Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନାଭାଇରସରେ ଆକ୍ରାନ୍ତ ହେଲେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ମାଦ୍ରିଦ: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା (କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି ଭାଇରସ ସଂକ୍ରମଣରେ ସ୍ପେନରେ ପ୍ରାୟ ୧୮୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।…

କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ…

ନିହାତି ଜରୁରୀ ନ ଥିଲେ ପୁରୀକୁ ଆସନ୍ତୁ ନାହିଁ : ଜିଲ୍ଲାପାଳ

ପୁରୀ: ସାରା ବିଶ୍ୱରେ ଏବେ କୋରୋନା ଭାଇରସ୍ ତାର କାୟା ବିସ୍ତାର କରୁଛି । ରାଜ୍ୟ ସରକାର ମଧ୍ୟ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏ ନେଇ ଲୋକଙ୍କୁ ବିଭିନ୍ନ ବାଟରେ ସଚେତନ କରାଯାଉଛି । ଏହି କ୍ରମରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୋସିଆଲ୍ ମିଡ଼ିଆରେ ଶନିବାର ସନ୍ଧ୍ୟାରେ ଏକ ଭିଡ଼ିଓ…

ଆସନ୍ତୁ ଜାଣିବା କରୋନା ଭାଇରସ ପ୍ରଭାବ ସତ୍ୱେ କେଉଁ କେଉଁ ଫିଲ୍ମର ଶୁଟିଂ ଜାରି ରହିଛି

ମୁମ୍ବାଇ: କରୋନା ଭାଇରସର ପ୍ରଭାବର ସଚେତନତା ଓ ଭୟ ଯୋଗୁ ଅନେକ ଫିଲ୍ମର ଶୁଟିଂ ଘୁଂଚାଇ ଦିଆଯାଇଛି କିମ୍ବା ବାତିଲ କରି ଦିଆଯାଇଛି । ତେବେ କେତେକ ଫିଲ୍ମ ସେମାନଙ୍କ ଶୁଟିଂ ଜାରି ରଖିଛନ୍ତି । ଏହି ଫିଲ୍ମ ମଧ୍ୟରେ ଆଗରେ ରହିଛି ଅମୀର ଖାଁ ଅଭିନୀତ ଲାଲ ସିଂ ଚଡ୍ଡା ଓ ସଲମାନ ଖାଁଙ୍କ ରାଧେ ।…

ରାଉରକେଲା ଏନଆଇଟି ଛାତ୍ର ପ୍ରସ୍ତୁତ କଲେ ଘାତକ କରୋନା ଭାଇରସର ମୋବାଇଲ୍ ଆପ୍ !

ରାଉରକେଲା: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଉରକେଲା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ର ଜଣେ ଛାତ୍ର ଏହି ଘାତକ ଜୀବାଣୁ ନିରାକରଣ ଲାଗି ଏକ ମୋବାଇଲ୍ ଆପ୍ ପ୍ରସ୍ତତ କରିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପିଏଚଡ଼ି…

କରୋନା ଆତଙ୍କ: ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳପଥର ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ପୂର୍ବତଟ ରେଳପଥ କରୋନା ଭୂତାଣୁ (କୋଭିନ୍‌-୧୯) ସଂକ୍ରମଣକୁ ରୋକିବା ନିମନ୍ତେ ତାହାର ସମସ୍ତ କଳକବ୍‌ଜା ଓ ଶକ୍ତି ବିନିଯୋଗ କରି ବ୍ୟାପକ ବ୍ୟବସ୍ଥା କରିଛି । ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ…

କରୋନାର ପ୍ରଭାବ: ସମସ୍ତ ଘରୋଇ କ୍ରିକେଟ୍ ବାତିଲ କଲା ବିସିସିଆଇ

ମୁମ୍ବାଇ: କରୋନାର ପ୍ରଭାବ ଯୋଗୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)  ଶନିବାର ଘରୋଇ ମ୍ୟାଚର ଆଗାମୀ ସବୁ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିଦେଇଛି । ରଣଜୀ ଚାମ୍ପିୟନ୍ ସୌରାଷ୍ଟ୍ର ଏବଂ ଅବଶିଷ୍ଟ ଭାରତ ଏକାଦଶ ମଧ୍ୟରେ ହେବାକୁଥିବା ଇରାପ କପ୍ ମୁକାବିଲା ବର୍ତ୍ତମାନ ପରିସ୍ଥିତିରେ…

କରୋନାକୁ ନେଇ କବିତା ଲେଖିଲେ କଂଗ୍ରେସ ନେତା ଶଶି ଥରୁର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ଶଶି ଥରୁର । ତେବେ ଏଥର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ, କବିତା ଲେଖି ସେ ଚର୍ଚ୍ଚାକୁ ଆସିଛନ୍ତି । ସେ କରୋନାକୁ ନେଇ ଏକ ହିନ୍ଦୀ କବିତା ଲେଖିଛନ୍ତି । Corona Corona का डर खा रहा है ये लफ्ज़ अब हमारा भी सर खा रहा है…

ସ୍ଥଗିତ ରହିଲା ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ରାଜ୍ୟ ସରକାର କରୋନା ଭୂତାଣୁ ସଂକ୍ରମଣକୁ ପତିରୋଧ କରିବା ଲାଗି…

କରୋନା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି ମାରାତ୍ମକ ଭୂତାଣୁ କୋଭିଡ-୧୯ । ଏଯାଏଁ କରୋନା ସଂକ୍ରମଣରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ଦୁଇ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ । ତେବେ କରୋନା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ…