Latest Odisha News

BREAKING NEWS

Browsing Category

ଅପରାଧ

ବାଲିଅନ୍ତା ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ବଡଭାଇ ଗିରଫ

ଭୁବନେଶ୍ୱର : ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଇ ସ୍ରଷ୍ଟା ରାଉତରାୟ ଓରଫ୍ ମାମୁନ ରବିବାର ଦିନ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରିଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅତଳାଗଡ଼ ନିକଟରେ ଶୁକ୍ରବାର ଦିନ କୌଣସି କାରଣବଶତଃ ସ୍ରଷ୍ଟା ନିଜ…

ଆଲିଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତ ପୂର୍ବରୁ ନିଜ ଝିଅକୁ କରିଥିଲା ଦୁଷ୍କର୍ମ: ପୋଲିସ

ଆଲିଗଡ଼: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଆଲିଗଡ଼ରେ ଦୁଇ ବର୍ଷର ନାବାଳିକା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ସଙ୍ଗୀନ ଅଭିଯୋଗ ଆଣିଛି । ପୋଲିସ ସେହି ଅଭିଯୁକ୍ତର ପୁରୁଣା ଫାଇଲ୍ ଖେଳାଇବାରୁ ତା’ନାମରେ ପୂର୍ବରୁ ଅନ୍ୟ ଏକ ସଙ୍ଗୀନ ମାମଲା ରହିଥିବା ଜାଣିବାକୁ…

ରାଜଧାନୀରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ, ଦୁର୍ଘଟଣାଗ୍ରସ୍ତ କାର୍ ଛାଡ଼ି ଦୁର୍ବୃତ୍ତ ଫେରାର୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରୁଥିବା ଅପରାଧିଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫ ନଂ ଜାତୀୟ ରାଜପଥର…

ବାଲେଶ୍ୱର: ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : ବାଲେଶ୍ୱର ସ୍ଥିତ କୁଲଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ବନଖଣ୍ଡ ଅଧିକାରୀ (ଡିଏଫଓ) କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ କୁଲଡିହାର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ରହିଛନ୍ତି ।…

ନୂଆପଡାରୁ ଉଦ୍ଧାର ହେଲେ ପାଟଣାଗଡ଼ର ପିଡବ୍ଲ୍ୟୁଡି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର

ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଅପହରଣ ଅଭିଯୋଗ ପରେ ଶୁକ୍ରବାର ଦିନ ପୋଲିସ ନୂଆପଡ଼ା ଜିଲ୍ଲା ଖରିଆରରୁ ତାଙ୍କୁ ଉଦ୍ଧାର କରିଛି । ପାଟଣାଗଡ଼ ବିଧାୟକ ଖୋଲାଖୋଲି ଭାବେ ଜୟକାନ୍ତ ଶବର ନାମକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ…

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସ୍କା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୋଲିସ ବୁଧବାର ଦିନ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଗିରଫ ୪ ଅଭିଯୁକ୍ତମାନଙ୍କୁ କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ…

ସମ୍ବଲପୁର: ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯବାନ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନୁପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ତଥା ହଇରାଣ ହରକତ କରିବା ଅଭିଯୋଗରେ ଓଡିଶା ସ୍ପେଶାଲ ଆର୍ମଡ୍ ଫୋର୍ସ (ଓଏସଏପି)ର ଯବାନ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଯବାନଙ୍କ ନାମ ସୁରେଶ ବିଭାର (୩୦) ଏବଂ ସେ ଗଡଲୋଇସିଂହ ଗ୍ରାମର ବାସିନ୍ଦା ବୋଲି…

କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଭଉଣୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମ ନିକଟରେ ସୋମବାର ସକାଳେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ । ସେମାନଙ୍କ ଘର ରାଇସୁଆଁ ଗାଁରେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ…

ରାଜଧାନୀରେ ଚାଞ୍ଚଲ୍ୟ: ହତ୍ୟା ପରେ ପେଟିରୁ ମିିଳିଲା ମୃତଦେହ

ଭୁବନେଶ୍ୱର: ପୋଲିସ ରବିବାର ସକାଳେ ନୟାପଲ୍ଲୀର ଏକ କୃଷି ଫାର୍ମରୁ ମୃତଦେହ ଜବତ କରିବା ପରେ ଏହା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । କେହି ଦୁର୍ବୃତ୍ତ ବ୍ୟକ୍ତି ଜଣକଙ୍କୁ ହତ୍ୟା କରିବା ପରେ ଫାର୍ମର ଘଞ୍ଚ ବୁଦାମୁଳେ ଫିଙ୍ଗି ଦେଇ ଚାଲି ଯାଇଛି । ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳର…

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣା: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ବ୍ରହ୍ମପୁର : ବ୍ରହ୍ମପୁରରେ ଶୁକ୍ରବାର ରାତିରେ ଘଟିଥିବା ପୋଲିସର ଏନକାଉଣ୍ଟରରେ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ଅପରାଧୀ ଦ୍ୱୟ ଗଣେଶ ନାୟକ ଓ ହୃଷି ପାତ୍ର ବୋଲି ଜଣାପଡିଛି । ପରେ ଆହତମାନଙ୍କୁ ଚିକିତ୍ସା…