Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱରର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣୀ ଉଦୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସୁନ୍ଦରପଦାର ଘର, ଭୁବନେଶ୍ୱର ଅଫିସ ଏବଂ କେନ୍ଦ୍ରାପଡା ରାଜନଗର ପୈତୃକ ଘରେ ରେଡ୍ କରିଛି ଭିଜିଲାନ୍ସ…

ପାଟଣାଗଡ ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା ! ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡର ଗୋଟିଏ ପରବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ ମିଳିଛୁ ନୂଆ ନୂଆ ଖିଅ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମୃତକଙ୍କ ଆଉ ୩ ପୁଅ ଗାଁରେ ପହଂଚିଛନ୍ତି । ୩ ପୁଅଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଅଟକ…

ସାମ୍ନାକୁ ଆସିଲା ଆଧ୍ୟାତ୍ମିକ ଟିଭି ଚ୍ୟାନେଲର ନଗ୍ନ ରୂପ !

ଭୁବନେଶ୍ୱର: ଧାର୍ମିକ ମନୋଭାବରେ ଲାଗିଲା ଅଶ୍ଲୀଳତାର ଛିଟା । ଜଣେ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଭିଡିଓ ଲିଙ୍କ୍ ବଦଳରେ ମିଳିଥିଲା ଅଶ୍ଲୀଳ ଭିଡିଓ ସାଇଟ୍‌ର ଠିକଣା । ଏକ ସାଟେଲାଇଟ୍ ତଥା ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଆନ୍ଧ୍ରପ୍ରଦେଶର ଶ୍ରୀ…

ବିଦ୍ୟୁତ ତାର ବିଛାଇ ଦୁଇ ବାରହା ଶିକାର;ଜଣେ ଗିରଫ

ବୁଗୁଡା: ବୁଗୁଡା ବନ୍ୟାଞ୍ଚଳ ଅନ୍ତର୍ଗତ ବାଲିପଦର ଫରେଷ୍ଟ ସେକସନର ବିଷ୍ଣୁଚକ୍ର ଗ୍ରାମର ଚାଷ ଜମିରେ ନଭେମ୍ବର ୧୦ ତାରିଖ ରାତିରେ ଗୌଡ଼ିଆବୋରଦା ଗ୍ରାମର ଅରୁଣ ସ୍ଵାଇଁ ବିଦ୍ୟୁତ ଫାସ ପକାଇ ବନ୍ୟପ୍ରାଣୀ ଦୁଇଟି ବରାହ ଶିକାର କରିଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ ହୋଇଥିବା ଜଣାପଡିଛି।…

୫ ଲକ୍ଷ ଟଙ୍କାର ନକଲି ଲଙ୍କା, ହଳଦୀ ଓ ମସଲା ଗୁଣ୍ଡ ଜବତ

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । କଟକ ମାଲଗୋଦାମରେ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ବୁଧବାର ପୋଲିସ ଅତର୍କିତ ଚଢ଼ଉ କରିଛି। ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ…

ଡେଲିଭରି ବୟ ନାଁରେ ୧୦ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା: ଜଣେ ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଏଭଳି ଅଭିଯୋଗ ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରି ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି ।

ଜୟଦେବ ବାଟିକା ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜୟଦେବ ବାଟିକାରୁ ଅଜଣା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଓ ଫୋରେନସିକ୍ ଟିମ୍ ତଦନ୍ତ ଜାରି ରଖିଛି । ସୂଚନା…

ବଲିଉଡ ଡ୍ରଗ୍ସ ଲିଙ୍କ: NCBରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା

ମୁମ୍ବାଇ: ଡ୍ରାଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଅଫିସ୍‌ରେ ହାଜର ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସ । ଏନ୍‌ସିବି ଆଜି ସାକଳେ ପଚରାଉଚରା କରିବା ପାଇଁ ତାଙ୍କୁ ସମନ ପଠାଇଥିଲା । ଗେବ୍ରିଏଲାଙ୍କ ସହ ଅଜୁର୍ନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ…

ଫିଲ୍ମ ନିର୍ମାଣ ପାଇଁ ଛେଳି ଚୋରି !

ତାମିଲନାଡୁ: ଆଜିକାଲି ବାସ୍ତବ ଜୀବନର ଅନେକ ଘଟଣାକୁ ଫିଲ୍ମରେ ରୂପାନ୍ତରିତ କରାଯାଉଛି । ଠିକ୍ ଏହିପରି ଏକ ଘଟଣା ଘଟିଛି ତାମିଲନାଡୁରେ । ଯେଉଁଠି ଦୁଇ ଭାଇ ଚୋରି କରି ନିଜ ବାପାର ଫିଲ୍ମ ନିର୍ମାଣ କରିବା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ । ଏପରିକି ସେହି ଫିଲ୍ମରେ ଦୁହେଁ ଅଭିନେତା…

ସାଢ଼େ ୬ କେଜି ସୁନା ଜବତ

ଗଞ୍ଜାମ: ଗଂଜାମ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହୋଇଛି ସାଢ଼େ ୬ କେଜି ଓଜନର ସୁନା । ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ। ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି…