Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ପ୍ରଥମ ଥର ମଣିଷକୁ ସଂକ୍ରମିତ କଲା ବାର୍ଡ ଫ୍ଲୁ H5N8

ନୂଆଦିଲ୍ଲୀ: ମଣିଷ ଶରୀରରେ H5N8 ଭୂତାଣୁ ଠାବ କରିଛନ୍ତି ବୈଜ୍ଞାନିକ । ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରକୁ ପ୍ରବେଶ କରିବା ମାମଲା ଋଷରୁ ସାମ୍ନାକୁ ଆସିଛି । ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଲର୍ଟ ଜାରି କରିଛି । ସେପଟେ ଋଷ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ‘ବାର୍ଡ ଫ୍ଲୁ (H5N8)…

ପାଣି ପାଇଁ ହା ହା କାର ଆମେରିକାବାସୀ, ବରଫ ତରଳାଇ ପିଉଛନ୍ତି ପାଣି

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍‌ରେ ପାଖାପାଖି ଦେଢ଼ କୋଟି ଲୋକଙ୍କୁ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି । ରାଜ୍ୟରେ ୧୦-୧୧ ଫେବୃଆରୀରେ ଆସିଥିବା ବରଫ ଝଡ଼ରେ ଇଲେକ୍ଟ୍ରିସିଟି ଗ୍ରିଡ୍‌ ଫେଲ୍‌ ହୋଇଯାଇଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ଘର କିଛି ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିବା…

ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏନେଇ ପ୍ରଜ୍ଞା ଠାକୁରଙ୍କ…

ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବ୍ୟାଙ୍କ ୟୁନିୟନଙ୍କ ବିରୋଧ, ମାର୍ଚ୍ଚ ୧୦ରେ ସଂସଦ…

ନୂଆଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବ୍ୟାଙ୍କ ୟୁନିୟନମାନେ ବିରୋଧ କରିଛନ୍ତି । ଏଥିପାଇଁ ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ବିଭିନ୍ନ ରାଜ୍ୟର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସତ୍ତ୍ୱେ ଯଦି ସରକର ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି…

ଶତ୍ରୁ ସଂହାର କରିବ ହେଲିନା ମିସାଇଲ୍‌, ରାଜସ୍ଥାନରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ହେଲିକପ୍ଟର୍‌ରୁ କ୍ଷେପଣ କରାଯାଉଥିବା ଅତ୍ୟାଧୁନିକ ଏଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍ ହେଲିନାକୁ ରାଜସ୍ଥାନରେ ସଫଳ ପରୀକ୍ଷଣ କରାଯାଇଛି । ପୋଖରାନ୍‌ରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା…

ଲାଲ ସଙ୍କେତରେ ସେନସେକ୍ସ, ନିଫ୍ଟି କାରବାର ହ୍ରାସ

ନୂଆଦିଲ୍ଲୀ:ସେୟାର ବଜାରରେ ଫ୍ଲାଟ୍ ଆରମ୍ଭ । ସେୟାର ବଜାରରେ କାରବାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଚଳିତ ସପ୍ତାହର ଆରମ୍ଭରେ ବିଏସଇ ସେନସେକ୍ସ ୫୨ ହଜାର ପାର କରିବା ପରେ ପରବର୍ତ୍ତି ଦିନମାନଙ୍କରେ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି ।  ଶୁକ୍ରବାର କାରବାରର ଶେଷ ଦିନରେ…

ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍‌ ଗ୍ଲୋବାଲ୍‌ ରେଟିଙ୍ଗ୍‌: ଭାରତ ଆଗାମୀ ବର୍ଷରେ ଅର୍ଥନୈତିକ ବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି…

ନୂଆଦିଲ୍ଲୀ: କ୍ରେଡିଟ୍‌ ରେଟିଙ୍ଗ୍‌ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍‌ ଗ୍ଲୋବାଲ୍‌ ରେଟିଙ୍ଗ୍‌ ଭାରତର ଆଗାମୀ ଅର୍ଥିକ ଅଭିବୃଦ୍ଧିକୁ ନେଇ ତଥ୍ୟ ପ୍ରକାଶ କରଛି । ଆଗାମୀ ଆର୍ଥିକ ବର୍ଷରେ ଭାରତ ୧୦ ପ୍ରତିଶତ ବୃଦ୍ଧି ସହିତ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହେଉଥିବା ଦେଶମାନଙ୍କ ମଧ୍ୟରେ…

ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଜେଫ୍ ବେଯୋଶ୍

ନୂଆଦିଲ୍ଲୀ: ଆମାଜନ ସିଇଓ ଜେଫ୍ ବେଯୋଶ୍ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷକୁ ଆସିଛନ୍ତି । ଟେସ୍ଲା ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଟେସ୍ଲା ଇନ୍ସ ସେୟର୍ସ ଖସିଯିବାରୁ ଏଲନ୍ ମସ୍କ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି ।  ବ୍ଲୁମବର୍ଗ…

ବର୍ଷେ ପରେ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ 

ନୂଆଦିଲ୍ଲୀ: ପାଖାପାଖି ବର୍ଷେ ନିଖୋଜ ରହିବା ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ । ରି ସୋଲଜୁ ସ୍ୱାମୀ କିମ ଜୋଙ୍ଗ ଉନଙ୍କ ସହ ନଜର ଆସିଛନ୍ତି ।  ଉତ୍ତର କୋରିଆରେ ପୂର୍ବତନ ଶାସକ କିମ ଜୋଙ୍ଗ-୨ଙ୍କ ଜନ୍ମଦିନକୁ ‘ଡେ ଅଫ ଦ…

ଇବୋଲା ଭାଇରସ୍‌ର ଚିହ୍ନଟ ପରେ ୬ଟି ଆଫ୍ରିକାନ୍ ଦେଶକୁ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଇବୋଲା ଭାଇରସ୍‌ର ନୂଆ ସଂକ୍ରମଣକୁ ନେଇ ୬ଟି ଆଫ୍ରିକାନ୍ ଦେଶକୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗୁଏନିଆରେ ଇବୋଲାର ନୂଆ ମାମଲା ସାମ୍ନାକୁ ଆସିବା ପରେ ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ଡବ୍ଳୁଏଚଓ ଏପରି ସତର୍କତା ଜାରି କରିଛି । ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌…