Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ମଦ୍ୟପାନ ପାଇଁ ଶିକ୍ଷକଙ୍କ ଦସ୍ତାବିଜ ସହ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସର୍ବସ୍ଵ ବିକିଦେଲେ ପିଅନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ପୁରୁଣା ଡିଆଇ ଅଫ୍‌ ସ୍କୁଲ( ଜିଲା ନିରୀକ୍ଷକ ବିଦ୍ୟାଳୟ ସମୂହ) କାର୍ଯ୍ୟାଳୟର ସର୍ବସ୍ଵ ବିକ୍ରି କରି ଦେଇଥିବା  ପିଅନ ଏମ୍‌.ପିତାମ୍ବର(୩୫)ଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ। ମଦ୍ୟପାନ ପାଇଁ ସେ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ବିକ୍ରି…

ଦିଲ୍ଲୀପଙ୍କୁ ନେଇ ଆଶାରେ ଗଞ୍ଜାମ ହକି

ବ୍ରହ୍ମପୁର:ହକି ଇଣ୍ଡିଆର ସଭାପତି ଭାବେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କି ବିଜୟୀ ହେବା ପରେ ସାରା ରାଜ୍ୟରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଓଡ଼ିଶାରେ ହକିର ବିକାଶକୁ ନେଇ ଅନେକ ଆଶା ସୃଷ୍ଟି ହୋଇଛି। ଏସବୁ ଭିତରେ ଏକଦା ହକିର ଏନ୍ତୁଡ଼ିଶାଳ ଥିବା ଗଞ୍ଜାମ ଜିଲାର ଛତ୍ରପୁରରେ…

ଅତିରିକ୍ତ ତହସିଲଦାରଙ୍କ ନିର୍ଯାତନାରୁ ମୁକୁଳି ସର୍ଟ ଷ୍ଟେ’ ହୋମ୍‌ରେ ପୋଷ୍ୟ ସନ୍ତାନ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଜଣେ ଅତିରିକ୍ତ ତହସିଲାର ନିଜ ପୋଷ୍ୟ ସନ୍ତାନକୁ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପୋଷ୍ୟ ସନ୍ତାନ ଜଣକ ଅତିରିକ୍ତ ତହସିଲଦାର୍‌ଙ୍କ କବଳରୁ ମୁକୁଳିବା ପରେ ନିର୍ଯାତନାର କାହାଣୀ ଜଣାପଡ଼ିଛି। ଶିଶୁ ମଙ୍ଗଳ କମିଟିର ନିର୍ଦେଶ ପ୍ରକାରେ…

ସିନେ ଦର୍ଶକଙ୍କୁ ଆକୃଷ୍ଟ କରିପାରିଲାନି ୭୫ ଟଙ୍କିଆ ଟିକେଟ୍‌

ବ୍ରହ୍ମପୁର:ସେପ୍ଟେମ୍ବର ୨୩(ଶୁକ୍ରବାର)କୁ ସାରା ଦେଶରେ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯାଇଛି। ଏହି ଦିନଟିକୁ ସ୍ମରଣୀୟ ସହିତ ଦର୍ଶକଙ୍କୁ ସିନେମା ହଲ୍‌ ପ୍ରତି ଆକୃଷ୍ଟ କରିବା ଉଦ୍ଧେଶ୍ୟ ନେଇ ଟିକେଟ୍‌ ଦର ହ୍ରାସ କରାଯାଇଥିଲା । ଶୁକ୍ରବାର ଗୋଟିଏ ଦିନ ପାଇଁ ଟିକେଟ୍‌ ଦର ମାତ୍ର ୭୫…

ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା;ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ହେଲେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ବ୍ରହ୍ମପୁର: ରାଜ୍ୟର ସମସ୍ତ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି ପୂର୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲୀକ। ବର୍ତ୍ତମାନ ମନ୍ତ୍ରୀ ମଲ୍ଲିକ ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ଜିଲା ପାଇଁ…

ଏମକେସିଜିରେ ସିଲିଂ ଖସିବା ଘଟଣା: ଏନ୍‌ଏଚ୍‌ଆରସିରେ ମାମଲା

ବ୍ରହ୍ମପୁର: ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପରସ୍ପେସିଆଲିଟି କୋଠାରୁ ବାରମ୍ବାର ସିଲିଂ ପ୍ଲେଟ ଖସିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି। ବ୍ରହ୍ମପୁରର ଯୁବ ସମାଜସେବୀ ରବିନ୍ଦ୍ର କୁମାର ମିଶ୍ର କମିଶନ ନିକଟରେ ପିଟିସନ ଦାଖଲ କରିଛନ୍ତି। ତୁରନ୍ତ…

ଆଦିକନ୍ଦଙ୍କ ବିୟୋଗରେ ନବୀନ, ଧର୍ମେନ୍ଦ୍ରଙ୍କ ଶୋକ

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର୍‌ ୪ଟା ବେଳେ ମୃତ୍ୟୁ ହୋଇଛି। ବୁଧବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ…

ଗୋପାଳପୁରରେ ରାଜନୈତିକ ଅରାଜକତା ସୃଷ୍ଟି କରୁଛି ବିଜେଡ଼ି

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ ଅରାଜକତା ସୃଷ୍ଟି କରୁଛି ବୋଲି ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି(ବିଜେପି)। ଗୁରୁବାର ବ୍ରହ୍ମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ବିଭୂତି ଭୂଷଣ ଜେନା…

ଜ୍ୱାଇଁର ଠେଙ୍ଗା ମାଡରେ ଶ୍ବଶୁର ମୃତ

ବ୍ରହ୍ମପୁର:ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଜ୍ବାଇଁର ଠେଙ୍ଗା ମାଡରେ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆପନା ବେହେରା (୬୫)। ଜ୍ବାଇଁ ଗଣପତି ବେହେରା (୪୫) ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ଟିଉସନ ଯାଉଛି କହି ନାବାଳିକା ଫେରାର

ବ୍ରହ୍ମପୁର: ଘରୁ ଟିଉସନ ଯାଉଛି କହି ବ୍ରହ୍ମପୁରରୁ ଜଣେ ନାବାଳିକା ଟ୍ରେନରେ କୁଆଡେ ଫେରାର ହୋଇ ଯାଇଛନ୍ତି। ପରିବାର ଲୋକଙ୍କ ଅନୁରୋଧ କ୍ରମେ ସେହି ନାବାଳିକାଙ୍କୁ କାବୁ କରିବାକୁ ହାଇଦ୍ରାବାଦ ଷ୍ଟେସନରେ ସ୍ଥାନୀୟ ଆରପିଏଫ ଜଗି ରହିଥିବା ଜଣାପଡିଛି। ବ୍ରହ୍ମପୁର ସହରର ହାଉସିଂ ବୋର୍ଡ ଅଞ୍ଚଳର…