Latest Odisha News
Browsing Category

ଅପରାଧ

ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଦୁଇ ଜଣ ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ ହୋଇଛି । ପଞ୍ଚାୟତ କାର୍ୟ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି…

ସ୍ୱାମୀ ନାଁରେ ସୈତାନ, ସ୍ତ୍ରୀକୁ ହାଣିଦେଲା

ରାଉରକେଲା: ଯାହାକୁ ସାତ ଜନ୍ମର ସାଥି କରି ବିବାହ କରିଥିଲେ ସିଏ ମାରିଦେଲା । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଫାର୍ମାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଫାର୍ସାଟୋଲା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ…

ଝାଡଖଣ୍ଡରୁ ଧରାପଡିଲା ଦାଉଦ୍ ଇବ୍ରାହିମର ସହଯୋଗୀ

ଝାଡଖଣ୍ଡ: ଗୁଜରାଟ ଆଣ୍ଟି ଟେରରିଜିମ୍ ସ୍କ୍ୱାର୍ଡ (ଏ.ଟି.ଏସ୍‌) ହାତରେ ଧରାପଡିଛି ଦାଉଦ୍ ଇବ୍ରାହିମର ନିକଟତର ସହଯୋଗୀ ଅବ୍ଦୁଲ୍ ମାଜିଦ କୁଟ୍ଟି । ଝାଡଖଣ୍ଡରେ ଏହି ଅପରାଧୀ ଗିରଫ ହୋଇଥିଲାବେଳେ ବିଗତ ୨୪ ବର୍ଷ ଧରି ଫେରାର ଥିଲା । ଅନୁମାନ କରାଯାଉଛି ଦାଉଦକୁ ନେଇ ଅବ୍ଦୁଲ ନିକଟରେ ବେଶ କଛି…

ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ସର୍ଚ୍ଚ ଅପରେସନ୍

କଟକ: ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶରେଟ ପୋଲିସ । ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଡିଏସ୍ ହାଉସରେ ସର୍ଚ୍ଚ ଜାରି ରହିଛି । ସା ଭାଇ ସୁଶୀଲ ଧଳସାମନ୍ତଙ୍କୁ ସାଙ୍ଗରେ ଆଣି ତାଙ୍କ ଉପସ୍ଥିତିରେ ପୋଲିସ ଖୋଳତାଡ ଚଳାଇଛି । ଗତକାଲି ଖୋଜାଖୋଜି…

ଆଈକୁ ହେମଦସ୍ତା ପୁଆରେ ପିଟି ପିଟି ମାରି ଦେଲା ନାତୁଣୀ

ଭଦ୍ରକ: ସାମାନ୍ୟ ଝଗଡ଼ାରୁ ଜଘନ୍ୟ ହତ୍ୟାକାଣ୍ଡ । ଆଈକୁ ହେମଦସ୍ତା ପୁଆରେ ଛେଚି ମାରଦେଲା ନାବାଳିକା ନାତୁଣୀ । ଏଭଳି ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ମୃତକ ହେଲେ ଗାଁର ଶଶୀ ଦାସ । ପୋଲିସ ନାବାଳିକାଙ୍କୁ ଅଟକ ରଖିବା ସହ…

ବନ୍ଧୁକ ଦେଖାଇ ୪୦ ଭରି ସୁନାଗହଣା ଲୁଟ୍, ରାତିରେ କଳାକନା ବୁଲାଇଲେ ଲୁଟେରା

କଳାହାଣ୍ଡି: ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ରଖି ରାତିରେ କଳାକନା ବୁଲାଇ ଦେଲେ ଲୁଟେରା । ଘରେ ପଶି ସମସ୍ତଙ୍କୁ ଭୟଭୀତ କରାଇ ଦୁର୍ବୃତ୍ତ ଲୁଟି ନେଲେ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି ।…

ପାକିସ୍ତାନରେ ମଲା ଦାଉଦ୍ ଇବ୍ରାହିମ୍‌ର ପୁତୁରା

ଭୁବନେଶ୍ୱର: ଆତଙ୍କବାଦର ଉତ୍ସ ତଥା ପଳାତକ ଗ୍ୟାଙ୍ଗଷ୍ଟର୍ ଦାଉଦ୍ ଇବ୍ରାହିମ୍‌ର ପୁତୁରା ପାକିସ୍ତାନର କରାଚି ସହରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁ ପୂର୍ବରୁ ଦାଉଦର ପୁତୁରା ସିରାଜ କାସ୍କର ଗୋଟିଏ ସପ୍ତାହ ପାଇଁ କରାଚି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ହେଲେ ଡାକ୍ତରୀ ଦଳର…

୨୦୨୦ରେ ସାରା ରାଜ୍ୟରେ ଚହଳ ପକାଇଥିବା ପାଞ୍ଚଟି ଚର୍ଚ୍ଚିତ ଅପରାଧ

ଭୁବନେଶ୍ୱର: ଅନେକ ଲୋମହର୍ଷଣକାରୀ ଅପରାଧ ଦେଖିଛି ବର୍ଷ ୨୦୨୦ । ପରୀଠୁ ଆରମ୍ଭ କରି ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି । ପୂର୍ବତନ ବିଧାୟକ ଅନୁପ ସାହୁଙ୍କ ଗିରଫଦାରୀ କୁହନ୍ତୁ କି ପାଠକ ବାପା-ପୁଅ ଜେଲ୍ ଯିବା । ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ…

କଟକରେ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ, ୬ ଗିରଫ

କଟକ: କଟକ ସହରରେ ଅଭିନବ ଉପାୟରେ ହେଉଛି ନିଶା କାରବାର । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନ ସୁଗାରରେ ମିଶାଇ ବିକ୍ରି ହେଉଛି । କଟକ ସିଡିଏ ଅଞ୍ଚଳରେ ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ମର୍କତ ନଗର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ତଥ୍ୟ ଦେଇଛି ।…

ଜେଲରେ ଓକିଲଙ୍କୁ ସାକ୍ଷାତ କରିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ ହାଇକୋର୍ଟ

କଟକ: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ. ଆର୍.…