Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ତିନି ଜିଲ୍ଲା ଭିଜିବ

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ପାଇଁ ପାଣିପାଗର ସତର୍କ ସୂଚନା । ରାଜ୍ୟର ତିନି ଜିଲ୍ଲା ପାଇଁ ରହିଛି ବର୍ଷା ସମ୍ଭାବନା । ଭୁବନେଶ୍ୱର ପାଣିପାଗ ପକ୍ଷରୁ ଦିଆ ଯାଇଛି ଏପରି ସୂଚନା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ଆଗାମୀ ୩…

ବଡମ୍ବା ହାଜତ ମୃତ୍ୟୁ ମାମଲା, କଟକ ଜିଲ୍ଲାପାଳ ଏବଂ ପିସିସିଏଫଙ୍କୁ ଏନଏଚଆରସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବଡ଼ମ୍ବା ଜଙ୍ଗଲ ବିଭାଗ ହାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର କଟକ ଜିଲ୍ଲାପାଳ ଏବଂ ପିସିସିଏଫ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।…

ଛାତ ଉପରୁ ଖସି ପଡିଲେ ଡାକ୍ତରୀ ଛାତ୍ର; ଚାଲିଗଲା ଜୀବନ

ବାଲେଶ୍ୱର: ବଲାଙ୍ଗୀର ସହରରେ ଗତକାଲି ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା  । ଏହାର ୨୪ ଘଣ୍ଟା ପୂରିନି । ବାଲେଶ୍ୱରରେ ପୁଣି ଜଣେ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । ଡାକ୍ତରୀ ଛାତ୍ର ଜଣକ ଛାତରୁ ଖସି ପଡି…

ଜମୁଛି ସାହିଯାତ: ଆଜି ଯଜ୍ଞରକ୍ଷା, ନାକକାନ ପ୍ରସ୍ତାବ ଓ ନିଶାଣ ଯାତ୍ରାରେ କମ୍ପିବ ପୁରୀର ଗଳି

ପୁରୀ:ଜମୁଛି ସାହିଯାତ । ଚିରାଚରିତ ଓ ପାରମ୍ପରିକ ହେଲେ ବି ଆଗ୍ରହ କମିନି କି ଉତ୍ସାହ ମରିନି । ପୁରୀରେ ଗଳିଗଳିରେ ସାହି ଲୋକ ଏବେ ବି ଚାହିଁଛନ୍ତି ସାହିଯାତକୁ ଦେଖିବା ପାଇଁ । ଶ୍ରୀରାମ ନବମୀ ତିଥିରେ ପୁରୀରେ ଆରମ୍ଭ ହୋଇଛି ସାହିଯାତ । ଗତକାଲି କାଳିକାଦେବୀ ସାହିରୁ ଆରମ୍ଭ ହୋଇଥିଲା…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ଜାପାନ ଗସ୍ତରେ ଯିବେ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ମଧ୍ୟରେ ଏପ୍ରିଲ ୩ରୁ ରାଜ୍ୟ ପାଇଁ ପୁଞ୍ଜିନିବେଶ ପାଇଁ ଏକ ସପ୍ତାହ ପାଇଁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୯ ତାରିଖରେ ସେ ନୂଆଦିଲ୍ଲୀ ଦେଇ ଭୁବନେଶ୍ୱର ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ ୩ରୁ…

ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଗଛରେ ପିଟି ହେଲା ବାଇକ୍; ୩ ମୃତ

ଓଡ଼ଗାଁ: ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଗଛରେ ପିଟି ହେଇଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ। ମୃତକମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ସ୍କୁଲ ସାହିର…

ରାଜ୍ୟରେ ୨୪ ଘଣ୍ଟାରେ ୪୪ ପ୍ରତିଶତ କରୋନା ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ପୁଣିଥରେ ମୁଣ୍ଡ ଟେକିଛି। ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୪୪ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ବୁଧବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ସଂକ୍ରମିତଙ୍କ…

୧୨ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା‌ ଝଡ଼ ପ୍ରଭାବରେ ଶୁକ୍ରବାର ୧୨ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ପଶ୍ଚିମାଝଡ଼ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ଏପ୍ରିଲରୁ ମହଙ୍ଗା ହେବ ମଦ ଦର, ଅବକାରୀ ନୀତିରେ ନୂଆ କ’ଣ?

ଭୁବନେଶ୍ୱର: ଏପ୍ରିଲ ୧ରୁ ରାଜ୍ୟରେ ମଦ ଦର ୫ରୁ ୧୦ ପ୍ରତିଶତ ବଢ଼ିବାକୁ ଯାଉଛି। ସରକାର ଲାଇସେନ୍ସ ଓ ଆପ୍ଲିକେସନ ଫି' ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୩-୨୪ ପାଇଁ ନୂଆ ଅବକାରୀ ନୀତିରେ ଯୋଗାଣକାରୀ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ସାମିଲ କରାଯାଇଛି। ଗୁରୁବାର ଅବକାରୀ ବିଭାଗର…

ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍, ବରିଷ୍ଠ ଅଧିକାରୀଙ୍କୁ ସମନ୍ କରିବ ସିବିଆଇ!

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି। ଦୁଇଟି ଟିମର ୮ ଜଣ ଅଧିକାରୀ ଆସି ଏହି ରେଡ୍ କରିବା ସହିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ…