Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ସଂକ୍ରମିତ ହେଲେ ପାଖାପାଖି ୨୫ ହଜାର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୪,୮୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୭୩,୧୬୫…

ପୁଲଓ୍ୱାମାରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ପୁଲଓ୍ୱାମାରେ ପୁଣି ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି । ଆଇଡି ବିସ୍ଫୋରଣ କରି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣ ପରେ ପରେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ପୁଲଓ୍ୱାମାର…

ଆସାମ ରାଜଭବନ କ୍ୟାମ୍ପସ୍ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗୁଆହାଟୀ: ଆସାମ ରାଜଭବନ କ୍ୟାମ୍ପସ ପରିସରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କ୍ୟାମ୍ପସ ଭିତରୁ କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଗତକାଲି କାମରୁପ୍ ମହାନଗର ନିଗମ ଡେପୁଟୀ କମିଶନର ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ । ରାଜଭବନ ପରିସର…

ଦୁଇ ଲକ୍ଷ ପଜିଟିଭ୍ କେସ୍ ଛୁଇଁଥିବା ଦେଶର ପ୍ରଥମ ରାଜ୍ୟ ମହାରାଷ୍ଟ୍ର

ମହାରାଷ୍ଟ୍ର: ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବରେ ମହାରାଷ୍ଟ୍ରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛି ସର୍ବାଧିକ ୭ ହଜାର ୭୪ଟି…

ସଟଡାଉନ ଯୋଗୁଁ ୮ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ କଟକ ସହରକୁ ଜୁଲାଇ ୮ ତାରିଖ ଯାଏଁ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ ଏହି ଦୃଷ୍ଟିରୁ ଜୁଲାଇ ୮ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବା ନେଇ ହାଇକୋର୍ଟ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସିଏମସି ପକ୍ଷରୁ…

ଛତିଶଗଡ଼ରେ ବର୍ଷା ସମ୍ଭାବନା: ଖୋଲିଲା ହୀରାକୁଦର ଆଉ ୫ ଗେଟ

ସମ୍ବଲପୁର: ଛତିଶଗଡ଼ରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାକୁ ଥିବା ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରେ ଆଜି ଆଉ ୫ଟି ଗେଟ ଖୋଲାଯାଇଛି। ଏହାକୁ ମିଶାଇ ହୀରାକୁଦରେ ମୋଟ ୭ ଟି ଗେଟ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୨.୦୬ ଫୁଟରେ…

ଶ୍ରୀମନ୍ଦିରକୁ ଫେରିଲେ ଶ୍ରୀଜଗନ୍ନାଥ; ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା

ପୁରୀ: ପାରମ୍ପରିକ ନୀଳାଦ୍ରି ବିଜେ ନୀତି ସମାପ୍ତ ହେବା ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବଦିନାଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷକରି ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀକୁ ବାହୁଡ଼ିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ…

କଟକ କ୍ୟାନସର ହସ୍ପିଟାଲରୁ ପୁଣି ୩୮ କରୋନା ପଜିଟିଭ୍

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ପୁଣି ବାହାରିଛନ୍ତି ୩୮ ଜଣ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ଜଣେ ହସ୍ପିଟାଲ ସୁରକ୍ଷାକର୍ମୀ ଥିବା ସୂଚନା ମିଳିଛି । ଅନ୍ୟ ୩୭ ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଗତ କିଛି ଦିନ ଭିତରେ କ୍ୟାନସର ହସ୍ପିଟାରୁ ଶହେରୁ ଅଧିକ କରୋନା ପଜିଟିଭ୍…

କରୋନା ମୁକାବିଲା ପାଇଁ ଗଞ୍ଜାମ ଗଲେ ୪ ପୋଲିସ ଅଧିକାରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେଉଛି । ଗତ ୪୮ ଘଣ୍ଟା ଭିତରେ ପ୍ରାୟ ୫ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ମୁକାବିଲା ପାଇଁ ଗଞ୍ଜାମ ଯାଇଛନ୍ତି ଚାରି ଜଣ ପୋଲିସ ଅଧିକାରୀ । ଚାରି ଜଣ ଯୁବ ଡିଏସପିଙ୍କୁ ପଠାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି…