Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୯୮୭୦ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୮୭୦ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। https://twitter.com/HFWOdisha/status/1395354678527881216?s=19 ଆଜିର ସଂଖ୍ୟାକୁ…

ଝଡ଼ ପରେ ସୁରକ୍ଷିତ ସିଂହ

ଗୁଜୁରାଟ:ନିଜ ବାସସ୍ଥଳୀକୁ ଫେରିଛନ୍ତି ସିଂହ ସଫାରୀ । ସାମୁଦ୍ରିକ ଝଡ଼ ତାଉତେ ଗୁଜୁରାଟରେ ଧ୍ୱଂସ ଲୀଳା ରଚାଇଛି । ଝଡର ତାଣ୍ଡବରେ ପ୍ରବଳ ବର୍ଷା ସହ ବହୁ କ୍ଷୟକ୍ଷତି ହୋଇଛି । ଏବେ ବି ବହୁ ସ୍ଥାନ ପାଣି ଘେରରେ ରହିଥିବା ବେଳେ ବେସାହାରା ହୋଇପଡିଛନ୍ତି ଲୋକେ । ସେହିଭଳି ଗୁଜୁରାଟର ଗିର…

ମହାରାଷ୍ଟ୍ର ଯାଉଥିଲେ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ମୁମ୍ବାଇ: ମହାରାଷ୍ଟ୍ର ଯାଉଥିଲେ ବ୍ୟକ୍ତିଙ୍କୁ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ଆଉ ଏହି ଟେଷ୍ଟ ମହାରାଷ୍ଟ୍ରରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବର ହୋଇଥିବା ଆବଶ୍ୟକ। ଏହି ନିୟମ ପରିବହନର ସମସ୍ତ ମାଧ୍ୟମ ପାଇଁ ପ୍ରଯୁଜ୍ୟ। ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ…

ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲଟର ଆଇସିୟୁ ବେଡ୍ ଲୋକାର୍ପିତ

ରାଉରକେଲା: ଆଜି ଭର୍ଚୁଆଲ ମୋଡରେ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ…

ଜମିବାଡ଼ି ବିବାଦରୁ ନାବାଳକକୁ ନିର୍ମମ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଗୁରୁବାର ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ବିବାଦ ଯୋଗୁଁ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏଥିରେ ବିଫଳ ହୋଇ ସେହି ପରିବାରର ୮ ବର୍ଷର…

ପୁଣି ଏକ ଦୁଃଖଦ ଖବର, କରୋନାରେ ଆଖି ବୁଜିଲେ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ବଡ ପୁଅ ଯଶୋବନ୍ତ

ଭୁବନେଶ୍ୱର : ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ବାପା ରଘୁନାଥ ମହାପାତ୍ରଙ୍କ…

ରକ୍ତ ସଂପର୍କକୁ ଫିକା କରିଦେଉଛି କରୋନା ମହାମାରୀ

ସଇଁନ୍ତଳା: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀର ଭୟାବହତା । ଅକାଳରେ ଚାଲିଯାଉଛି ଜୀବନ, ସଂକ୍ରମଣ ଭୟରେ ସଂପର୍କ ଭୁଲିଯାଉଛି ମଣିଷ । ରକ୍ତ ସଂପର୍କ ହେଉ କି ବନ୍ଧୁବାନ୍ଧବ ଅବା ପଡୋଶୀ । କରୋନା ସଂକ୍ରମିତଙ୍କ ମୃତ ଶରୀରକୁ ହାତ ମାରିବାକୁ ସମସ୍ତେ ପଛଘୁଂଚା ଦେଉଛନ୍ତି ।…

ହ୍ରଦରେ ମାଛ ମଡ଼କ….

ବେଙ୍ଗାଲୁରୁ: ପୁଣି ମାଛ ମଡ଼କ । ହ୍ରଦରେ ମରିପଡ଼ିଛନ୍ତି ହଜା ହଜାର ମାଛ । ପାଣିରେ ପଚିସଢି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହି ଦୃଶ୍ୟ ହେଉଛି ଦକ୍ଷିଣ ବେଙ୍ଗାଲୁରୁର ମୋଟାନାଲୁରୁ ହ୍ରଦର । ପାଖରେ ଥିବା ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ରାସାୟନିକ…

ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର

ମାଲକାନଗିରି :ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଲାଞ୍ଚ ମାଗୁଛନ୍ତି ଡାକ୍ତର । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରୁ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି । ବାଲିମେଳା ସହରର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ନାବାଳକଙ୍କ ହାତ ଭାଙ୍ଗିବା ପରେ ପରିବାର ଲୋକେ ତାଙ୍କ ହାତକୁ…

୨୧ ରୁ ୨୫ ଯାଏଁ ହେବ ଓଡ଼ିଶୀ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ କରୋନା କଟକଣା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଓଡ଼ିଶୀ କର୍ମଶାଳା ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କର୍ମଶାଳାରେ…