Latest Odisha News

BREAKING NEWS

Browsing Category

ଫିଚର

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶହେ ପ୍ରତିଶତ ମାର୍କ

ଲକ୍ଷ୍ନୌ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅବିଶ୍ୱସନୀୟ ସଫଳତା । ଶହେ ପ୍ରତିଶତ ମାର୍କ ରଖିଲେ ଲକ୍ଷ୍ନୌର ଛାତ୍ରୀ ଦିବ୍ୟାଶୀଂ ଜୈନ୍ । ୬ଶହରୁ ୬ଶହ ମାର୍କ ରଖିଛନ୍ତି । ଦିବ୍ୟାଶୀଂ ଭୂଗୋଳକୁ ଛାଡ଼ିଦେଲେ ଅନ୍ୟ ସବୁ ପେପର ପରୀକ୍ଷା ଦେଇଥିଲେ । କରୋନା ଓ ଲକଡାଉନ ଯୋଗୁ କେବଳ ଭୂଗୋଳ…

ଦିଲ୍ଲୀ ରେଳ ଭବନ ଦୁଇ ଦିନ ପାଇଁ ବନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ରହିବ ଦିଲ୍ଲୀ ସ୍ଥିତ ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ଭବନ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛି ରେଲଓ୍ୱେ ବୋର୍ଡ । ଏହି ସମୟରେ ରେଳ ଭବନ ପରିସର ଓ ସମସ୍ତ ଅଫିସକୁ ସାନିଟାଇଜ୍ କରାଯିବ । ରେଳ ଭବନ…

ଆଜି ଭାରତ-ଚୀନ ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିର ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ୍ । ସ୍ୱାଭାବିକ ସ୍ଥିତି ଫେରୁଛି । ଆଜି ଚତୁର୍ଥ ଥର ପାଇଁ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହେବ । ଇଷ୍ଟର୍ଣ୍ଣ ଲଦାଖଲ ଚୁସୁଲ ବସିବ କର୍ପସ କମାଣ୍ଡରସ୍ତରୀୟ ବୈଠକ । ପୂର୍ବ ଆଲୋଚନା ଅନୁସାରେ ପ୍ରଥମ…

ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ୭ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଜି ସକାଳ ୯ଟା ୩୦ମି. ପର୍ଯ୍ୟନ୍ତ…

ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର କୋଭିଡ ପଜିଟିଭ୍

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସାରା କହିଛନ୍ତି ତାଙ୍କର, ପରିବାର ସଦସ୍ୟ ଓ ଷ୍ଟାଫମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଏନେଇ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସାରା । ସାରା କହିଛନ୍ତି…

ହେମାଙ୍ଗ ଅମୀନ ବିସିସିଆଇର ଅନ୍ତରୀଣ ସିଇଓ ନିଯୁକ୍ତ

ବିସିସିଆଇ ସିଇଓ ପଦରୁ ରାହୁଲ ଜୋହରିଙ୍କ ଇସ୍ତଫା ପରେ ଅନ୍ତରୀଣ ସିଇଓ ହୋଇଛନ୍ତି ହେମାଙ୍ଗ ଅମୀନ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ହେମାଙ୍ଗ ଅମୀନ ଆଇପିଏଲର ଚିଫ୍ ଅପରେଟିଂ ଅଫିସର ବା ସିଓଓ ଅଛନ୍ତି । ନୂଆ ସିଇଓ ନିଯୁକ୍ତି ଯାଏଁ ସେ ଦାୟିତ୍ୱ ତୁଲାଇବେ । ହେମାଙ୍ଗ ଅମୀନ ୨୦୧୭ ଠାରୁ…

ରାଜସ୍ଥାନ ହାଇଡ୍ରାମାରେ କେବେ ଯବନିକା, ଆଜି ପୁଣି ମାନସମନ୍ଥନ

ରାଜସ୍ଥାନ ରାଜନୀତିରେ ସଙ୍କଟ ଟଳିଛି । କିନ୍ତୁ ଯବନିକା ପଡିନି । ନାରାଜ ସଚିନ ପାଇଲଟଙ୍କୁ ମନାଇବାରେ ଏଯାଏ ସଫଳ ହୋଇ ନାହାନ୍ତି କଂଗ୍ରେସର ସଙ୍କଟ ମୋଚକ । ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଆଜି ସକାଳେ ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ ଯୋଗ ଦେବାକୁ…

ବ୍ରହ୍ମପୁର ସୀମା ସିଲ୍‌, ଯାଆସ ବନ୍ଦ

ବ୍ରହ୍ମପୁର: ସିଲ୍ ହେଲା ବ୍ରହ୍ମପୁର ସହର ସୀମା । ପ୍ରବେଶ ପ୍ରସ୍ଥାନ ଉପରେ ଲାଗିଲା କଟକଣା । ସହର ମଧ୍ୟକୁ କେହି ବି ଯିବା ଆସିବା କରିପାରିବେ ନାହିଁ । ମଙ୍ଗଳବାରଠୁ ଏହି କଟକଣା ଲାଗୁ ହୋଇଛି । ବଢ଼ୁଥିବା କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବିଭିନ୍ନ…

ଭାରତରେ ଅଯୋଧ୍ୟା ନକଲି, ନେପାଳରେ ଅସଲି: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶାସନ ଗାଦି ଟଳମଳ ହେଉଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ବିଚଳିତ ହୋଇ ପଡ଼ିଲେଣି । କେତେବେଳେ କଣ କହିଯାଉଛନ୍ତି । ପୁଣି ଥରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଉପରେ ତାଙ୍କ ମତକୁ ନେଇ ଏବେ ସବୁଠ ଚର୍ଚ୍ଚା । କେ. ପି. ଶର୍ମା ଓଲି…

କୋଭିଡ ହସ୍ପିଟାଲରୁ ୨ କରୋନା ରୋଗୀ ଫେରାର

ବ୍ରହ୍ମପୁର: କୋଭିଡ ହସ୍ପିଟାଲରୁ ଛୁ ମାରିଲେ ଦୁଇ କରୋନା ରୋଗୀ । ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଟାଟା କୋଭିଡ ହସ୍ପିଟାଲରୁ ୨ କରୋନା ରେଗାୀ ଫେରାର ହୋଇଯାଇଛନ୍ତି । ଏନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଗତ ୩ ତାରିଖରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏ ଦୁଇ…