Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ନବରାତ୍ରୀ ବ୍ରତରେ ପ୍ରଚୁର ଶକ୍ତି ଦେବ ଏହି ସାତ୍ତ୍ବିକ ଖାଦ୍ୟ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଭୁବନେଶ୍ବର: ଚାଲିଛି ନବରାତ୍ରୀ । ଏହି ନଅ ଦିନିଆ ପର୍ବରେ ଭକ୍ତମାନେ ମାଆ ଦୁର୍ଗାଙ୍କୁ ନଅ ପ୍ରକାର ପୂଜା କରନ୍ତି । ଏହା ସହିତ ଅନେକ ଭକ୍ତ ମଧ୍ୟ ନଅ ଦିନ ଉପବାସ ପାଳନ କରନ୍ତି । ଏହି ଅବଧିରେ ପିଆଜ ଏବଂ ରସୁଣ ଖାଦ୍ୟ ଖାଇବା ନିଷେଧ । ଏପରି ପରିସ୍ଥିତିରେ ଭକ୍ତମାନେ ଫଳ ଓ ସାତ୍ତ୍ବିକ ଆହାର…

ନବରାତ୍ରୀରେ ଯାଆନ୍ତୁ ଏହି ୩ ହଜାର ବର୍ଷ ପୁରୁଣା ମନ୍ଦିର, ଯେଉଁଠି ରହିଛି ଅନେକ ଚମତ୍କାରୀତା

କନ୍ୟାକୁମାରୀ: ଆମ ଦେଶରେ ୫୧ଟି ଶକ୍ତି ପୀଠ ରହିଛି । ଯେଉଁ ସ୍ଥାନଗୁଡ଼ିକରେ ମାତା ସତୀଙ୍କ ଶରୀରର ଅଙ୍ଗଗୁଡ଼ିକ ପଡିଥିଲା, ସେହି ସ୍ଥାନ ମାନଙ୍କୁ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ । ତେବେ ତାମିଲନାଡୁର କନ୍ୟାକୁମାରୀ କେପ୍ ଠାରେ ଅବସ୍ଥିତ କନ୍ୟାକୁମାରୀ ଶକ୍ତିପୀଠ, ଦେବୀ…

କମ୍ପୁଛି ଶକ୍ତିପୀଠ, ଚାଲିଛି ମା’ ଭଟ୍ଟାରିକାଙ୍କ ଷୋଡଶ ଉପଚାର

କଟକ: କମ୍ପୁଛି ଶକ୍ତିପୀଠ l ଚାଲିଛି ମା' ଜଗତଜନନୀଙ୍କ ଷୋଡ଼ଶ ଉପଚାର ପୂଜା l ସେଥିପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ l ସେପଟେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ ଚାଲିଛି ସ୍ୱତନ୍ତ୍ର ରୀତିନୀତି l ବିଧି ମୁତାବକ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।…

ନବରାତ୍ରୀ ୨୦୨୪: ଷଷ୍ଠ ଦିନରେ ପୂଜା ପାଉଛନ୍ତି ମା’ କାତ୍ୟାୟନୀ

ଭୁବନେଶ୍ଵର: ଚାଲିଛି ନବରାତ୍ରୀ । ଏନେଇ ଉତ୍ସବ ମୁଖର ଗାଁ ଠୁ ସହର । ନବରାତ୍ରୀର ଷଷ୍ଠ ଦିନରେ ମାଆ ଆଦିଶକ୍ତି କାତ୍ୟାୟନୀଙ୍କୁ ପୂଜା କରାଯାଏ । ମା’ କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର…

ଚାଲିଛି ଷୋଡ଼ଶ ଉପଚାର ପୂଜା, ଉଠୁଛି ପଡୁଛି ଝଙ୍କଡବାସିନୀ ମା’ ଶାରଳାଙ୍କ ପୀଠ

ଜଗତସିଂହପୁର: ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦୁର୍ଗାଷ୍ଟମୀରେ ଶେଷ ହେବ। ଏହି ସମୟରେ ମା'ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା କରାଯିବ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ ଷୋଳ ପୂଜା ପାଇଁ…

ନବରାତ୍ରୀ ୨୦୨୪: ପୂଜା ପାଇବେ ସ୍କନ୍ଦଙ୍କ ମାତା ସ୍କନ୍ଦମାତା

ଭୁବନେଶ୍ଵର: ପର୍ବତ ଉପରେ ରହି ସାଂସାରିକ ଜୀବଙ୍କ ମଧ୍ୟରେ ନବଚେତନାର ନିର୍ମାଣ କରୁଥିବା ମା’ ହେଉଛନ୍ତି ଦେବୀ ସ୍କନ୍ଦମାତା । ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସ୍କନ୍ଦ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବା କାରଣରୁ ମା'ଙ୍କ ନାମ…

ଜମିବ ଗୋଷାଣୀ ଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା' ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ…

ଚଳଚଞ୍ଚଳ ଶକ୍ତିପୀଠ, ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଉପଚାର ବିଧି

ପୁରୀ: ନବରାତ୍ରୀ ପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା। ପୁରୀ ଜିଲ୍ଲା କୋଣାର୍କ ବେଳାଭୂମି ମାର୍ଗରେ କାହିଁ କେତେ କାଳରୁ ପୂଜା ପାଇ ଆସୁଛନ୍ତି ମା ରାମଚଣ୍ଡୀ | କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ମାଁ ଙ୍କୁ…

ନବରାତ୍ରୀ ୨୦୨୪: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା’ ଦୁର୍ଗା

ଭୁବନେଶ୍ଵର: ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଆଜି ହେଉଛି ନବରାତ୍ରିର ଚତୁର୍ଥ ଦିନ। ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କର ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି। ଦେବୀ…

ନବରାତ୍ରୀ ୨୦୨୪: ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ବର: ଆଜି ନବରାତ୍ରୀର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା'। ମା' ଦୁର୍ଗାଙ୍କ ତୃତୀୟ ଶକ୍ତି ହେଉଛନ୍ତି ଚନ୍ଦ୍ରଘଣ୍ଟା । ଏହି ରୂପରେ ମା'ଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କ ମୁଦ୍ରା ଯୁଦ୍ଧ ମୁଦ୍ରା…