Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ଅମିତ ଶାହ, ଦଳୀୟ କର୍ମୀଙ୍କୁ ହାତ ହଲାଇ ଜଣାଇଲେ ଅଭିବାଦନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଁଚିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶାହ ପାଖାପାଖି ରାତି 12ଟା ସମୟରେ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ବିମାନ ଯୋଗେ ଆସି ଅବତରଣ କରିଛନ୍ତି। ସ୍ବାଗତ କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ…

ସୁବ୍ରତୋ ବାଗଚୀଙ୍କୁ ନବୀନ ଦେଲେ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁସନରେ ଦକ୍ଷତା ବିକାଶ ବା ବୃଦ୍ଧି ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ସୁବ୍ରତୋ ବାଗଚୀ ଏଣିକି କାମ କରିବେ। ଏଥିପାଇଁ ଶୁକ୍ରବାର ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଗତ ୨୯ ତାରିଖରେ ଓଡ଼ିଶା ଦକ୍ଷତା…

ବିଧାୟକ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା

କଟକ : ଏକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସମୟରେ ହାଜର ନ ହେବାରୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଧାୟକ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କୋର୍ଟ…

ବିଜେବି ସ୍ୱୟଂଶାସିତ କଲେଜରେ ଛାତ୍ରଙ୍କ ମଧ୍ୟରେ ବଚସାରୁ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର: ଶୁକ୍ରବାର ଦିନ ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଙ୍ଘର୍ଷ ହୋଇଥିଲା, ଯେଉଁଥିରେ ତିନି ଜଣ ଯୁକ୍ତ-3 ଛାତ୍ର ଆହତ ହୋଇଛନ୍ତି। କଲେଜ ପରିସରରେ ହୋଇଥିବା ବଚସାରୁ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିବା କୁହାଯାଉଛି, ଯାହା…

ରେଳ ମାନଚିତ୍ରରେ ଯୋଡ଼ି ହେବ ଦେବଗଡ଼ ! ବାରକୋଟ-ଝାରସୁଗୁଡ଼ା ରେଳ ଲାଇନ୍ ପାଇଁ ହେବ ଚୂଡ଼ାନ୍ତ ସର୍ଭେ

ଭୁବନେଶ୍ୱର: ପ୍ରଥମଥର ପାଇଁ ରେଲୱେ ସହ ଯୋଡ଼ି ହେବାକୁ ଯାଉଛି ଦେବଗଡ଼ ଜିଲ୍ଲା । ବାରକୋଟ-ଝାରସୁଗୁଡ଼ା ମଧ୍ୟରେ ନୂତନ ରେଳ ଲାଇନ୍ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମୋଦନ କରିଛି ଭାରତୀୟ ରେଳବାଇ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମତି ମିଳିଥିବା…

ଶିମିଳିପାଳରେ ବିରଳ ବାଘ, କାହିଁକି ଏହାର ରଙ୍ଗ କଳା ?

ଶିମିଳିପାଳ: ସୋସିଆଲ ମିଡିଆରେ ଏକ ବିରଳ ବାଘର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିରଳ ଅନ୍ୟ ବାଘଙ୍କ ଅପେକ୍ଷା ଭିନ୍ନ। କାରଣ ଏହି ବାଘରେ ରହିଛି ଅଧିକ ମେଲାନିନ। ଜଙ୍ଗଲରେ ରହୁଥିବା ବାଘଙ୍କର ଚେହେରା ଅପେକ୍ଷା ଏହା କଳା ରଙ୍ଗର। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ମନୋଜ ପାଣ୍ଡେ…

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା

ଭୁବନେଶ୍ଵର: ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଫଳରେ ଉଭୟ ଶିଳ୍ପ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସାରା ବିଶ୍ୱରେ ଆଜି ବ୍ୟାପକ ପରିବର୍ତ୍ତନ ଆସିଛି। ତେଣୁ ବର୍ତ୍ତମାନର ଚାହିଦା ଅନୁଯାୟୀ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ଜରୁରୀ ହୋଇପଡ଼ିଛି । ଏହି…

ଲା଼ଞ୍ଚ ନେଇ ଗିରଫ ହେବା ପରେ ନିଲମ୍ବିତ ହେଲେ ଦଶମନ୍ତପୁର ଆଇଆଇସି

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ଜୁଲାଇ ୨୮ ତାରିଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ…

ଆପୋଲୋ ହସ୍ପିଟାଲରେ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ସଡ଼଼କ ଦୁର୍ଘଟଣା ନିରାପତ୍ତା ଏବଂ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ପ୍ରଥମ…

ବୁଧବାର ହେବ ବନକଲାଗି ନୀତି, ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଓ ବିବାଦର ଅବସାନ ଘଟିଛି । ଆଜି  ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମାସକୁ ଦୁଇ ଥର ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ । ଯଦି ବୁଧବାର ବିଶେଷ ନୀତି ରହିବ ତାହେଲେ ଗୁରୁବାର…