Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ ଉଦଘାଟନୀ ମୁକାବିଲାରେ କନୱେ, ରବୀନ୍ଦ୍ରଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡ ଡେଭନ କନୱେ ଓ ରଚିନ ରବୀନ୍ଦ୍ରଙ୍କ ଅପରାଜିତ ଶତକ ବଳରେ ୯ ୱିକେଟରେ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୮୩ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ…

ସନ୍ତୋଷ ଟ୍ରଫି:୨୨ ଜଣିଆ ଓଡିଶା ଫୁଟବଲ ଦଳ ଘୋଷିତ

ଭୁବନେଶ୍ୱର: ସନ୍ତୋଷ ଟ୍ରଫି ପାଇଁ ଗୁରୁବାର ଓଡିଶା ଫୁଟବଲ ଆସୋସିଏଶନ ୨୨ଜଣିଆ ଦଳ ଘୋଷଣା କରାଯାଇଛି । ଗ୍ରୁପ ବିରେ ସ୍ଥାନ ପାଇଥିବା ଓଡିଶା ପଞ୍ଜାବରେ ଅକ୍ଟୋବର ୯ରୁ ୧୮ ପର୍ଯ୍ୟନ୍ତ ୨ଟି ଭେନ୍ୟୁରେ ତାର ମ୍ୟାଚଗୁଡିକ ଖେଳିବ । ୯ରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ ।…

ସ୍କ୍ୱାଶ, ତୀରନ୍ଦାଜୀରେ ସ୍ୱର୍ଣ୍ଣ: ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ୨୦୧୮ ଏସିଆଡରେ ଭାରତ ସର୍ବାଧିକ ୭୦ ପଦକ ଜିତିଥିଲା । ଚଳିତ ସଂସ୍କରଣରେ ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଛି । ୧୨ତମ ଦିବସରେ ଭାରତୀୟ ଆଥଲେଟ ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତିଛନ୍ତ ।…

ଭାରତରେ ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ

ଅହମ୍ମଦାବାଦ: ପ୍ରଶଂସକଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ । ଅକ୍ଟୋବର ୫ରୁ ଏହି କ୍ରୀଡା ଏବେ ଭାରତରେ ଏକ ଧର୍ମ ପାଲଟିଯିବ । ଜାତୀୟ ଦଳ ଚାମ୍ପିୟନ ହେବାର ସ୍ୱପ୍ନ ସମସ୍ତଙ୍କୁ ଘାରିବ । କ୍ରୋଧ, ବ୍ୟସ୍ତତା, ଉତ୍କଣ୍ଠା, ଉଲ୍ଲାସ ଓ…

୨୦୧୫ ବିଶ୍ୱକପ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ସେମିରୁ ଭାରତ ବିଦା

୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟୀ ହେବା ପରେ ପ୍ରଶଂସକଙ୍କ ନଜର ୨୦୧୫ ବିଶ୍ୱକପରେ ରହିଥିଲା । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା । ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା । ଫାଇନାଲରେ ନ୍ୟୁଜିଲାଣ୍ଡକୁ…

ଶିଖର ଧାୱନ ଓ ଆୟଶାଙ୍କ ଛାଡପତ୍ରକୁ ମଂଜୁରୀ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଫ୍ୟାମିଲି କୋର୍ଟ କ୍ରିକେଟର ଶିଖର ଧାୱନ ଓ ଆୟଶା ମୂର୍ଖାଜୀଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଶିଖରଙ୍କ ପ୍ରତି ଆୟଶା ମାନସିକ କ୍ରୁରତା ବ୍ୟବହାର କରିଛନ୍ତି । ଧାୱନଙ୍କ ଅଭିଯୋଗକୁ ବିରୋଧ କରି ଆୟଶା କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କୋର୍ଟ କହିଛନ୍ତି…

ଏସୀୟ କ୍ରିଡା: ସ୍ୱର୍ଣ୍ଣ ଜିତିଲା ମହିଳା ଆର୍ଚେରୀ ଟିମ୍

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଦ୍ୱାଦଶ ଦିବସ । ଗତକାଲି ଏକାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା । ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ…

୨୦୧୧ରେ ଭାରତ ହୋଇଥିଲା ପୁନର୍ବାର ବିଶ୍ୱବିଜେତା.. ୧୨ ବର୍ଷ ପରେ ହାତମୁଠାରେ ସୁଯୋଗ

୨୦୧୧ କ୍ରିକେଟ ବିଶ୍ୱକପକୁ କିଏ ବା ଭୁଲିପାରିବ । ଦୀର୍ଘ ୨୮ ବର୍ଷ ପରେ ଭାରତ ପୁନର୍ବାର ବିଶ୍ୱବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ମାଷ୍ଟର ବ୍ଲାଷ୍ଟରଙ୍କୁ ମିଳିଥିବା ଅଭୂଲା ଭେଟି ଆଉ ମହେନ୍ଦ୍ର ସିଂ ଧୋନୀ ସାଜିଥିଲେ ଭାରତୀୟ ପ୍ରଶଂସକଙ୍କ ହୀରୋ । ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ…

୨୦୦୭ ବିଶ୍ୱକପ:ମହାନ ଖେଳାଳିଙ୍କ ଅବସର, ରୋମାଂଚବିହୀନ ମୁକାବିଲା, ଟିମ ଇଣ୍ଡିଆର ନୈରାଶ୍ୟ ପ୍ରଦର୍ଶନ

୨୦୦୩ରେ ବିଶ୍ୱକପ ହାତଛଡା କରିଥିବା ଭାରତ କିନ୍ତୁ ତାର ପରବର୍ତୀ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୨୦୦୭ ବିଶ୍ୱକପ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । ପାକିସ୍ତାନ କୋଚ ବବ ଉଲମରଙ୍କ ରହସ୍ୟମୟ ମୃତ୍ୟୁ ଏବଂ ଭାରତ, ପାକିସ୍ତାନର ଖରାପ ପ୍ରଦର୍ଶନ ଆଲୋଚନାର ବିଷୟ ସାଜିଥିଲା ।…

ଏସିଆନ ଗେମ୍ସ: ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଇତିହାସ ରଚିଲେ ଓଡିଶାର କିଶୋର

ଭୁବନେଶ୍ୱର: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଓଡିଶାର କିଶୋର ଜେନା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ୮୭.୫୪ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ୮୮.୮୮…