Latest Odisha News

BREAKING NEWS

Browsing Category

କଟକ

Cuttack

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଆନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିମ ମଞ୍ଜୁର କଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ମିଳିଛି ।୭ ଦିନ ପରେ ପୁଣି ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନା ଅନୁସାରେ ବାଣପୁର…

ରାଜ୍ୟସଭାରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ

କଟକ: ରାଜ୍ୟସଭା ପଦରୁ ଇସ୍ତଫା ଦେଲେ କଟକର ମେୟର ସୁବାସ ସିଂହ। ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟସଭାରୁ ନିଜର ଇସ୍ତଫା ବାବଦରେ ଘୋଷଣା କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ୨ ବର୍ଷରୁ ଅଧିକ ସମୟ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୦…

କଟକ ଚଣ୍ଡୀ ମନ୍ଦିରରେ ୫- ଟି ସଚିବ: ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

କଟକ  : କଟକ ଚଣ୍ଡି ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ ପହଂଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ଜିଲ୍ଲାପାଳଙ୍କ ସହ କଟକ ଡିସିପି ଓ ମହାନଗର ନିଗମ କମିଶନ ଉପସ୍ଥିତ ଥିଲେ । ମାଆ କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ମନ୍ଦିରର…

ଏସପି ତ୍ରିନାଥ ମିଶ୍ର ଦୁର୍ନୀତିଖୋର ବ୍ୟକ୍ତି ବୋଲି କୋର୍ଟ ଆଗରେ ପ୍ରମାଣ ଦେଇପାରିଲାନି ଭିଜିଲାନ୍ସ

କଟକ: ପ୍ରାୟତଃ ଏବେ ନିତିଦିନିଆ ଖବର ପାଲଟି ଗଲାଣି ଭିଜିଲାନ୍ସ ଟିମର ରେଡ୍ । ବିଭିନ୍ନ ଲୋକଙ୍କ ଘରେ ରେଡ୍ କରି ସେମାନେ ଆୟ କରିଥିବା ବେଆଇନ ସମ୍ପତ୍ତିର ପର୍ଦ୍ଦାଫାଶ କରୁଛି ବୋଲି ଭିଜିଲାନ୍ସ କହୁଛି । କିନ୍ତୁ ପରିତାପର ବିଷୟ ଭିଜିଲାନ୍ସ ଏପରି କରି କେବଳ ନିଜର ଭାବମୂର୍ତି ସଜାଡିବାକୁ…

ମାହାଙ୍ଗା ଗଣହତ୍ୟା ମାମଲା : ୩ ଦିନିଆ ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ

କଟକ : ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ ପରୀକ୍ଷା…

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ ଶିବପ୍ରସାଦ ସାହୁ

କଟକ: ରହସ୍ୟ ଘେରରେ ମାହାଙ୍ଗା ଗଣହତ୍ୟା ମାମଲା । ଏକୁଟିଆ ଶିବ ୫ ଜଣଙ୍କୁ କିପରି କଲା ହତ୍ୟା, ତାହାକୁ ନେଇ ଏବେ ବି ସନ୍ଦେହ ବଢିବାରେ ଲାଗିଛି । ଏହାରି ଭିତରେ ଅଭିଯୁକ୍ତ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ତାକୁ କୋର୍ଟରେ ହାଜର କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ…

[ଦେଖନ୍ତୁ ଭିଡିଓ] ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପାଞ୍ଚ ଜଣଙ୍କୁ ଏକା ମାରିଥିଲା ଶିବ

କଟକ : ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ୫ଜଣଙ୍କୁ ଏକା ହତ୍ୟା କରିଥିଲା ଶିବପ୍ରସାଦ ସାହୁ ।  ମାହାଙ୍ଗା କୁସୁପୁରରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ…

ମାହାଙ୍ଗା ଗଣହତ୍ୟା : କେମିତି ୫ଜଣଙ୍କୁ ହତ୍ୟା କଲା ? ଡେମୋ ଦେଖାଇବ ଅଭିଯୁକ୍ତ

କଟକ: ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ ହୋଇପାରେ । କେମିତି ଏକା ପାଂଚ ଜଣଙ୍କୁ ହତ୍ୟା କରିଥିଲା ଶିବ ସାହୁ । ସେ ନେଇ ଆଜି ପୁଲିସ ଆଗରେ ଡେମୋ ଦେଖାଇବ । ତେଣୁ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେବ । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି ।…

ଜଣେ ୫ ଜଣଙ୍କୁ ହତ୍ୟା କରିବା ସମ୍ଭବ ? ତଦନ୍ତ ବେଳେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ

ମାହାଙ୍ଗା: କଟକ ମାହାଙ୍ଗାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରାଇ ଦେଇଛି ।ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିବା ଜଣାପଡିଛି। କିନ୍ତୁ ଜଣେ ଲୋକ କେମିତି ଏକା…

ମହାନଦୀରେ ଗାଧୋଇବା ବେଳେ ନିଖୋଜ ତୃତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ତୃତୀୟ ନାବାଳକର ମୃତଦେହ ମିଳିଥିବା ଜଣାଯାଇଛି। ମୃତକ ହେଲେ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)। ଗତ ରବିବାର…