Latest Odisha News
Browsing Category

ଧର୍ମ ଓ ପରମ୍ପରା

ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । କରୋନା ମହାମାରୀ ହେଉ କି ଅମ୍ଫାନ୍ ମହାବାତ୍ୟା ପ୍ରଚଣ୍ଡ ଖରା ହେଉକି ବର୍ଷା କାହାକୁ ଖାତିର୍ ନକରି ରଥ ନିର୍ମାଣ କରି ଚାଲିଛନ୍ତି ମହାରଣା ସେବକ । ସରକାରଙ୍କ ଲକ୍‌ଡାଉନ୍ କଟକଣାକୁ…

ସାବିତ୍ରୀ ଓଷା: କେଉଁଠି କିପରି ହୁଏ ପୂଜା, ଜାଣନ୍ତୁ

ଭୁବନେଶ୍ୱର: ସଧବା ନାରୀମାନଙ୍କ ଦ୍ୱାରା ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପାଳିତ ହୋଇଥାଏ । ପ୍ରତ୍ୟେକ ସଧବା ନାରୀ ଲାଗି ତା’ର ସ୍ୱାମୀ ହିଁ ସର୍ବସ୍ୱ । ଏହି ଅମାବାସ୍ୟା ତିଥିରେ ବ୍ରତ ପାଳନ କରି ନାରୀମାନେ ନିଜ ପତିମାନଙ୍କର ଦୀର୍ଘାୟୁ କାମନା କରିଥାଆନ୍ତି । ତେବେ ବିଭିନ୍ନ…

ଭାରତର ୧୦ ଟି ଧନୀ ମନ୍ଦିର; ଯାହାର ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ହିନ୍ଦୁମାନେ ଖୋଲା ହୃଦୟରେ ଦେବାଦେବୀ ମନ୍ଦିରକୁ ନଗଦ, ସୁନା, ରୂପା ଆଦି ଦାନ କରିବା ନେଇ ବେଶ୍ ପରିଚିତ। ଆସନ୍ତୁ ଜାଣିବା ଭାରତର କିଛି ଧନୀ ମନ୍ଦିର ସମ୍ପର୍କରେ... ପଦ୍ମନାଭସ୍ୱାମୀ ମନ୍ଦିର: ଚଳିତ ବର୍ଷର ତଥ୍ୟ ଅନୁଯାୟୀ ପଦ୍ମନାଭସ୍ୱାମୀ ମନ୍ଦିର ଭାରତର…

ସାବିତ୍ରୀ ବ୍ରତକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି

ଭୁବନେଶ୍ୱର: ସାବିତ୍ରୀ ବ୍ରତ। ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ଏକ ଓଷା । ସାବିତ୍ରୀଙ୍କୁ ସାଧବା ନାରୀଙ୍କର ଆଦର୍ଶ ବୋଲି କୁହାଯାଏ । ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ…

ସ୍ୱାମୀଙ୍କ ଆୟୁ ବୃଦ୍ଧିର ବ୍ରତ; ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବସ୍ୟା । ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳିତ ହୁଏ ଏହି ବ୍ରତ । ଏହି ବ୍ରତକୁ ଓଡ଼ିଆରେ ଘରର ସାଧବା ମାନେ ପାଳନ କରିଥାନ୍ତି । ସ୍ୱାମୀଙ୍କର ନିରାମୟ ଜୀବନ ତଥା ମଙ୍ଗଳ କାମନା କରି ସଧବା ନାରୀମାନେ ଏହି ସାବିତ୍ରୀ ବ୍ରତ ପାଳନ କରିବାର ପ୍ରଥା…

ମେ’ ୨୭ରେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ; ଆରଡ଼ିରେ ଉଠିଲା ଲଗ୍ନଥାଳ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପାରମ୍ପରିକ ବିବାହ ଉତ୍ସବ ଆସନ୍ତା ମେ’ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବ ଲାଗି ସୋମବାର ଦିନ ବିଧି ମୁତାବକ ଲଗ୍ନଥାଳ ଉଠିଛି । ମିଳିଥିବା ସୂଚନାନୁଯାୟୀ, ଆରଡ଼ିର…

ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୪୨ଟି ତୁମ୍ବ ବିନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ରଥଖଳାରେ ସମସ୍ତ କାରିଗର ସେବକମାନଙ୍କ ଦ୍ୱାରା ଆଜି ସୁଦ୍ଧା…

କୋଭିଡ-୧୯ ଲକଡାଉନ; ଭୁବନେଶ୍ୱରରେ ଶୀତଳ ଷଷ୍ଠୀ ଯାତ୍ରା ବାତିଲ

ଭୁବନେଶ୍ୱର: ଦେଶରେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ବାତିଲ କରିଦିଆଯାଇଛି। ଏହି ଯାତ୍ରା ମେ ୨୭ ତାରିଖରେ ଅନୁଷ୍ଠିତ ହୋଇଥାନ୍ତା। ଭୁବନେଶ୍ୱର ମ୍ୟୁନିସିପାଲିଟି…

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ପାରମ୍ପରିକ…

ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ବହୁ ବର୍ଷ ପୂର୍ବରୁ ଯାଜପୁରରେ ଭଗବାନ ଜଗନ୍ନାଥଙ୍କ ଭକ୍ତ ବନ୍ଧୁ ମହାନ୍ତି ରହୁଥିଲେ, ସେ ବହୁତ ଗରିବ ପରିବାରରୁ ଥିଲେ , ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ଗୋଟେ ବୋଲି ପୁଅ ରହୁଥିଲେ।…