପରେ ମଧ୍ଯ କିଛି ଅସୁବିଧାର କାରଣରୁ ୧୯୬୭ ଯାଏଁ ଓଡିଶାର ରାଜଧାନୀ କଟକ ହିଁ ରହିଲା । ୧୯୯୦ ଦଶକ ଯାଏଁ ତାହା ରାଜଧାନୀ ଭୁବନେଶ୍ଵର ଲୋକପ୍ରିୟ ହୋଇପାରିଲାନି ।

ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢ଼ି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା । ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା । ଏହି ଯୋଜନାକୁ “ଓଡ଼ିଶା ସହର ଯୋଜନା ଆଇନ” ୧୯୫୬ ଅନୁସାରେ କାର୍ଯ୍ୟକାରି କରାଗଲା । ଭୁବନେଶ୍ୱର ପାଇଁ ଜଣେ “ବିଶେଷ ଯୋଜନା ଅଧିକାରୀ”ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲିଟି ଗଠନ କରାଗଲା ।

ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଦା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ “ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା” ବା “ବ୍ରିଟ” ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା ତଥା ବିଡିଏ ଗଠନ କରାଯାଇଥିଲା । ଏବେ କିନ୍ତୁ ବଦଳିଛି ସହରର ରୂପରେଖ। ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱର ସହର ସଡ଼କ, ରେଳ, ଆକାଶ ପଥ ଯୋଗ ଯୋଡ଼ିହୋଇଛି। ଗତ ୨୦୧୪ ବର୍ଷରେ ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା ଭୁବନେଶ୍ୱର। ଏବେ ଏହି ସହରରେ ମେଟ୍ରୋ ସେବା ଆରମ୍ଭ କରିବା ନେଇ ଆବଶ୍ୟକୀୟ ପ୍ରସ୍ତୁତ କରାଯାଇଛି।

 

Leave A Reply

Your email address will not be published.