Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଇବର ସୁରକ୍ଷା ଅଭିଯାନ: ବିଭିନ୍ନ ଜିଲ୍ଲାରେ ଗଡ଼ିଲା ସାଇବର ସୁରକ୍ଷା ସଚେତନତା ରଥ

ପୁରୀ/ସୁବର୍ଣ୍ଣପୁର: ବର୍ତ୍ତମାନ ସମାଜରେ ସାଇବର ଅପରାଧ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସାଇବର ଅପରାଧ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସାଇବର ରଥର ପରିକଳ୍ପନା କରାଯାଉଛି। ଆଜି ପୁରୀ ଟାଉନ ଥାନା ସମ୍ମୁଖରୁ ବାହାରିଛି ସାଇବର ସୁରକ୍ଷା ଅଭିଯାନ ରଥ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା…

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ  କରିଥିବାବେଳେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଛି  । ଆଜି ଦଳ ପକ୍ଷରୁ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର କାଳୀ ମନ୍ଦିର ପାଖରୁ କାର୍ଯ୍ୟକ୍ରମ…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତ କରିବେ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଓଡ଼ିଶା ଗସ୍ତ କରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ମଙ୍ଗଳବାର ସକାଳ ୯.୦୫ ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର…

ଅକ୍ଟୋବରରେ ପଡିବ ଦୁଇଟି ପରାଗ: କେଉଁ ଦିନ ପଡିବ କେଉଁ ଗ୍ରହଣ, ଜାଣନ୍ତୁ ପୁରା ବିବରଣୀ

ନୂଆଦିଲ୍ଲୀ:ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟପରାଗ ଅକ୍ଟୋବର ମାସରେ ପଡିବ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଏହା କେବଳ ଏକ ମହାଜାଗତିକ ଘଟଣା । ହେଲେ ଜ୍ୟୋତିଷ ଶାସ୍ତ୍ର କୁହେ ଏହାର ବିଶେଷ ମହତ୍ୱ ରହିଛି । ଯାହା ବି ହେଉ, ଅକ୍ଟୋବର ମାସରେ ପଡିବ ଦୁଇ ଦୁଇଟି ଗ୍ରହଣ ଯଥା…

୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷିବ: ଏହି ସବୁ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ ଝାଡଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସୋମବାର ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।…

ରାୟଗଡାରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଲାଞ୍ଜିଆ ସୌରଙ୍କ ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ

ରାୟଗଡା:  ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ରିଞ୍ଜିତାଲ ଗାଁରେ ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ଗତ ସେପ୍ଟେମ୍ବର ୯ ତାରିଖରୁ ଲାଞ୍ଜିଆ ସୌରା ଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଆଦିବାସୀ ଚିତ୍ରକଳା ରିଜିଂତାଲ ଓ ଆଖପାଖ ଅଞ୍ଚଳର ୫୨ଜଣ କଳାକାର ଏହି ଶିବିରରେ ଯୋଗଦେଇ…

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ

ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ ତନୟା ପଟ୍ଟନାୟକଙ୍କୁ ଦେଇଛନ୍ତି । ଏବେ ସମ୍ବାଦର ନୂଆ…

ତାଲା ଭାଙ୍ଗି ଲୁଟି ନେଲେ ୭ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନାଗହଣା, ଭିଡିଓ ଭାଇରାଲ

ସମ୍ବଲପୁର: ସମ୍ବଲପୁର ଆନନ୍ଦ ବିହାରରେ ବଡ ଧରଣର ଅଘଟଣ । ଏକ କ୍ବାଟରର ତାଲା ଭାଙ୍ଗି ଚୋର ମାନେ ଲୁଟି ନେଇଛନ୍ତି ୭ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା । ଯାହାର ଭିଡିଓ ଭାଇରାଲ ହୋଇଛି  । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ୩ଜଣ ବ୍ୟକ୍ତି ଆସି କ୍ବାଟରର ତାଲା ଭାଙ୍ଗି ସୁନାଗହଣା…

ଯାଜପୁର ପାଣିକୋଇଲିରେ ଅଘଟଣ: ଗ୍ୟାସ୍ ଲିକ୍ ହୋଇ ଶାଶୁ , ବୋହୂ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଏକ ବଡ ଧରଣର ଅଘଟଣ  ।  ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ଲିକ୍ ହୋଇଛି  । ଫଳରେ ଶାଶୁ ବୋହୁ ଙ୍କ ଦେହରେ ନିଆଁ ଲାଗି ଯାଇଛି  । ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି  ।…

ନବରଙ୍ଗପୁରରେ ୨୪ଘଣ୍ଟିଆ ବସ୍ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

ନବରଙ୍ଗପୁର:  ବିନା ଆଲୋଚନା ରେ ସରକାର ଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ  ୨୪ ଘଣ୍ଟିଆ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଆଜି ଜିଲ୍ଲାରେ ୧୨୦ ଟି ବସ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ  ଆସନ୍ତାକାଲି…