Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିରବଚ୍ଛିନ୍ନ ସେବା ନାହିଁ, ଶକ୍ତି ବିଭାଗ କହୁଛି ‘ପିପିପି ମୋଡରେ ବିଦ୍ୟୁତ୍ ବିତରଣରେ ଓଡ଼ିଶା ସଫଳ’

ଭୁବନେଶ୍ୱର: ଡହ ଡହ ଖରା, ଘନ ଘନ ବିଦ୍ୟୁତ୍ କାଟ୍ । ତାତିଠୁ ବଳି ଯାଉଛି ବିଦ୍ୟୁତ୍ ଯନ୍ତ୍ରଣା । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଭୁବନେଶ୍ୱରରୁ ବରଗଡ଼, ମାଲକାନଗିରିରୁ ମୟୂରଭଞ୍ଜ ଜଳୁଛି । ତାତି ସହ ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅଘୋଷିତ…

ବାହାନଗା ଟ୍ରେନ ଦୁର୍ଘଟଣା; ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୨ ଛୁଇଁଲା

କଟକ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ । ଏହାକୁ ମିଶାଇ କଟକ ଏସିବିରେ ୪ ଜଣ ଆହତ ଯାତ୍ରୀଙ୍କର ମୃତ୍ୟୁ ଘଟିସାରିଲାଣି । ମୃତ ବ୍ୟକ୍ତିଙ୍କ ନାଁ ପଲତୁ ନସ୍କାର । ମୃତକଙ୍କ ଘର ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳରେ । ପଲତୁଙ୍କ ମୃତ୍ୟୁ ପରେ ବାହନଗା ଟ୍ରେନ…

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି-ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରାଯାଉଛି । ଏହା ପଛରେ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଉଇ ଭଳି ଓଡିଶାକୁ ଖାଇଗଲେଣି । ରାଜ୍ୟର ଶାସନ ଡୋରୀ କାହା ହାତରେ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ…

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି ଘଟଣା, ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବାରିପଦା: ମୟୂରଭଞ୍ଜରେ ମନ୍ତ୍ରୀଙ୍କୁ ବିରୋଧ । ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ…

୨୦ରୁ କମିବ ତାତି, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଟପିଲା ସମ୍ବଲପୁର

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍, ଗରମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିବ । ୩ ଦିନ ଯାଏ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବା ସହ…

୨୨ ବର୍ଷ ଧରି ସରପଞ୍ଚ… ତଥାପି ନାହିଁ ଖଣ୍ଡିଏ ପକ୍କା ଘର, ଚାଳ ଛପର ତଳେ ଗୁଞ୍ଜିଛନ୍ତି ମୁଣ୍ଡ

ନବରଙ୍ଗପୁର: ନାଁ ପୁଷ୍ପଲତା… ନାଁ ଭଳି ତାଙ୍କ ହୃଦୟ ବି ବେଶ୍ କୋମଳ । ୨୨ ବର୍ଷ ଧରି ସରପଞ୍ଚ ହେଉଥିଲେ ବି ତାଙ୍କ ପାଖରେ ଖଣ୍ଡିଏ କୁଡ଼ିଆ ଛଡ଼ା ଆଉ କିଛି ନାହିଁ । ଗରିବ ଗୁରୁବାଙ୍କ ସମସ୍ୟା ସହ ଛିଡ଼ା ହୋଇ ଦୁଃଖ ସୁଖ ବାଣ୍ଟୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ…

ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା; କେଉଁଠି ରଖିବେ ୨ ଚକିଆ, ୪ ଚକିଆ, ଜାଣନ୍ତୁ ପୂରା ବିବରଣୀ

ପୁରୀ:ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇ ତିନି ଠାକୁର  ଶ୍ରୀମନ୍ଦିରରୁ ଯିବେ ଗୁଣ୍ଡିଚାଘର । ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ । ଗହଳଚହଳ ହେଇ ପଡିଲାଣି ବଡଦାଣ୍ଡ ।  ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ବରିଷ୍ଠ ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠୁ ଅଧିକ ୨୦୧ ପ୍ରତିଶତ ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ମିଳିବା ପରେ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ରାମଚନ୍ଦ୍ର ସେନଙ୍କୁ ଭିଜିଲାନ୍ସ ଗିରଫ କରିଛି । ରାମଚନ୍ଦ୍ରଙ୍କ ଠାରୁ ଭିଜିଲାନ୍ସ ଆୟଠୁ ଅଧିକ…

ପ୍ରଶାସନିକ ସେବାଠୁ ଖଣି, ବ୍ୟବସାୟ ସବୁଠି ଦକ୍ଷିଣ ଭାରତୀୟଙ୍କ ରାଜ; ଏହା ଖାଲି ସଂଯୋଗ ନା ସୁଚିନ୍ତିତ ପ୍ରୟାସ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଜଣେ ହେଲେ ବି ଓଡ଼ିଆ ଅଧିକାରୀ ନାହାନ୍ତି ।  ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଅଛନ୍ତି ୩ ଜଣ ଦକ୍ଷିଣ ଭାରତୀୟ ଅଫିସର । ସେତିକି ନୁହେଁ, ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କର…

ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତି: ଆଜି କମିପାରେ ତାପମାତ୍ରା

ଭୁବନେଶ୍ୱର:ଆଷାଢରେ ନିଆଁ ବର୍ଷା । ମୌସୁମୀ ଆସିବାକୁ ତଥାପି ଡେରି ଅଛି । ପ୍ରାକ ମୌସୁମୀ ବର୍ଷା ବି ନାହିଁ । ଅନ୍ୟପକ୍ଷେ ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି । ରାଜ୍ୟରେ ଆହୁରି ୩ଦିନ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ରାଜଧାନୀବାସୀଙ୍କ…