Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିକାଶ ଭାରତ ସଂକଳ୍ପ ଯାତ୍ରା ଉପରେ ଆକ୍ରମଣ: ବିଜେପି ବିଧାୟକଙ୍କ ଅଭିଯୋଗକୁ ଖାରଜ କଲା ବିଜେଡି

ଭଦ୍ରକ: ବୁଧବାର ଭଦ୍ରକର ଧାମନଗରରେ କେନ୍ଦ୍ର ସରକାରଙ୍କ ବିକାଶ ଭାରତ ସଂକଳ୍ପ ଯାତ୍ରା ସହ ଜଡ଼ିତ ଏକ ପ୍ରଚାର ଭ୍ୟାନ୍ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୁଡାକିଟି ପଞ୍ଚାୟତରେ ଏହି ଘଟଣା ଘଟିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ସଂକଳ୍ପ…

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ଚାଷୀଙ୍କ ବିଭିନ୍ନ ସମସ୍ୟା ଦାବି କରି ରାସ୍ତାକୁ ଓହ୍ଲାଇଲା ବିଜେପି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି । ଏନେଇ ଜିଲ୍ଲା ରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଏହି ବନ୍ଦ ସମୟରେ ଜିଲ୍ଲାରେ କେବଳ…

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ବ ସମସ୍ତ ସଂପତ୍ତି, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟାଯିବ ନିଲାମ ଅର୍ଥ

କଟକ: ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବ । ସାଧାରଣରେ ନିଲାମ କରିବାକୁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅର୍ଥତତ୍ତ୍ବ ସଂସ୍ଥାର ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଗଞ୍ଜାମ, ବାଲେଶ୍ବର ଓ ଅନ୍ୟ ସ୍ଥାନରେ ଥିବା ୧୧୦ ଏକର ଜମି, ୧୧ ଟି ଦାମି ଗାଡି, ୯ଟି…

ଆଜିଠୁ ଆରମ୍ଭ ହେଲା ପକ୍ଷୀଗଣନା, ମତ୍ସଜୀବୀ ଓ ପର୍ଯ୍ୟଟକଙ୍କୁ ଚିଲିକା ମନା

ଭୁବନେଶ୍ବର: ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ ଏବଂ ବିଦେଶୀଙ୍କ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ଏନେଇ ମୋଟ ୨୧ ଟି ଟିମ୍ ଗଠନ କରାଯାଇଛି । ସେଥିମଧ୍ୟରୁ ଦୁଇଟି ଟିମ୍ ସ୍ଥଳ ପଥରେ ରହି ଗଣନା କରିବାକୁ…

ବସ୍ ଧକ୍କାରେ ନାବାଳକ ମୃତ ; ଘଟଣାସ୍ଥଳରେ ପୁଲିସର ଲାଠିଚାର୍ଜ 

ସମ୍ବଲପୁର ;  ସମ୍ବଲପୁରରେ ବସ୍ ଚକାତଳେ ଚାଲିଗଲା ନାବାଳକ ପୁଅର ଜୀବନ। ସ୍କୁଟି ନେଇ ମାର୍କେଟକୁ ମା‘ଙ୍କ ପାଇଁ ଔଷଧ ଆଣିବାକୁ ଯିବାବେଳେ, ନାବାଳକର ସ୍କୁଟିକୁ ଧକ୍କା ଦେଇଥିଲା ବସ୍।   ସୂଚନା ଅନୁସାରେ ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ…

କାପଡ଼ାଗୁନ୍ଦା ଓ ଇଡ଼ତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

ରାୟଗଡ଼ା: ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଓଡ଼ିଶାର ୭ଟି ସାମଗ୍ରୀ ମଧ୍ୟରୁ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌କୁ କେନ୍ଦ୍ର ସରକାର ପକ୍ଷରୁ ଏହି…

ରାଜ୍ୟପାଳଙ୍କ ପାଇଁ ୩ ପରାମର୍ଶଦାତା ନିଯୁକ୍ତ 

ଭୁବନେଶ୍ଵର; ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ପରାମର୍ଶଦାତା ଭାବେ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଉଛନ୍ତି, ଅବରସରପ୍ରାପ୍ତ ଆଇଏଏସ୍ ଅଫିସର ସନ୍ତୋଷ କୁମାର ଶତପଥୀ, ପ୍ରଫେସର ଡାକ୍ତର ଶୁକ୍ଳା ମହାନ୍ତି ଓ ଶ୍ରୀ ସୁବ୍ରତ କୁମାର ମହାନ୍ତି। …

ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା!

ଭୁବନେଶ୍ୱର: କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ନ୍ୟାୟ ଯାତ୍ରା'କୁ ଓଡ଼ିଶା ଦେଇ ଯିବାର ଯୋଜନା ରହିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏହି ଯାତ୍ରାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା…

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ବନ୍ଧା ହେଲା ଯୁବକ 

ଜୟପୁର; ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଅନ୍ତର୍ଗତ ଡଙ୍ଗାଯୋଡି  ବି. ବି ଗୋଲୋରି (୨୪)।   ସୂଚନା ଅନୁସାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ବାସନ ସଫା କରୁଥିବା ବେଳେ…

ଜୀବିକା ମିଶନର ଅସଲମୁଖା ଖୋଲିଲେ ମହିଳା ;  ୧୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ଦୁର୍ନୀତି ହେଉଛି 

କଟକ ;  ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗରେ ହେଉଥିବା ଦୁର୍ନୀତି ଏବେ ସାମ୍ନାକୁ ଆସିଛି। । ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗ ମହିଳାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ଜଳେଶ୍ୱର ବ୍ଲକ ଅଧିନସ୍ଥ ଚମାରଗାଁ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ…