Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ଠିକ ସମୟରେ ପେନସନ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଆବଶ୍ୟକ କାଗଜ ପତ୍ର ପୂରଣରେ…

ମେଡିକାଲ କଲେଜର ଛାତ୍ର କଲ୍ୟାଣ ପାଣ୍ଠିକୁ ସରକାର ଦେବେ ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ମେଡିକାଲ କଲେଜ ଓ ଡେଣ୍ଟାଲ କଲେଜର ଛାତ୍ର କଲ୍ୟାଣ ପାଣ୍ଠି ପାଇଁ ୮ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଏହି ପାଣ୍ଠି…

ଅନ୍ୟ ଜାତିରେ ଝିଅ ବିବାହ କରିଥିବାରୁ ଗାଁରୁ ବାସନ୍ଦ ପରିବାର, ପୁଲିସ ଶୁଣୁନଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ରହୁଥିବା ଏକ ପରିବାରର ଜଣେ ଝିଅ ଜାତି ବାହାରେ ବିବାହ କରିବା ପରେ ତାଙ୍କ ଗାଁ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ ରହୁଥିବା ରମ୍ଭା ଦଳେଇଙ୍କ ତିନି ଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହ ଅନ୍ୟ ଜାତିର…

ମହାପ୍ରଭୁଙ୍କ ନାଁରେ ଅନ୍ ଲାଇନ ଠକେଇ, ଉତ୍ସବ ପରେ ଯୋଡ଼ିହେଲା ‘ଶାଲିଗ୍ରାମ ଶାଳ’

ପୁରୀ: ଜଗନ୍ନାଥଙ୍କ ନାଁରେ ଭକ୍ତଙ୍କୁ ଠକିବା ପାଇଁ ସୋସିଆଲ ମିଡିଆ ଏବେ ଠକେଇକାରୀଙ୍କ ନୂଆ ପ୍ଲାଟଫର୍ମ ପାଲଟିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ବାହାନାରେ ‘ଶାଲିଗ୍ରାମ ଶାଳ’ ନାମକ ଏକ ନୂଆ ଓ୍ବେବସାଇଟ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା…

ମହାରାଷ୍ଟ୍ର ଭଳି ଓଡ଼ିଶାରେ ରାଜନୈତିକ ହଟଚମଟ ହେବ କି? ଜବାବ ରଖିଲେ ତାରା

ଭୁବନେଶ୍ୱର: ରବିବାର ହଠାତ ମହାରାଷ୍ଟ୍ର ରାଜନୀତିରେ ଯେଉଁଭଳି ହଟଚମଟ ହେଲା ବା ସ୍ଥିତି ଉପୁଜିଲା, ସମାନ ଅବସ୍ଥା ଓଡ଼ିଶା ରାଜନୀତିରେ ହେବ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ଜୟପୁର ବିଧାୟକ ବାହିନୀପତି। ଯେଉଁଠି ବିଜେପି ଦୁର୍ବଳ ହେଉଛି କିମ୍ବା ପ୍ରତିପକ୍ଷ ଦଳକୁ ଦୁର୍ବଳ…

ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ ହେଲଥ ସାଇନ୍ସେସ ତରଫରୁ ୨ ଜୁଲାଇ ୨୦୨୩ରେ  କମ୍ୟୁନିଟି ଡାଇଗ୍ନୋସ୍ଟିକ ସେଣ୍ଟରରେ ଏକ ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ ଓ ଲୋକାର୍ପଣ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ସମ୍ ପ୍ରଫେସର ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ

ଭୁବନେଶ୍ୱର: ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ…

ମା’ ରମାଦେବୀ ଚେୟାରର ଶୁଭାରମ୍ଭ

ଭୁବନେଶ୍ୱର: ମହିଳାମାନଙ୍କ ଚିରନ୍ତନ ବିକାଶ, ସଶକ୍ତିକରଣ ସମେତ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ମା’ ରମାଦେବୀ ଚେୟାର । ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ଉପରେ ଏହି ଚେୟାର ପ୍ରାଧାନ୍ୟ ଦେବ । ମା’ ରମାଦେବୀ…

ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ

ଭୁବନେଶ୍ୱର: ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ଜୁନିୟର ଛାତ୍ରଙ୍କୁ ନିଜ ରାଜନୈତିକ ଦଳରେ ସାମିଲ କରାଇବା ପାଇଁ ବରିଷ୍ଠ ଛାତ୍ରଙ୍କ ଏକ ଗୋଷ୍ଠୀ ଉଦ୍ୟମ କରିବାରୁ ଏହି ଗଣ୍ଡଗୋଳ ସୃଷ୍ଟି…

ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ମାସେ, ଏବେ ବି ହସ୍ପିଟାଲରେ ପଡି ରହିଛି ୫୨ରୁ ଊର୍ଦ୍ଧ୍ୱ ମୃତ ଦେହ

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଘଟଣାର ମାସକ ପରେ ବି ଭୁବନେଶ୍ୱର ଏମ୍ସରେ ୫୦ରୁ ଊର୍ଦ୍ଧ୍ୱ ମୃତ ଦେହ ପଡ଼ି ରହିଛି। ଏହି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଶବ ରହିଥିଲା, ସେଥିମଧ୍ୟରୁ ୨୯ଟି ଶବକୁ ଡିଏନ୍ଏ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୨୨ଟି ଶବ ବ୍ୟବଚ୍ଛେଦ…