Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌ର ନର୍ସମାନଙ୍କ ସେବା ଅତୁଳନୀୟ: ଶାଶ୍ୱତୀ ଦାସ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…

ସ୍ୱର୍ଣ୍ଣ ପଦକ ବିଜୟିନୀ କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ସମ୍ବର୍ଦ୍ଧନା

ବଡ଼ବିଲ: ଯୋଡା-ବଡ଼ବିଲ ଅଞ୍ଚଳର ଉଦୟମନ କ୍ରୀଡ଼ା ପ୍ରତିଭା କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ, “ମସ୍କୋ ଉଷୁ ଷ୍ଟାର୍ସ ୨୦୨୩ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ”ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ଲାଣ୍ଟ ସ୍ଥିତ ଅଡିଟୋରିଅମରେ ଆଜି ସମ୍ବର୍ଦ୍ଧିତ କରିଛନ୍ତି ଜେଏସପି ପେଲେଟ୍ ପ୍ଲାଣ୍ଟ ୟୁନିଟ୍…

ସିବିଏସ୍ଇ ରେଜଲ୍ଟରେ କିଟ୍ ଇଣ୍ଟରନ୍ୟାସାନାଲ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦ୍ୱାଦଶ ଶ୍ରେଣୀ ସ୍କୁଲ୍‍ର ଛାତ୍ରୀ…

ବାଚସ୍ପତି ପରେ ଦୁଇ ମନ୍ତ୍ରୀଙ୍କ ଇସ୍ତଫା, ଦିଲ୍ଲୀରୁ ଫେରିଲେ ନବୀନ ଗଢ଼ିବେ ନୂଆ ଟିମ୍!

ଭୁବନେଶ୍ୱର: ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେରିଲେ ହେବ ମନ୍ତ୍ରିମଣ୍ଡଳ ଅଦଳ ବଦଳ। ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦେବା ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କେଉଁ…

ବାଚସ୍ପତିଙ୍କ ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ମନ୍ତ୍ରୀ

ଭୁବନେଶ୍ୱର: ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏଥିସହ ପଢ଼ନ୍ତୁ: ବାଚସ୍ପତି ପଦରୁ…

ସାରଙ୍କ ଚାପୁଡା ସହିନପାରି ଛାତ୍ରର ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱରରେ ଥିବା ଏକ ଆଇଟିଆଇ କଲେଜରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲାର ବାସିନ୍ଦା ତଥା କଲେଜରେ ଛାତ୍ର ରୁଦ୍ର ମାଧବ ରଣାଙ୍କୁ ଶୁକ୍ରବାର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଭବାନୀ…

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ଆରୁଖ ଆହୁରି କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି ।…

ଲାଞ୍ଚ ମାଗିବା ଅଭିଯୋଗରେ ଜୁନିୟର ଷ୍ଟେନୋଗ୍ରାଫର ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ଜୁନିୟର ଷ୍ଟେନୋଗ୍ରାଫର ଗିରଫ । ୪୮ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଗିରଫ କରିଛି। ଆଇଟି ବିଭାଗ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଏକ ସେଣ୍ଟରରେ ପରମାନେଟ ରିଟାୟପମେଣ୍ଟ ପାସବୁକ ନମ୍ବର…

ରୟାଲ ଟାଇଗର ମୁଁ…ଭୋକରେ ମରିଯିବ କିନ୍ତୁ ଘାସ ଖାଇବିନି-ତାରା ବାହିନୀପତି

ଭୁବନେଶ୍ୱର: ଭାଲୁ ବାହିନୀ ପତି ରୟାଲ ଟାଇଗର  । କେବେ କେଉଁ ଦଳକୁ ଯିବାର ନାହିଁ ।  ରୟାଲ ଟାଇଗର ମୁଁ  । କୂତା ହେବାର ନାହିଁ । ଶେର ଭୁକା ମରଯାଏଗା, ଲେକିନ ଘାସ ନେହିଁ ଖାଏଗା । କୋଇ ମାଇକାଲାଲ ନେହିଁ ବୋଲେଗା କି ହମ କିସ ଦଲ ମେ ମିଲ ଜାଏଗା।’ ଆଜି ଏମିତି କହି ବର୍ଷିଛନ୍ତି କଂଗ୍ରେସ…

ଲାଞ୍ଚ ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍

ଅନୁଗୁଳ: ଦଣ୍ଡିତ ହେଲେ କନିଷ୍ଠ କିରାଣି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପଙ୍କଜିନି ବିଶ୍ୱାଳଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜରିମାନା ଅନାଦେୟ ରହିଲେ ଆଉ ୨…