Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଯାଏଁ ମିଳୁନି ମହାନଦୀକୁ ଡେଇଁଥିବା ଯୁବକଙ୍କ ପତ୍ତା

କଟକ: ଗତକାଲି ରାତିରେ ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡିଥିବା ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ଯୁବକ ଜଣକ ହେଉଛନ୍ତି କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ। ସୂଚନା ଅନୁଯାୟୀ, ଆଜି ସକାଳୁ ଅଗ୍ନିଶମ ବାହିନୀ…

ଓଡିଶା ଆସୁଛନ୍ତି ନଡ୍ଡା

ଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୯ରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦେବେ ଯୋଗ । ତେବେ ରାଜ୍ୟରେ ବିଜେପି ସରକାର ଶପଥ ନେବା ପରେ ଏହା ଜେପି ନଡ୍ଡାଙ୍କ ପ୍ରଥମ ଓଡିଶା ଗ୍ରସ୍ତ । ଆସନ୍ତା ୧୯ରେ ଭୁବନେଶ୍ବରରେ…

୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ଅର୍ଥାତ୍ ଗୋଟେ ଦିନ ପରେ ଖୋଲିବ ଭିତର ରତ୍ନଭଣ୍ଡାର । ଏଥିପାଇଁ କମିଟି ବୈଠକରେ ନିଷ୍ପତ୍ତି ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟିର ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥ । ପୁଣି ଆସନ୍ତା ଗୁରୁବାର ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ…

କେନ୍ଦ୍ରପଡାରେ ଆଜି ବାହୁଡା: ଭାଇଭଉଣୀ ସଙ୍ଗେ ବାହୁଡିବେ ପ୍ରଭୁ ବଳଦେବଜୀଉ

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କର ଆଜି ବାହୁଡାଯାତ୍ରା । ଆଜି ନବଦିନାତ୍ମକ ଲୀଳା ସାରି ଭାଇଭଉଣୀଙ୍କ ସଙ୍ଗେ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ । ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଚଳଚଞ୍ଚଳ ମାଉସୀମାଠୁ ଶ୍ରୀବଳଦେବଜୀଉଙ୍କ ପୀଠ । ଏନେଇ…

ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଏବେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ୧୯ ବେଳକୁ ଆଉ ଗୋଟିଏ ଦାନା ବାନ୍ଧିବ। ଆଗାମୀ ୫-୭ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ତେବେ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି…

ରାସ୍ତାରେ ଛିଡ଼ା ହୋଇଥିବା ହାଇୱାକୁ ପିଟିଲା ବସ୍, ୨୦ ଯାତ୍ରୀ ଆହତ

ବଲାଙ୍ଗୀର: ରାସ୍ତାରେ ଛିଡ଼ା ହୋଇଥିବା ହାଇୱାକୁ ପିଟିଲା ବସ୍ । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ-୫୭ର ଗଇଁତଳା ନିକଟରେ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ମାଲକାନଗିରି ଯାଉଥଲା ଦିଲଖୁସ ବସ। ସୂଟନା ଅନୁସାରେ ଆଜି ସକାଳେ ଦିଲ୍‌ଖୁସ ନାମକ ବସ୍‌…

ଯୁବପିଢିଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଳିତ ହୋଇଛି ରାଜ୍ୟସ୍ତରୀୟ ବିଶ୍ୱ ଯୁବ ଦକ୍ଷତା ଦିବସ। ଯୁବପିଢିଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରିବାକୁ ଚାଲିଛି ଯୋଜନା। ଏହି ଅବସରରେ ଯୋଗଦେଇ ପ୍ରଥମ କୌଶଳ ଭବନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାକୁ ଦକ୍ଷ ମାନବ…

କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଗିରଫ

ଗଞ୍ଜାମ: କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୋଲିସ। ଯାତ୍ରା କମିଟି ସଭାପତି ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ। ଜାମିନ୍ ନାମଞ୍ଜୁର ପରେ ଗିରଫ ୫ ଅଭିଯୁକ୍ତ ଜେଲ୍ ଗଲେ। ସୂଚନା ଥାଉକି, ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ କରେଣ୍ଟ…

ବିବାଦୀୟ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପକୁ କରାଯିବ…

ଭୁବନେଶ୍ବର: ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଓଡିଶାର ସ୍ବାର୍ଥ ବିରୋଧୀ ତଥା ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର ବିରୋଧ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…