Latest Odisha News

BREAKING NEWS

Browsing Category

ଖେଳ

ଓଡ଼ିଶା ନାଭାଲ ଟାଟା ହକିର ୧୪ ବର୍ଷରୁ କମ୍ ବାଳକ ତୃଣମୂଳ ଟୁର୍ଣ୍ଣାମେଣ୍ଟ-୨୦୨୫ରେ ନୂଆଗାଁ ଏଚଟିସି ବିଜୟୀ

ଭୁବନେଶ୍ୱର: ଚତୁର୍ଥ ୧୪ ବର୍ଷରୁ କମ୍ ବୟସ ବାଳକ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପୂର୍ବ ସଂସ୍କରଣର ଚାମ୍ପିୟନ ନୂଆଗାଁ ଏଚଟିସି ଚଳିତ ବର୍ଷ ଚାମ୍ପିୟନ ହୋଇଛି।…

ଅଭିଷେକଙ୍କ ବଡ ସିକ୍ରେଟର ଉଜାଗର କଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ୧୬୩ ରନ କରି ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ଏହି ସିିରିଜ ପରେ ଯୁବରାଜ ସିଂଙ୍କ ଭିଡିଓ ଏବେ ସୋସିଆଲ…

ଅବସର ନିଷ୍ପତିରୁ ଓହରିଲେ, ଏବେ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ଖେଳାଳି ଖେଳ ଛାଡିଦେଇଥାଏ, ମାତ୍ର ଖେଳିବା ଭୁଲି ନ ଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକ । ସେ ଅବସର ନେବାର ୨ ବର୍ଷ ପରେ ପୂନର୍ବାର ଦିନିକିଆ କ୍ରିକେଟ ଖେଳିବା ପାଇଁ ମନ ବଳାଇଥିଲେ । ଏବେ ପାକିସ୍ତାନ ବିପକ୍ଷ ସିରିଜରେ ସେ ଚମତ୍କାର ପ୍ରଦର୍ଶନ…

ରଣଜୀ ଟ୍ରଫି: ଧ୍ରୁବଙ୍କ ଶତକ, ସୁଯୋଗ ହାତଛଡା କଲା ଓଡିଶା

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ବିଦର୍ଭ ବିପକ୍ଷରେ ଆରମ୍ଭରୁ ଓଡିଶା ଭଲ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ଏହାକୁ ହାତଛଡା କରିଛି । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବିଦର୍ଭ ୫ ୱିକେଟ ବିନିମୟରେ ୨୩୪ ରନ ସଂଗ୍ରହ କରିିଛି । ଧ୍ରୁବ ସୋରେ ୧୨୮ ରନ…

୨୦୨୮ ଅଲିମ୍ପିକ୍ସ: ପାକିସ୍ତାନ ଖେଳିବା ଆଶା କଠିନ

ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ ଅଲିମ୍ପିକ୍ସକୁ କ୍ରିକେଟର ପ୍ରତ୍ୟାବର୍ତନ ହୋଇଛି । ୨୦୨୮ ଲସ ଆଞ୍ଜେଲ୍ସ ଗେମ୍ସରେ କ୍ରିକେଟ ଟି୨୦ ଫର୍ମାଟକୁ ଏଥିରେ ସାମିଲ କରାଯାଇଛି । ୧୯୦୦ ପରଠାରୁ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇ ନ ଥିଲା । ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଉଭୟ ପୁରୁଷ ଓ…

ଏସିଆ କପ ଟ୍ରଫି ବିବାଦ: ସମାଧାନ ନେଇ ବିସିସିଆଇ, ପିସିବି ମଧ୍ୟରେ ସହମତ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତୀୟ କ୍ରିକେଟ ଟିମ ଚାମ୍ପିୟନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରଫି ପାଇପାରି ନାହାନ୍ତି । ଆଇସିସି ବୈଠକରେ ବିସିସିଆଇ ଓ ପିସିବି ମଧ୍ୟରେ ଉପୁଜିଥିବା ବିବାଦର ସମଧାନ ସୂତ୍ର ବାହାରିଛି ବୋଲି ଭାରତୀୟ ବୋର୍ଡର ସେକ୍ରେଟାରୀ ଦେବିଜତ ସାଇକିଆ କହିଛନ୍ତି । ଏସିଆ…

ଆନ୍ତର୍ଜାତୀୟ ଟି୨୦ରେ ଅଭିଷେକଙ୍କ ଆଉ ଏକ କୀର୍ତିମାନ

ବ୍ରିସବେନ: ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆନ୍ତର୍ଜାତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ଟି୨୦ କ୍ରିକେଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟି୨୦ରେ ସେ ତାଙ୍କ କ୍ୟାରିୟରର ୧୦୦୦ ରନ ପୂର୍ଣ୍ଣ କରିଛନ୍ତି ।…

ବ୍ରିସବେନ ଟି୨୦ ବାତିଲ: ଅଷ୍ଟ୍ରେଲିଆରେ କ୍ରମାଗତ ୫ମ ସିରିଜ ଜିତିଲା ଟିମ ଇଣ୍ଡିଆ

ବ୍ରିସବେନ: ଏଠାରେ ଅନୁଷ୍ଠିତ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ସିରିଜର ୫ମ ତଥା ଅନ୍ତିମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚ ମଧ୍ୟ ଫଳାଫଳ ବିହୀନ ଭାବେ ଶେଷ ହୋଇଥିଲା । ଭାରତ ୨ଟି ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଥିଲା ।…

ଧୋନୀ ଖେଳିବେ କି ନାହିଁ ବଡ ସଙ୍କେତ ଦେଲେ ଚେନ୍ନାଇ ସିଇଓ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭ ହେବାକୁ ବେଶ କିଛି ଦିନ ବାକି ରହିଛି । ଏବେଠାରୁ ଆଇପିଏଲ ନେଇ ଅନେକ ଖବର ସମ୍ମୁଖକୁ ଆସୁଛି । ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ ଖେଳିବେ କି ନାହିଁ ତାହା ବେଶ ଆଲୋଚନାର ବିଷୟ ହୋଇଛି । ଏବେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏ ନେଇ ବଡ ସଙ୍କେତ ଦେଇଛନ୍ତି ।…

ଚେନ୍ନାଇ ସୁପର କିଙ୍ଗସରେ ହୋଇପାରେ ସଞ୍ଜୁଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସିଜନରେ ସଞ୍ଜୁ ସାମସନ ନୂଆ ଟିମକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସାମସନଙ୍କୁ ନେଇ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ ଏବେ ଏଥିରେ ସିଏସକେର ଏଂଟ୍ରି ହୋଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ଓ ଚେନ୍ନାଇ…