Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କେନ୍ଦୁଝର: ପୁଣି ଗଲା ଆଉ ଏକ ଦନ୍ତାର ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସୋ ଅଞ୍ଚଳରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ମୃତ ଦନ୍ତାର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।…

ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରମୋଜୀ ରାଓଙ୍କ ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମିଡିଆ ଓ ମନୋରଞ୍ଜନ ଜଗତର ବହୁ…

କଂଗ୍ରେସକୁ ଜାଣିଶୁଣି ବୁଡ଼ାଇଦେଲେ !

ଭୁବନେଶ୍ବର: ମଉକା ଥିଲା, ଚଉକା ମାରି ପାରିଲାନି କଂଗ୍ରେସ । ନିର୍ବାଚନରେ ହାତରୁ ଖସିଗଲା ବଡ ସୁଯୋଗ। ବିଜେଡି ହାତରୁ କ୍ଷମତା ଛଡାଇନେଲା ବିଜେପି, ହେଲେ ସେମିତି ଚାହିଁ ରହିଗଲା କଂଗ୍ରେସ । ବିଜେଡି ବିରୋଧୀ ଜନ ଅସନ୍ତୋଷର ଫାଇଦା ନେଇ ପାରିଲାନି ଦଳ। ନା ଦଳୀୟ ପ୍ରାର୍ଥୀଙ୍କ ପାଖରେ ପହଞ୍ଚି…

ଚିନ୍ତା ବଢ଼ାଉଛି ଡିପଥେରିଆ; ଆଜିଠୁ ରାୟଗଡ଼ାରେ ଆରମ୍ଭ ହେଲା ବୁଷ୍ଟର ଡୋଜ

ରାୟଗଡ଼ା: ରାଜ୍ୟରେ ବ୍ୟାପୁଛି ଡିପଥେରିଆ ସଂକ୍ରମଣ । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ ନେଇଛି । ଆଜିଠୁ ରାୟଗଡ଼ାର କାଶୀପୁରରେ ବୁଷ୍ଟର ଡୋଜ ଆରମ୍ଭ ହୋଇଛି । ୮୦ଟି ଗାଁରେ ବୁଷ୍ଟର ଡୋଜ୍ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।…

ଜଙ୍ଗଲ ଜମି ବେଆଇନ ଜବରଦଖଲ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ମହିଳା

ସୁବର୍ଣ୍ଣପୁର: ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା ଗୋଷ୍ଠୀ । ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବା ସହିତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠୀ । ଖବର ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା…

ବହୁ ପ୍ରତିକ୍ଷାର ଅନ୍ତ; ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର

ପୁରୀ: ସବୁ ତର୍କବିତର୍କ ଉପରେ ଲାଗିବ ବିରାମ । ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ…

ଗଞ୍ଜାମର ୩ଟି ବ୍ଲକର ୧୩ଟି ପଞ୍ଚାୟତକୁ ମିଳିଲା ବିଜୁଳି, ଉପକୃତ ହେଲେ ୧୬ ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା

ବ୍ରହ୍ମପୁର: ଗଞ୍ଜାମର ୩ଟି ବ୍ଲକର ୧୩ଟି ପଞ୍ଚାୟତକୁ ମିଳିଲା ବିଜୁଳି ସେବା। ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପିଏସଓଡିଏଲ୍‌ ଗଞ୍ଜାମ ଜିଲ୍ଲା ଆସିକା ନୂଆ ଗ୍ରୀଡ୍ ସବଷ୍ଟେସନଠାରୁ ନୂଆଗାଁ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଏକ ନୂଆ ୩୩ କେଭି ଲାଇନ ସ୍ଥାପନ କରିଛି । ଏହି…

ପ୍ରକାଶ ପାଇଲା ଓଏସଏସଟିଇଟି ରେଜଲ୍ଟ, ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) । ପରୀକ୍ଷାର୍ଥୀମାନେ ନିଜ ରେଜଲ୍ଟ ଦେଖିବା ପାଇଁ www.bseodisha.ac.in ରେ ଲଗଇନ୍ କରି ନିଜ ନିଜ ରେଜଲ୍ଟ ଦେଖିପାରିବେ । ଏହାସହ ପରୀକ୍ଷାର୍ଥୀମାନେ ୱେବସାଇଟରୁ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ…

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ଭୁବନେଶ୍ବର: ବିଧାନସଭାରେ ସରିଲା ବିଜେପି ବିଧାୟକ ଦଳ ବୈଠକ । ବିଜେପି ବିଧାୟକ ଦଳଙ୍କ ସମ୍ମତି କ୍ରମେ ବାଚସ୍ପତି ପାଇଁ ମନୋନୀତ ହେଲେ ବିଧାୟିକା ସୁରମା ପାଢୀ । ଏହା ସହିତ ବାଚସ୍ପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି।…