Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଇଫା ଆଓ୍ଵାର୍ଡ ୨୦୧୯: ଶ୍ରେଷ୍ଠ ଅଭିନେତା ରଣବୀର ସିଂ ଓ ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆର ସବୁଠାରୁ ସମ୍ମାନ ଜନକ ପୁରସ୍କାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ(ଆଇଫା) ବୁଧବାର ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଛି। ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟିଙ୍କୁ ଷ୍ଟାଇଲିସ୍ ଓ ଫ୍ୟାଶନେବଲ୍ ଲୁକରେ ଦେଖିବାକୁ ମିଳିଥିଲା। ତେବେ…

ପରଦାକୁ ଆସିଲା ସତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଛବିରାଣୀ

ଭୁବନେଶ୍ୱର: ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’। ଓଡ଼ିଶାର ୩୬ଟି ସିନେମା ହଲରେ ଗୁରୁବାର ରିଲିଜ୍ ହୋଇଥିବା ଏହି  ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଆଗଧାଡ଼ିର…

ଡବଲ ସେଞ୍ଚୁରୀ କ୍ଳବରେ ସାମିଲ ହେଲା ଅକ୍ଷୟଙ୍କ ‘ମିଶନ ମଙ୍ଗଲ’

ମୁମ୍ବାଇ: ନିକଟରେ ଇସ୍ରୋ ଦ୍ଵାରା ଚନ୍ଦ୍ରକୁ ଛଡା ଯାଇଥିବା ଚନ୍ଦ୍ରାୟଣ-୨ ଅଳ୍ପକେ ବିଫଳ ହୋଇଯାଇଥିଲେ ମଧ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ମଙ୍ଗଲ' କିନ୍ତୁ ବକ୍ସ ଅଫିସରେ ଧମାକା କରୁଛି । ରିଲିଜ୍ ହେବାର ୪ସପ୍ତାହ ପରେ ମଧ୍ୟ ଏହା ନିଜର ଦବଦବା ଜାରୀ ରଖିଛି। ଫିଲ୍ମ 'ମିଶନ…

ବିବାହକୁ ନେଇ ଭାଇରାଲ ଭିଡିଓ ଯୋଗୁଁ ଚର୍ଚ୍ଚାରେ କ୍ୟାଟ୍ରିନା କୈଫ

ମୁମ୍ବାଇ: ଲୁଚିଛପି ବିବାହ କଲେ ବଲିଉଡର ଆଗଧାଡ଼ିର ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ , ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏଥର କିନ୍ତୁ କ୍ୟାଟ୍ରିନାଙ୍କ…

ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’କୁ ମିଳିବ ‘ଏସିଆନ୍ ଏକ୍ସଲେନ୍ସି ପୁରସ୍କାର’

ଭୁବନେଶ୍ୱର: ସମ୍ମାନପ୍ରଦ ‘ଏସିଆନ୍ ଏକ୍ସଲେନ୍ସି ଆୱାର୍ଡ’ ଲାଗି ମନୋନୀତ ହୋଇଛି ଓଡିଆ ଫିଚର୍ ଧର୍ମୀ ଫିଲ୍ମ ‘କ୍ରାନ୍ତିଧାରା’ । ସିଓଲ୍ ଇଣ୍ଟରନେସନାଲ୍ ୟୁଥ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି…

ପୁଣିଥରେ ଏକାଠି ନଜର ଆସିବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲ ଶର୍ମା ନିଜ ନିଆରା ଅନ୍ଦାଜର କମେଡି ପାଇଁ ସାଉଁଟି ପରିଛନ୍ତି ବେଶ୍ ଲୋକପ୍ରିୟତା । ଖୁବ କମ ଦିନରେ ବଲିଉଡର ଆଗଧାଡ଼ିର ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଆସୁଛି କପିଲଙ୍କ ନାମ । ତେବେ କପିଲ ଶର୍ମାଙ୍କ ରିଆଲିଟି ସୋ’ ‘ଦି କପିଲ ଶର୍ମା ସୋ’ ମଧ୍ୟ ଦର୍ଶକଙ୍କୁ ବେଶ୍ ହସାଉଛି…

‘କୁଇନ’ ହେବେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ନିମକି'ର ସଫଳତା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ନଜର ଆସିବେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'କୁଇନ'ରେ । ବର୍ଷାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତା ଜୟଜିତ ଦାସ । ମିଳିଥିବା ସୂଚନା ଅନୁସାରେ ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ପାପି…

ସ୍କାଏଡାଇଭର୍ ହେଲେ ଚୁଲବୁଲି ଅର୍ଚ୍ଚିତା !

ଭୁବନେଶ୍ୱର: ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା ସାହୁ ଏବେ ସ୍କାଏଡାଇଭର୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା କୌଣସି ରିଲ୍ ଲାଇଫରେ ନୁହେଁ ବରଂ ରିୟଲ୍ ଲାଇଫରେ ସେ ଏଥିପାଇଁ ଦକ୍ଷତା ହାସଲ କରିଛନ୍ତି । ଚୁଲବୁଲି ଅର୍ଚ୍ଚିତା ସଂଯୁକ୍ତ ରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ବେଳେ ୱାସିଂଟନ୍…

‘କୌନ୍ ବନେଗା କରୋଡ଼ପତି’ରେ ଏମପି ଚନ୍ଦ୍ରାଣୀ ମୂର୍ମୁ !

ଭୁବନେଶ୍ୱର: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁଙ୍କ ନାମ ‘କୌନ୍ ବନେଗା କରୋଡ଼ପତି-୧୧’ରେ ଏକ ପ୍ରଶ୍ନର ଉତ୍ତରରେ ରହିଛି । ଟିଭିରେ ପ୍ରସାରିତ ହେଉଥିବା ଏହି ‘କୌନ୍ ବନେଗା କରୋଡ଼ପତି’ରେ ଲୋକପ୍ରିୟ କାର୍ଯ୍ୟକ୍ରମରେ ବିଗ୍ ବି ଅମିତାଭ ବଚ୍ଚନ୍ ସାମ୍ନାରେ ବସିଥିବା ଅଂଶଗ୍ରହଣକାରୀଙ୍କୁ ଏକ…

ପ୍ରିୟଙ୍କା ଓ ଫରହାନ୍‌ଙ୍କୁ ମହାରାଷ୍ଟ୍ର ପୋଲିସ ଦେଲା ଚେତାବନୀ, ଜାଣନ୍ତୁ କାହିଁକି

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍‌ ଅଖତରଙ୍କୁ ଚେତାବନୀ ଦେଇଛି ମହାରାଷ୍ଟ୍ର ପୋଲିସ। ଏହି ଦୁଇ କଳାକାରଙ୍କ ଆଗାମୀ ସିନେମା ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ରହିଥିବା ଏକ ଦୃଶ୍ୟ ପାଇଁ ଚେତାବନୀ ମିଳିଥିବା ଶୁଣିବାକୁ ମିଳିଛି । ଦୁଇଦିନ ଏହି ଫିଲ୍ମର ଟ୍ରେଲର ମୁକ୍ତିଲାଭ…