Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନରେ ଓଡ଼ିଶା: ଅଧିକ ସମୟ ଖୋଲିବ ଦୋକାନ ବଜାର, ସେଲୁନ୍ ଖୋଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍ । କାଟାଗୋରୀ-A ୨୦ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କହାଯାଇଥିବା ବେଳେ କାଟାଗୋରୀ-B ଜିଲ୍ଲାରେ ବି କଟକଣା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି ସରକାର । ଆଜିଠାରୁ…

ରାଜ୍ୟରୁ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ଫୁଲବାଣୀ: କରୋନା ଲଢ଼େଇରେ ହାରିଗଲେ ଆଉ ଜଣେ ସମ୍ମୁଖ ଯୋଦ୍ଧା । ରାଜ୍ୟରେ ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଡାକ୍ତର ସ୍ନେହାଶିଷ ଗିରି । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ପ୍ରାଣ ହରାଇଛନ୍ତି । ସ୍ନେହାଶିଷ…

କୋଭିଡ୍ ନେଗେଟିଭ୍ ମୃତଦେହକୁ ନେଇପାରିବେ ପରିବାର ଲୋକ, ମାନିବାକୁ ପଡ଼ିବ ଏହି ସର୍ତ୍ତ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ପ୍ରଶାସନ ଶବ ସତ୍କାର କରୁଛି । ଏଣିକି ପରିବାର ଲୋକଙ୍କୁ ସର୍ତ୍ତ ସହ ମୃତଦେହ ଦିଆଯିବ । ଯଦି ମୃତକ ଜଣଙ୍କ କୋଭିଡ୍ ନେଗେଟିଭ୍ ଥିବେ ତାଙ୍କ ମରଶରୀରକୁ ନେଇ ପାରିବେ ପରିବାର ଲୋକ । ଏନେଇ ନୂଆ…

କରୋନା ମୃତ୍ୟୁରେ କେତେ ଦେବ ଅନୁକମ୍ପା ରାଶି ? ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କଲେ ଦେବାକୁ ପଡ଼ିବ ଅନୁକମ୍ପା ସହାୟତା ରାଶି । କେତେ ଟଙ୍କା ଦିଆଯିବ ସ୍ଥିର କରିବେ କେନ୍ଦ୍ର ସରକାର । ସବୁ ଦିଗକୁ ବିଚାର କରି ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନାରେ…

ଲକଡାଉନ୍ ଖୋଲିବ ନା ବଢ଼ିବ: ଜୁଲାଇ ଗାଇଡଲାଇନ୍ ନେଇ ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍ । ଆଜି ଆସିବ ଜୁଲାଇ ମାସ ପାଇଁ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରେସ ବିବୃତି ଜାରି କରିବେ । ଜୁଲାଇରେ ସଂକ୍ରମଣ ହାର କମିଥିବାରୁ ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-ଇକୁ ଯିବ ?…

ରାଜ୍ୟରେ ଦିନକରେ ୭୫ ହଜାର କୋଭିଡ୍ ଟେଷ୍ଟିଂ, ଚିହ୍ନଟ ହେଲେ ୩୩୭୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଦିନେ କମୁଛି, ପୁଣି ଦିନେ ବଢୁଛି । ଗତକାଲି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୭୧ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୬୪୦…

ରାଜ୍ୟରେ ୪ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: କାଲି କମିଥିଲା, ଆଜି ପୁଣି ବଢିଲା ମୃତ୍ୟୁସଂଖ୍ୟା । ରାଜ୍ୟରୁ କରୋନା ଆଉ ୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ…

ଟିକା ଅଭାବ: ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଟିକାର ଘୋର ଅଭାବ ଦେଖାଦେଇଛି । ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ୧୧ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା…

ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀର…

ରାଜ୍ୟରେ କୋଭିଡ ନିୟମ କଡାକଡି ପାଳନ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ…