Latest Odisha News
Browsing Category

ପୁରୀ

Puri

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଗମ୍ଭୀରାରୁ ବାବା ଲୋକନାଥଙ୍କ ଦର୍ଶନ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ। ବର୍ଷ ତମାମ ଜଳରାଶି ମଧ୍ୟରେ ଧ୍ୟାନସ୍ଥ ରହିବା ପରେ…

ପୁରୀରେ ପଛରେ ପଡିଲେ ବିରୋଧୀ ,୧୧ ଆସନରେ ଆଗୁଆ ବିଜେଡି

ପୁରୀ: ପୁରୀରେ ପଛରେ ପଡିଲେ ବିରୋଧୀ । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି…

ପିପିଲିରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ୍ ଗଣତି

ପିପିଲି : ପିପିଲିରେ ଶାନ୍ତି ଶୃଙ୍ଖଳାେରେ ଚାଲିଛି ଭୋଟ ଗଣତି । ପିପିଲି ବ୍ଲକ ୨୨ ନମ୍ବର ଜୋନର ୯ ଗୋଟି ପଞ୍ଚାୟତରେ ଗଣତି ପିପିଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟଙ୍ଗରୂମ ଏବଂ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନର ୭ ଗୋଟି ପଞ୍ଚାୟତ ଡେଲାଙ୍ଗ ବ୍ଲକର ଷ୍ଟ୍ରଙ୍ଗରୂମ ପାଶ୍ୱର୍ରେ ଥିବା …

[ଦେଖନ୍ତୁ ଭିଡିଓ] ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ର ଛାତ୍ରୀ: ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ ୟୁକ୍ରେନରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ଫଳରେ ସେଠାରେ ଫସିଯାଇଛନ୍ତି କିଛି ଓଡ଼ିଆ ଛାତ୍ର । ୟୁକ୍ରେନରେ…

ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୃଷ୍ଣ ସପ୍ତମୀ ତିଥି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାର ରହିଛି ପରମ୍ପରା  । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ ।…

ଆସନ୍ତାକାଲି କଡ଼ା ସୁରକ୍ଷା ମଧ୍ୟରେ ପୁରୀର ୫ଟି ବୁଥରେ ହେବ ସାନି ମତନାଦ

ପୁରୀ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ଭୋଟ ବାକ୍ସ ନେଇ ଚମ୍ପଟ ମାରିବା ଘଟଣାକୁ ନେଇ ମତଦାନ ବାତିଲ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ୨୩ ତାରିଖ ସାନି ମତଦାନ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ମତଦାନ

ନୂଆପଡା: ନୂଆପଡା ଜିଲ୍ଲାର ଖଡ଼ିଆଳବ୍ଲକରେ  ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଛି ।। ଆଜି ଜିଲ୍ଲାର ୧୨,୧୩ ଓ ୧୪ ନଂ ଜିଲ୍ଲା ପରିଷଦ ସହ ୨୭ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ପଦ ସହ ୱାର୍ଡ ସଭ୍ୟ ପଦ ପାଇଁ ୩୨୧ ବୁଥରେ  ପ୍ରାର୍ଥୀ ଙ୍କ ଭାଗ୍ୟ…

[ଦେଖନ୍ତୁ ଭିଡିଓ] ପୁରୁଣା ଧର୍ମ ସଂସ୍କୃତି ବହନ କରୁଥିବା ଶ୍ରୀଚୈତନ୍ୟ ଗୌଡୀୟ ମଠ

ପୁରୀ: ଭାରତ ବର୍ଷରେ କିଛି ମଠ ମନ୍ଦିର ପୁରୁଣା ସଂସ୍କୃତି ସହ ଜଡିତ । ଯେମିତି ଶ୍ରୀଚୈତନ୍ୟ ଗୌଡୀୟ ମଠ । ବୈଷ୍ଣବ ଧର୍ମ ଓ ସନାତନ ଧର୍ମର ପ୍ରଚାରପ୍ରସାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ଶ୍ରୀଚୈତନ୍ୟଙ୍କ ରହିଛି ଅନେକ ଅବଦାନ । ସେପଟେ ଶ୍ରୀଚୈତନ୍ୟଙ୍କ ପରମଶିଷ୍ୟ ଶ୍ରୀଳ ପ୍ରଭୂପାଦ…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ। ଆଜିଠାରୁ ପରବର୍ତ୍ତୀ ଏସଓପି ଆସିବା ପର୍ଯ୍ୟନ୍ତ ଜଗା ଦର୍ଶନ ପାଇଁ ଉଭୟ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ ନାହିଁ ।  ଦୁଇଟି ଡୋଜ୍ ନେଇଥିବା ଟିକାର ପ୍ରମାଣପତ୍ର ଆଉ…

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆଉ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକା ପ୍ରମାଣପତ୍ର । ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା । ଆଜିଠୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକାର…