Latest Odisha News

BREAKING NEWS

Browsing Category

ଓଡିଶା

Odisha

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା କୁବେର ଭଣ୍ଡାର: ଟଙ୍କା ଆଉ ପ୍ଲଟ ଦେଖି ଭିଜିଲାନ୍ସ ଟିମ ଜଳକା

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ  ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଆୟ ବହିର୍ଭୂତ…

ହାଇସ୍କୁଲରେ ଖାଲିଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ପାଇଁ ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା

ଭୁବନେଶ୍ଵର: ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ୭୫୪୦ ଗୋଟି ବର୍ଗର ଶିକ୍ଷକ ପଦବୀ ପୂରଣ ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ମାଧ୍ୟମରେ ଚୟନ ପ୍ରକ୍ରିୟା ଚାଲୁଅଛି । ଉକ୍ତ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଉପନୀତ । ଚୂଡାନ୍ତ ତାଲିକା ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ଲିଖିତ…

ଓଡିଶାରେ ଟିମ୍ କୋରିଆ : ଅର୍ଥନୈତିକ ସହଯୋଗ ଉପରେ ଆଲୋଚନା , ଆସିପାରେ ନିବେଶ !

ଭୁବନେଶ୍ୱର : ଓଡିଶାରେ ଟିମ୍ କୋରିଆ । ଆଗକୁ ଓଡିଶାରେ କୋରିଆର ନିବେଶ ସମ୍ଭାବନା ରହିଛି । ଏନେଇ କୋରିଆ ଦୂତାବାସର ବାଣିଜ୍ୟିକ ପରାମର୍ଶଦାତା ଶ୍ରୀ ସଙ୍ଗଜୋଙ୍ଗ ସି ଏଚ୍ ଓ କହିଛନ୍ତି, ମୁଁ ନିଶ୍ଚିତ ଯେ ଆଇଟି, ନବୀକରଣ ଯୋଗ୍ୟ, ଅଙ୍ଗାରକାମ୍ଳ ବିହିନ, ବ୍ୟାଟେରି ଚାଳିତ ଯାନ, ବିମାନ ଚଳାଚଳ…

ପିଆଜ ପାଇଁ ଠେଲାପେଲା : ୩୦ଟଙ୍କାରେ ପିଆଜ ବିକୁଛି ନାଫେଡ୍

ଭୁବନେଶ୍ୱର : ସାରା ରାଜ୍ୟକୁ ଏବେ କନ୍ଦାଉଛି ପିଆଜ  । କାରଣ ଦିନକୁ ଦିନ ଅହେତୁକ ଭାବେ ବଢିବାରେ ଲାଗିଛି ପିଆଜ ଦର  । କେବଳ ପିଆଜ ନୁହେଁ ଡାଲି , ଚାଉଳ ଦର ମଧ୍ୟ ବୃଦ୍ଧି ଘଟିଛି । ଯାହାକି ଏକ ମଧ୍ୟବିତ୍ତ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଦର ଯେତେ ବୃଦ୍ଧି ହେଲେ ବି…

ଡାକ୍ତରଖାନାରେ ଆଖି ବୁଜିଲେ ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହା ପରେ ରେଞ୍ଜ ରୋଭରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ୩୧ ତାରିଖ ଦିନ ଏହି ରେଞ୍ଜ ରୋଭର ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ହେଲେ ଏହି ଦାମୀ ଗାଡି କାହାର…

ଭାରି ପଡିଲା ମିଛ ଅପହରଣ, ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ

ବରଗଡ଼: ବ୍ୟବସାୟୀ ସୁନୀଲ ଅଗ୍ରୱାଲ ଅପହରଣ ଘଟଣାର ନୂଆ ମୋଡ । ମହଙ୍ଗା ପଡିଲା ନିଜେ ନିଜକୁ ଅପହରଣ କରିବା । ଅପହରଣ ଚାଲ କରି ୮୦ ଲକ୍ଷ୍ୟର ଚୁନା ଲଗାଇଥିଲେ ବ୍ୟବସାୟୀ । ଶେଷରେ ଗିରଫ କଲା ପୋଲିସ । ବରଗଡ ଟାଉନ ଥାନା ପୋଲିସ ଏଭଳି ଏକ ମିଛ ଅପହରଣ ଘଟଣାର ପର୍ଦାଫାସ କରିଛି । ସୂଚନା…

ହଠାତ୍ ଆସିଲା ମୃତ୍ୟୁ : ପୁଅ ଆଗରେ ଚାଲିଗଲା ବାପାର ଜୀବନ

କନ୍ଧମାଳ: ଏମିତି ବି ଆସେ ମୃତ୍ୟୁ  । କାହାର କେତେବେଳେ କେଉଁଠାରେ ମୃତ୍ୟୁ ହେବ, ତାହା କେହି କହିପାରିବେ ନାହିଁ । ବାଟରେ ଯେମିତି ଯମ ଜଗି ବସିଥିଲା । ଏମିତି କିଛି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ଥାନା ତେଲିମୁଣ୍ଡା ଛକ ନିକଟରେ  ।  ସମ୍ପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ଲାଗି…

ପ୍ରିନ୍ସପାଲ ନେଇଗଲେ ମୋବାଇଲ, ଗଛରେ ଝୁଲିପଡିଲେ ଛାତ୍ର

ଖୋର୍ଦ୍ଧା:  ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା । ପ୍ରନ୍ସିପାଲ୍ ମୋବାଇଲ ନେଇଯିବାରୁ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ରଜଣଙ୍କ ନାମ ପାବିଲ୍ୟାସ କର୍ଜି । ଘର ଗଜପତି ଜିଲା ହୁମାରେ ହୋଇଥିବା ବେଳେ ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ…

ଛତିଶଗଡ ନିର୍ବାଚନ ପୂର୍ବରୁ ରକ୍ତମୁଖା ଲାଲବାହିନୀ: ପୋଲିସ ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ନିଜର ସ୍ଥିତି ଜାହିର କଲେ ଲାଲବାହିନୀ । ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୩ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ୪ ଦିନ ପୂର୍ବରୁ ମୁର୍ଖେଣ୍ଡି ଗାଁର…

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା, ୫୦ରୁ ଉର୍ଦ୍ଧ୍ଵ ମହିଳା ଗିରଫ

ଭୁବନେଶ୍ଵର: ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ପୁରୁଷଙ୍କ ପରେ ପଡିଲା ମହିଳାଙ୍କ ପାଳି । ଆଜି ୫୩ ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ୭୭ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ୫୬ଜଣଙ୍କୁ ଗିରଫ କରାଯାଇଛି । ଏହାକୁ…