Latest Odisha News

BREAKING NEWS

Browsing Category

ଫିଚର

ଅବପାତର ରୂପ ନେଲା ଲଘୁଚାପ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଅବପାତର ରୂପ ନେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ରହିବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ବିଶାଖାପାଟଣା ଦେଇ ଅବପାତ…

ନବରାତ୍ରୀରେ ମା’ଙ୍କ ନଅ ରୂପ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବେଶ

ଭୁୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଜଗତ ଜନନୀଙ୍କ ବିଜୟା ଦଶମୀ । ପୂଜା ପେଣ୍ଡାଲ ଓ ଦେବୀ ପୀଠରେ ପୂଜା ପାଇବେ ମା ଦୁର୍ଗା । ଏହା ପୂର୍ବରୁ ୧୭ ତାରିଖରୁ ଆରମ୍ଭ ହେଉଛି ମା’ଙ୍କ ନବଦିନାତ୍ମକ ପୂଜା । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏହି ନବରାତ୍ରୀ ପୂଜାର ମହାତ୍ମ୍ୟ ଅଧିକ ରହିଛି । ବିଶେଷ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୨-୧୦-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା୧୨ ରିଖ ସୋମବାର କନ୍ୟା ୨୭ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର    ଘାତ ବାର-: ମିଥୁନ ରାଶିର        ଆଜି: କଳମ୍ବୀ ଶାଗ ଖାଇବା ନିଷେଧ…

ଦଶହରାରେ କାହିଁକି କରାଯାଏ କୁମାରୀ ପୂଜା ? ଜାଣନ୍ତୁ ବିଶେଷତ୍ୱ

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ । ୨୫ ତାରିଖ ଯାଏ ଚାଲିବ । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଘରେ ଓ ମନ୍ଦିରରେ କୁମାରୀ ପୂଜା କରାଯାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ମାଆ ମହାଗୋରୀ ଓ ସିଦ୍ଧିଦାତ୍ରୀଙ୍କ…

କାହିଁକି ପାଳନ ହୁଏ ବିଜୟାଦଶମୀ ବା ଦଶହରା? କଣ ରହିଛି ଏହାର ମହତ୍ୱ

ଦଶହରା ପର୍ବ ହେଉଛି ହିନ୍ଦୁ ଧର୍ମର ପ୍ରମୁଖ ପର୍ବ। ଏହା ବିଜୟା ଦଶମୀ ନାମରେ ମଧ୍ୟ ଜଣାଶୁଣା। ଚଳିତ ବର୍ଷ ୨୫ ଅକ୍ଟୋବରରେ ଏହି ପର୍ବ ପାଳନ କରାଯିବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ଅସ୍ତ୍ରଶସ୍ତ୍ର ପୂଜା ପାଇଁ ମଧ୍ୟ…

ଧାୱନଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ

ଆବୁଧାବି: ଆଇପିଏଲ୍ ୨୭ ତମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଅପରାଜିତ ୬୯ ରନ୍ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ  ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ  ଦେଇଛି । ଧଓ୍ଵନ ୫୨ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଆବୁଧାବିର ଶେଖ ଜୟେଦ୍…

ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ; ପୁରୀର ସ୍ବର୍ଣ୍ଣିମ ବେଳାଭୂମିକୁ ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ପ୍ରମାଣପତ୍ର 

ଭୁବନେଶ୍ୱର: ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି । ଦେଶପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ …

କଟକଣାରେ ଖୋଲିଲା ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର !

ଆସାମ: କରୋନା ମାହାମାରୀ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଆସାମର ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର । ତେବେ ବହୁଦିନର ବ୍ୟବଧାନ ପରେ ଶେଷରେ କୋଭିଡ୍ କଟକଣା ମଧ୍ୟରେ ରବିବାର ମନ୍ଦିର ଖୋଲାଯାଇଛି । ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିଥିଲେ ବି ଏକାଧିକ କଟକଣା ଶ୍ରଦ୍ଧାଳୁଙ୍କୁ ସାମାନ୍ୟ…

ନବରାତ୍ରୀ ଅବସରରେ ଆସନ୍ତୁ ଜାଣିବା କେଉଁ ଦିନ କଣ ଭୋଗ କଲେ ମାଆ ପ୍ରସନ୍ନ ହେବେ

ପୁରୀ: ଦୁର୍ଗାପୂଜା ଅବସରରେ ମାଆଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଭାବ ରହିଥାଏ । ହର୍ଷ ଉଲ୍ଲାସରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତିି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାଆଙ୍କୁ କେଉଁ ଭୋଗ କଲେ ସବୁ ଦୁଃଖ ଦୂର ହୋଇଥାଏ । ପ୍ରଥମ ଦିନ : ନବରାତ୍ରୀର ପ୍ରଥମ ଦିନ ମାଆ ଶୈଳପୁତ୍ରୀଙ୍କୁ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୩୪୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୪୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୫୧୧, କଟକରୁ ୩୬୬ ଜଣ, ମୟୂରଭଂଜରୁ ୩୬୨ ଜଣ, ଅନୁଗୁଳରୁ ୨୮୮ ଜଣ, ଯାଜପୁରରୁ ୧୫୫ ଜଣ,…