Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟିରୁ ଅଧିକ ଟଙ୍କାର ଦକ୍ଷିଣା: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଗତ ଜାନୁଆରୀ ୧୭ ତାରିଖରେ ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ତେବେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ପୁର ପଲ୍ଲୀରେ ବୁଲିଥିଲା ଅର୍ପଣ ରଥ । ଶ୍ରଦ୍ଧା ଓ ଭକ୍ତି ସହକାରେ ମହାପ୍ରଭୁଙ୍କ ନିମନ୍ତେ ଅରୁଆ…

ସ୍ଵତନ୍ତ୍ର ଟ୍ରେନ ଯୋଗେ ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ

ଭୁବନେଶ୍ବର: ତିରୁପତିଙ୍କ ଦର୍ଶନ ପାଇଁ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ । କରିବେ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭେଲ୍ଲୋର ଅଭିମୁଖେ ବାହାରିଲେ ବରିଷ୍ଠ ନାଗରିକ । ଭର୍ଚୁଆଲ ମୋଡରେ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ଵର ରେଲୱେ…

ପ୍ରଶ୍ନକାଳରେ ନରସିଂହ ଆଣିଲେ ସାମ୍ବାଦିକ ପ୍ରସଙ୍ଗ 

ଭୁବନେଶ୍ୱର:ରାଜରାସ୍ତାରୁ ସାମ୍ବାଦିକଙ୍କ ଦାବିକୁ ଗୃହରେ ଉପସ୍ଥାପନା କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବିଧାନସଭାର ଚତୁର୍ଥ ଦିନର ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବି ଉଠାଇଛନ୍ତି । ରାଜରାସ୍ତାରେ ସାମ୍ବାଦିକ ସଂଘ…

ଫେବୃଆରୀ ୧୦ରେ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ

ପୁରୀ: ଆସନ୍ତା ୧୦ ତାରିଖ ଶନିବାର ଦିନ ମହାପ୍ରଭୁଙ୍କ ଦୁର୍ଲଭ ଚିତାକର୍ଷକ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ…

ଅପରେଶନ ହ୍ଵାଇଟ୍ ସ୍ପାଇଡର୍: ଗୋଟିଏ ମାସରେ ଜବତ ହୋଇଛି କେବଳ ୧୪୪ ଗ୍ରାମରୁ ଅଧିକ ଧଳା ଜହର

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ସେଥିପାଇଁ ଗତ ୨୦୨୧ ମସିହା ଅଗଷ୍ଟ ମାସରେ ଗଠିତ ହୋଇଛି ଅପରେସନ ହ୍ଵାଇଟ ସ୍ପାଇଡର । ତେବେ ଏହି ଅପରେସନ ହ୍ଵାଇଟ ସ୍ପାଇଡର ମାଧ୍ୟମରେ…

ଦିନକୁ ଦିନ କମୁଛି ରାଜ୍ୟରେ ବାଘ ସଂଖ୍ୟା, ଶିମିଳିପାଳରେ ପୁଣି ଏକ ମହାବଳର ମୃତ୍ୟୁ

ବାରିପଦା: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ବାଘ ସଂଖ୍ୟା । ଏହାରିଭିତରେ ଶିମିଳିପାଳରୁ ଆସିଛି ଏକ ବଡ ଖବର । ଶିମିଳିପାଳରୁ ମିଳିଛି ପୁଣି ଏକ ମହାବଳ ବାଘର ମୃତଦେହ । ଶିମିଳିପାଳର ଦୁଦୁରୁଚମ୍ପା ଠାରେ ମିଳିଛି ମହାବଳ ବାଘର ମୃତଦେହ । ଏନେଇ ସୂଚନା ଦେଇଛନ୍ତି ଅଭୟାରଣ୍ୟ ଆରସିସିଏଫ୍…

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ 

ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ…

ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ପୁରୀ: ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ । ମାଡ଼ିବସିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ପୁରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ଆକାଉଣ୍ଟାଣ୍ଟ ଶ୍ରୀ ବିକାଶ କୁମାର ସେନାପତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫୦୦୦ ହଜାର ଟଙ୍କ ଲାଞ୍ଚ ନେଉଥିବା…

ଭିଜିଲାନ୍ସ ଜାଲରେ ଅମିନ ବାବୁ, ଲାଞ୍ଚ ନେବା ବେଳେ ମାଡିବସିଲା ଟିମ୍

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲର ଅମିନ । ଜମି ଡିମାର୍କେସନ ପାଇଁ ଜଣଙ୍କଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଅମିନ ନୀର୍ମଳେନ୍ଦୁ କବିଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରି ତଦନ୍ତ କରୁଛି ଭିଜିଲାନ୍ସ । ସୂଚନା…

ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ

ପୁରୀ: ୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି କେଉଁ ଦିନ ପାଳନ ହେବ ସେନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…