Latest Odisha News

BREAKING NEWS

Browsing Category

ଫିଚର

ମାସ୍କ ଦୁର୍ନୀତି: ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦଣ୍ଡ ଦେବେ ସରକାର

ଭୁବନେଶ୍ୱର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଅନୁରାଗ କଶ୍ୟପ ହାଜର ହୋ… ସମନ୍ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମୁମ୍ବାଇ ପୋଲିସର ସମନ୍ । ଆସନ୍ତାକାଲି ସକାଳ ୧୧ଟାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରହିଛି । ମୁମ୍ୱାଇର ଭରଶୋଭା ଥାନାରେ ହାଜର ହେବେ ଅନୁରାଗ କଶ୍ୟପ । ତାଙ୍କର ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ ।…

ଆସିଲା ‘ବାବ୍ରି ଫଇସଲା’, ଆଡଭାନୀଙ୍କ ସମେତ ୩୨ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ: ଆସିଲା ବହୁ ପ୍ରତିକ୍ଷିତ ବାବ୍ରି ମଜସିଦ ଭଙ୍ଗା ମାମଲାର ଫଇସଲା । ୨୮ ବର୍ଷ ପରେ ବୁଧବାର ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି । ମସ୍‌ଜିଦ ଭଙ୍ଗା ନେଇ କୌଣସି ଷଡଯନ୍ତ୍ର ହୋଇନଥିଲା ବୋଲି ବିଚାରପତି ସୁରେନ୍ଦ୍ର କୁମାର ଯାଦବ କହିଛନ୍ତି । ଏହି ମାମଲାରେ…

୨୪ ଘଣ୍ଟାରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟ ଦିନକୁ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ଆଉ ୧୪ ଜଣଙ୍କ କରୋନାରେ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି । ଆଜି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱର,…

ଖୋର୍ଦ୍ଧା ଓ କଟକରେ ପୁଣି ବଢ଼ିଲା: ଦିନକରେ ରାଜ୍ୟରୁ ୩୪୪୩ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୪୮ ଘଣ୍ଟା ପରେ ପୁଣି ଥରେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୪୪୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨ହଜାର ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ ଶହ ୨୬ । ୨୮ ତାରିଖରେ ୩୦୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…

ସୁପରସୋନିକ୍ କ୍ରୁଜ ମିସାଇଲ୍ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି । ଭାରତ ଓ ରୁଷିଆର ମିଳିତ ଜ୍ଞାନକୌଶଳରେ ତିଆରି ହୋଇଥିବା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ବ୍ୟାବହାରିକ ପରୀକ୍ଷଣ ସକାଳ ୧୦ଟା ୨୭ରେ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‌…

କୋଭିଡ ପରିଚାଳନା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ କୋଭିଡ୍ ପରିଚାଳନା ପ୍ରସଙ୍ଗରେ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଭିଯୋଗ କରିଛନ୍ତି, ସରକାର କରୋନା ପ୍ରସଙ୍ଗରେ ତଥ୍ୟ ଲୁଚାଉଛନ୍ତି । ସନ୍ତୋଷ ସିଂହ ସାଲୁଜା ଆହୁରି କହିଛନ୍ତି, କରୋନା…

ୟୁପି ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ କରିବ SIT

ଲକ୍ଷ୍ନୌ: ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଛି। ଗୃହ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ଦିନ ଭିତରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀୟ ମୁଖ୍ୟମନ୍ତ୍ରୀ…

ଶ୍ରେୟସ ଆୟାରଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ୍

ଦୁବାଇ: ଆଇପିଏଲର୍ ପ୍ରଥମ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ହାରିଛି । ଏହାସହ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟାରଙ୍କୁ ଲାଗିଛି ଡବଲ୍ ଝଟକା । ପ୍ରଥମେ ମ୍ୟାଚ୍ ହାରିଥିଲେ । ଏହାପରେ ଶ୍ରେୟସ ଆୟାରଙ୍କ ଉପରେ ପଡିଛି ଫାଇନ୍ ।…

ହାଥରସ ଗଣଦୁଷ୍କର୍ମ ମାମଲା: ପରିବାରକୁ ନଜଣାଇ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଦେଲା ପୋଲିସ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଛି ପୋଳିସର ଅମାନବୀୟ କାମ । ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ମଙ୍ଗଳବାର ବିଳମ୍ବିତ ରାତିରେ ପିଡିତାଙ୍କ ଅନ୍ତିମ ସଂସ୍କାର କରିଦେଇଛି ପୋଲିସ । ପୀଡିତାଙ୍କ ମୃତଦେହ ରାତି ଅଧରେ ହାଥରସରେ ପହଞ୍ଚିଥିଲା,…