Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

କରୋନା ସହ ଲଢେଇ: ସେବାୟତଙ୍କ ଲାଗି ହୋମିଓପ୍ୟାଥି

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ସଫଳତାର ସହିତ ସମାପନ ହେବାପରେ ଏବେ ଶ୍ରୀଜୀଉମାନଙ୍କର ଅଣସର ପିଣ୍ଡିରେ ଚାଲିଛି ଅଣସର ନୀତି । କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଗରେ ରହିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।…

ଆସନ୍ତୁ ଜାଣିବା କେଉଁଠାରେ ଅଶ୍ୱଥାମାଙ୍କୁ ଲୋକେ ଏବେ ବି ଦେଖୁଛନ୍ତି

ଭୋପାଳ: ଅଶ୍ୱଥାମା ଅମର । ବଂଚିଥିବା ସତ୍ୱେ ସେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା । ଘୁରି ବୁଲୁଛନ୍ତି ଏ ସ୍ଥାନରୁ ସେ ସ୍ଥାନକୁ । ପୌରାଣିକର ଏହି ବିଷୟବସ୍ତୁ ମଧ୍ୟପ୍ରଦେଶରେ ଏକ ନୂତନ ରୂପ ଦେଉଛି । ଏଠାକାର ବୁରହାନପୁର ସହରରୁ ୨୦ କିଲୋମିଟର ଅସିରଗଡରେ ଥିବା ଏକ ଦୁର୍ଗରେ ଅଶ୍ୱଥାମାଙ୍କୁ…

ଆଜ୍ଞା, ଈଶ୍ୱରଙ୍କୁ ଦେଖିଛନ୍ତି କି?

ଈଶ୍ୱରଙ୍କ ମହିମା ଏବଂ ଲୀଳାଗୁଡିକୁ ବିଭିନ୍ନ ଶାସ୍ତ୍ର ପୁରାଣ, ଗୀତା, ଭାଗବତ, ପ୍ରବଚନ ଅବା ଅନେକ ଭକ୍ତଙ୍କ ଦିବ୍ୟାନୁଭୂତିକୁ ଶ୍ରବଣ କରିସାରିବା ପରେ ଆଧ୍ୟାତ୍ମିକ ଦୁନିଆରେ ପାଦ ଥାପୁଥିବା ଅବା ଏ ଇଲାକାରେ ଅନେକ ଦିନ ହେଲା ଘୁରି ବୁଲୁଥିବା ଜିଜ୍ଞାସୁ ଜଣଙ୍କ ମନରେ ସ୍ୱାଭାବିକ ପ୍ରଶ୍ନଟିଏ…

ଯୁଗେ ଯୁଗେ ମହାପ୍ରଭୁ ଓ ଶ୍ରୀମନ୍ଦିର…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ବିଶାଳ ଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର ଶ୍ରୀଜଗନ୍ନାଥ ଦାରୁବିଗ୍ରହ ଧାରଣ କରି ଜୀବଗଣଙ୍କର ପରମକଲ୍ୟାଣ ସାଧନ ନିମନ୍ତେ ପୁରୁଷୋତ୍ତମ କ୍ଷେତ୍ରରେ ନିତ୍ୟ ବିଦ୍ୟମାନ । ସେ ହିଁ…

ନୀଳଚକ୍ରରେ ଉଡୁଥିବା ଧଳା ପତାକାର ମହତ୍ତ୍ୱ ସମ୍ପର୍କରେ ଜାଣନ୍ତୁ

ପୁରୀ: ସାଧାରଣତଃ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ବିଭିନ୍ନ ରଙ୍ଗର ପତାକା ଉଡୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ସେବାୟତଙ୍କ ଅନୁଯାୟୀ ଏଠାରେ ଉଡୁଥିବା ଧଳା ରଙ୍ଗ ପତାକାର ରହିଛି ଏକ ବିଶେଷ ମହତ୍ତ୍ୱ। “ସାଧାରଣତଃ ଭକ୍ତମାନେ ସେମାନଙ୍କର ମନୋସ୍କାମନା ପୂରଣ ପାଇଁ ମନ୍ଦିରକୁ ନାଲି, ହଳଦିଆ…

ଶ୍ରୀ ଅଲାରନାଥ ପୀଠରେ ୧୪୪ ଧାରା ଜାରି; ଦର୍ଶନ ନପାଇ ଭକ୍ତ ନିରାଶ

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ପରେ ଶ୍ରୀଜୀଉ ଅଣସରରେ ରୁହନ୍ତି।  ଏହି ସମୟରେ ବ୍ରହ୍ମଗିରି ସ୍ଥିତି ଅଲାରନାଥ ମନ୍ଦିରରେ ଜମେ ଭକ୍ତଙ୍କ ଭିଡ଼ । ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଖାଲି ପଡ଼ିଛି ଅଲାରନାଥ ମନ୍ଦିର ବେଢା । କୁହାଯାଏ ଶ୍ରୀମନ୍ଦିରରେ ବର୍ଷ ସାରା ଦାରୁବିଗ୍ରହ…

ଅଣସରରେ କାହିଁକି ମହାପ୍ରଭୁ ଶ୍ରୀଅଲାରନାଥ ରୂପେ ଦିଅନ୍ତି ଦର୍ଶନ; ଜାଣନ୍ତୁ ପୌରାଣିକ କିମ୍ବଦନ୍ତୀ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଦେବ ସ୍ନାନ ଉତ୍ସବରେ ଅଧିକ ଗାଧେଇବା ଦ୍ୱାରା ପ୍ରଭୁଙ୍କୁ ଜ୍ୱର ହୁଏ । ଏହି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ଘରେ ରହଣି…

ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନିରଥରେ ଖୋଦେଇ କାର୍ଯ୍ୟ

ପୁରୀ: ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଅଣସରରେ । ଦେବସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ ହୋଇଯାଇଛି ରଥଯାତ୍ରା ପର୍ବ ଆରମ୍ଭ । ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ସ୍ନାନ କରିବା ପରେ ଜ୍ୱର ଜନିତ କାରଣରୁ ଏବେ ଅଣସର ନୀତି ଆରମ୍ଭ ହୋଇଯାଇଛି । ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନେ ପଟିଦିଅଁ…

ଶ୍ରୀମନ୍ଦିରରେ ପଟିଦିଅଁ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି । ଶହେ ଆଠ ଗରା ପାଣିରୁ ପଇଁତିରିଶ…

ଶନିଦେବଙ୍କ କୃପା ପାଇବାକୁ ଚାହୁଁଛନ୍ତି କି’ ଆପଣାନ୍ତୁ ଏହି ଉପାୟ !

ଭୁବନେଶ୍ୱର: ପ୍ରାୟ ଅନେକ ବ୍ୟକ୍ତିଙ୍କର ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । କୁହାଯାଏ, ଗ୍ରହମାନଙ୍କର ନିଜସ୍ୱ ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଜାଣନ୍ତୁ, ଶନିଙ୍କ କୃପା…