Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାଇରାଲ ଅଡିଓ ଘଟଣା, ନିଲମ୍ବିତ ହେଲେ ମହିଳା କନେଷ୍ଟବଳ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବା ପରେ ରବିବାର କେନ୍ଦୁଝର ଜିଲ୍ଲାରେ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ୍ ପ୍ରସିକ୍ୟୁଟର ଅଫିସରେ କାର୍ଯ୍ୟରତ…

ପରପାରିରେ କବି ଜୟନ୍ତ ମହାପାତ୍ର

କଟକ : ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ଗତ କଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ନିମୋନିଆରେ ଆକ୍ରାନ୍ତ ହେବା ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ…

‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ ଖୁବଶୀଘ୍ର ଆରମ୍ଭ ହେବ ଡାକ ଟିକଟ: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ‘ଗଡଜାତ ଗାନ୍ଧୀ’ ପୁଣ୍ୟାତ୍ମା ସାରଙ୍ଗଧର ଦାସଙ୍କ ପବିତ୍ର ଜନ୍ମମାଟି ହରେକୃଷ୍ଣପୁରଠାରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଓ କଳସ ଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା,…

ମହିଳା ଓ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ତିନି ଦିନିଆ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। "ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା" ଏବଂ "ୟୁନିସେଫ"ର ମିଳିତ…

ସରକାରଙ୍କ ଅଣଦେଖା ନୀତି ଭୋଟ୍ ବର୍ଜନ କରିବାର କାରଣ ସାଜିପାରେ

ରାୟଗଡା: ରାସ୍ତା ମରାମତି ପାଇଁ  ବାରମ୍ବାର କହିଲା ପରେ ନିରାଶ ହୋଇ ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ତୁଟିଯିବା ପରେ ବାଧ୍ୟ ହୋଇ ଶ୍ରମଦାନ କରି ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମ ବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା…

ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ  ମୁଷ୍ଟିଯୁଦ୍ଧ ଦିବସ ପାଳିତ

ପୁରୀ: ସ୍ଥାନୀୟ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ  ମୁଷ୍ଟିଯୁଦ୍ଧ ଦିବସ ପାଳନ କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଠାରେ  ଦ୍ୱୀପ  ପ୍ରଜ୍ଜ୍ୱଳନ କରି ଖେଳାଳୀ ମାନେ ସହର ପରିକ୍ରମା ଶେଷ କରି ପୁରୀ ଷ୍ଟାଡିୟମରେ ପହଁଚିଥିଲେ। ଏହା ପରେ ଆନୁଷ୍ଠାନିକ ଭାବେ ସଭା…

ବାରମ୍ବାର ପରାଜୟକୁ ପାସୋରି ଦେଉଛନ୍ତି ମନମୋହନ: ବିଜେଡି

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଲକ୍ଷରେ ରଖି ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି। ଶାସକ ଓ ବିପୋରିତ ଦଳ ଉଭୟ ଉଭୟଙ୍କୁ କରୁଛନ୍ତି ଟାର୍ଗେଟ। ଏହାରି ଭିତରେ ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ବିଜେପିକୁ ପରାଜୟ ସମ୍ପର୍କରେ ମନେ ପକାଇ ଦେଇଛନ୍ତି। ଲେନିନ୍‍ ମହାନ୍ତି କହିଛନ୍ତି,…

ଆଇଆଇପିଏ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ଗୋପବନ୍ଧୁପ୍ରଶାସନିକ ଏକାଡେମୀ (ଜିଏଏ) ମଧ୍ୟରେ ଏକ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷରିତ ହୋଇଯାଇଛି। ଏହି ଦପଇ ଅନୁଷ୍ଠାନ ମଧ୍ୟରେ ଏକ ସହଯୋଗୀ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଜିଏଏର…

ମହିଳା କଳାକାରଙ୍କୁ ଅଶ୍ଳୀଳ ଭିଡିଓ କଲ କରି କଳାକାର ଗିରଫ

କଟକ: ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର କିଛି ମହିଳା କଳାକାରଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ଅଭିଯୋଗରେ ରବିବାର କଟକରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ମିଥୁନ ଭୋଇ ନାମକ ଏହି ଅଭିଯୁକ୍ତ ଜଣକ ଇଣ୍ଡଷ୍ଟ୍ରିରେ ସହଯୋଗୀ କଳାକାର ଭାବେ ଖଳ ଚରିତ୍ରରେ ଅଭିନୟ କରନ୍ତି।…

ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କି ଲଢିବେ ନିର୍ବାଚନ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀରୁ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ପୂର୍ବତନ ହକି ତାରକା ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି।…