Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୁଢାପଡା ସ୍କୁଲ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ: ୪ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଲମ୍ବିତ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୁଢାପଡା ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ  ।  ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି  । ଏହି ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଗତକାଲି ସ୍କୁଲ ପାଖ ଏକ ନାଳରେ ବୁଡି ଜଣେ ତୃତୀୟ ଶ୍ରେଣୀ ଛାତ୍ରର…

ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ତୁରନ୍ତ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଏସପି

ପୁରୀ : ପୁରୀ ମେଡିକାଲ କଲେଜ ରାଗିଂ ଘଟଣାକୁ ନେଇ ବଢିଛି ଚର୍ଚ୍ଚା । ତେବେ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ…

ଜିଲ୍ଲା ମାନ୍ୟତା ଦାବି : ଆଜି ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ବିଶେଷ କରି ତୁରେଇକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜିରେ ଏହାର…

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହଜି ଯାଇଛି ୧୨ ହଜାର ପ୍ରଜାତିର ଦେଶୀ ଧାନ ବିହନ

ରାୟଗଡ଼ା: ରାଜ ରାଜୁଡା ଶାସନ କାଳରେ ଦେଶୀ ଧାନ ବିହନର ବେସ ଚାହିଦା ରହିଥିଲା। ହେଲେ ଧୀରେ ଧୀରେ ରାଜ ରାଜୁଡା ଶାସନ ଲୋପ ପାଇବା ସାଙ୍ଗକୁ ଦେଶୀ ଧାନ ବିହନ ମଧ୍ୟ ବିଲୁପ୍ତ ହେଇଯାଇଛି। ସେତେବେଳର ଜୟପୁର ରାଜତନ୍ତ୍ର ଶାସନ ଅର୍ଥାତ୍ ବର୍ତ୍ତମାନର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ…

ପୋଲିସକୁ ଆକ୍ରମଣ ଅଭିଯୋଗ, ମା-ଝିଅ ଗିରଫ

ସୋର: ରବିବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଜଣେ ଘୋଷିତ ଅପରାଧୀର ପରିବାର ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲା। ଏହି ଘଟଣାରେ ପୁଲିସ ଆଜି ଅଭିଯୁକ୍ତର ସ୍ତ୍ରୀ ଓ ଝିଅକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ମଞ୍ଜୁଲତା…

ବଢ଼ିଲା ଗୋପାଳପୁର ବିଧାୟକଙ୍କ ଅଡ଼ୁଆ, ଠକେଇ ମାମଲାରେ ଦାଖଲ ହେଲା ଚାର୍ଜଫ୍ରେମ୍

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିଲା। ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଆଜି ସ୍ୱତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ଓଡ଼ିଶା କ୍ୟାଡରର…

ବୋହିଲାଣି ନିର୍ବାଚନୀ ହାଓ୍ୱା, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ତିନି ଦଳ ଆରମ୍ଭ କଲେ ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ବୋହିଲାଣି ନିର୍ବାଚନୀ ହାଓ୍ୱା। ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶାର ତିନି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଯୁବ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ସେତିକି ଜୋରଦାର ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି।…

5-ଟିରେ ସାମିଲ ହେଲା ଖୋର୍ଦ୍ଧାର ୭୦ଟି ଯୁକ୍ତ ଦୁଇ ଓ ୩୮ଟି ଡିଗ୍ରୀ କଲେଜ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ୭୦ଟି ଯୁକ୍ତ ଦୁଇ ଓ ୩୮ଟି ଡିଗ୍ରୀ କଲେଜକୁ ଫାଇଭ-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ। ଏଥିପାଇଁ ୬୬.୭୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।…

୮୩୭କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ ୨୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ଅନୁଷ୍ଠିତ ୧୨୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ…

ଚିତ୍ରକୋଣ୍ଡାରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି। ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ,…