Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କାଟକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ୯ ମିନିଟ୍ ଧରି ବିଦ୍ୟୁତ କାଟ ହେବା ପରେ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପି ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଆସୁଛି । ଏ ଏଭିଯୋଗ କରିବା ସହ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ଓଡ଼ିଶା ବିଜେପିର ବରିଷ୍ଠ ନେତା ଖୋଦ୍ କେନ୍ଦ୍ର…

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର…

ହୃଦରୋଗର ସର୍ବଶେଷ୍ଠ ବିକାଶ ପ୍ରଦର୍ଶନ ପାଇଁ ଆମ୍ରି ହସ୍ପିଟାଲରେ କାର୍ଡିଆକ୍ କନକ୍ଲେଭ୍

ଭୁବନେଶ୍ବର: ଶନିବାର ଦିନ ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ହୃଦରୋଗର ସର୍ବଶେଷ୍ଠ ବିକାଶ ପ୍ରଦର୍ଶନ ପାଇଁ ଆମ୍ରି ହସ୍ପିଟାଲରେ କାର୍ଡିଆକ୍ କନକ୍ଲେଭ୍ ଆୟୋଜନ ଆୟୋଜନ କରା ଯାଇଥିଲା । କାର୍ଡିଆକ୍, ଇଣ୍ଟରଭେନସନାଲ କାର୍ଡିଓଲୋଜି ଏବଂ ହୃଦ୍‌ରୋଗ ପ୍ରଣାଳୀ ଉପରେ ପୂର୍ବ ଭାରତର ସବୁଠାରୁ ବଡ଼…

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ- ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ମେ’ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରବିବାର ଏକ ସାକ୍ଷାତକାରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ।…

ହିଂସାଗ୍ରସ୍ତ ମଣିପୁରରୁ ୧୦ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରିଲେ

ଭୁବନେଶ୍ୱର:ଇମ୍ଫାଲସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡ଼ିଆ ଛାତ୍ର ମଣିପୁର ହିଂସାକୁ ଦୃଷ୍ଟିରେ ରଖି ଓଡ଼ିଶା ଫେରି ଆସିଛନ୍ତି । ସେମାନେ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଆଜି ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ।…

ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ; ତା’ ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ

ଭୁବନେଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଦେଖା ଦେଇଥିବା ଘୂର୍ଣ୍ଣି ବଳୟ ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ରବିବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହା ୯ ତାରିଖ ଅଧିକ ଘନିଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଲଘୁଚାପ…

ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା, ବସ୍‌ ହକରଙ୍କୁ ନିର୍ମମ ଭାବେ କଲେ ହତ୍ୟା   

ବ୍ରହ୍ମପୁର : ରେଶମ ନଗରୀରେ ପୁଣି ବୁଲିଲା ଖଣ୍ଡା। ଗଡ଼ିଲା ମୁଣ୍ଡ, ବୋହିଲା ରକ୍ତର ନଦୀ। ବଡ଼ବଜାର ଥାନା ଆଚାର୍ଯ୍ୟ ବିହାରରେ ହତ୍ୟାକାଣ୍ଡ । ରାସ୍ତା ଉପରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ବଡ଼ବଜାର ଥାନା ଅନ୍ତର୍ଗତ…

ବନ୍ତଳା ବନାଞ୍ଚଳ ତଳଗଡ଼ରେ ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ଅନୁଗୁଳ : ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଭୋର ୫ଟାରେ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ…

ଆଜି କମ୍ପିବ ଝାରସୁଗୁଡ଼ା, ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା : ପାଖେଇ ଆସିଲାଣି ଝାରସୁଗୁଡ଼ା ନିର୍ବାଚନ । ଭୋଟରଙ୍କୁ ମନାଇବାକୁ ସବୁ ଦଳ ମନାଇଛନ୍ତି ମାରାଥନ୍‌ ପ୍ରଚାର । ଆଜି ଦୁଲୁକିବ ମୈଦାନ । ଝାରସୁଗୁଡ଼ାରେ ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିବ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ…