Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର: ହିନ୍ଦୋଳ ଓ ଅତାବିରା ଏନଏସି କାଉନସିଲର ଅଧ୍ୟକ୍ଷ ପାଇଁ ଏପ୍ରିଲ ୩ ତାରିଖରେ ମତଦାନ ହେବ। ଓଡ଼ିଶା ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଡିସେମ୍ବରରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି। ଭାରତୀୟ…

ସ୍କୁଲରେ ସମସ୍ତ ମୌଳିକ ସୁବିଧା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସ୍କୁଲରେ ମୌଳିକା ସୁବିଧା ଯୋଗାଇ ଦେବାକୁ ହୋଇଥିବା ଏକ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡିକରେ ମୌଳିକ ସୁବିଧା ବ୍ୟବସ୍ଥା ହେବା ଆବଶ୍ୟକ। ସ୍କୁଲରେ ପିଇବା…

ପିଏମ୍ ଆବାସରେ କେନ୍ଦ୍ର ଓଡ଼ିଶାକୁ ଅଣଦେଖା କରୁଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରତି କେନ୍ଦ୍ରର ବୈମାତୃତ ମନୋଭାବକୁ ବିରୋଧ କରି ମଙ୍ଗଳବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଏହି ବିକ୍ଷୋଭ…

ନକଲି ଝାଡା ଔଷଧ ବିକ୍ରି କରି ଜେଲ୍ ଗଲେ ଔଷଧ ବ୍ୟବସାୟୀ

କଟକ: ନକଲି ଝାଡା ଔଷଧ (ଓ-୨) ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍ ଗଲେ ବ୍ୟବସାୟୀ ବିଜୟ ଅଗ୍ରଓ୍ୱାଲ। କଟକ ଚାଉଳିଆଗଞ୍ଜରେ ଓ-୨ ଔଷଧର ଡିଷ୍ଟ୍ରିବ୍ୟୁଟର ରହିଛନ୍ତି। କିନ୍ତୁ ଅଧିକ ଲାଭ ଆଶାରେ ସେ ରାଜ୍ୟ ବାହାରୁ ଯେମିତିକି ମଧ୍ୟପ୍ରଦେଶର ଭୋପାଳ, ଉତ୍ତର ପ୍ରଦେଶର ମିରଟ ଓ ଦିଲ୍ଲୀର ଏସବୁ…

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏତଲା, ସାରା ରାତି ବିଜେପି ଦେଲା ଧାରଣା

ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ନେତାଙ୍କୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ବିଜେପି। ବିଜେପି ନେତ୍ରୀ ଅପରାଜିତା ବଡ଼ଜେନାଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି। ସାଧା ପୋଷାକରେ ଆସି ପୋଲିସ କର୍ମୀ ଆକ୍ରମଣ କରିଥିବା…

ବିଜେଡି ଏକ ନାଟକ ପ୍ରିୟ ଦଳ, ଶ୍ରୀମୟୀଙ୍କୁ ନ୍ୟୁଜଗୁଡାକ ସିରିଏଲ ଲାଗୁଛି: ବିଜେପି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଅଭ୍ୟାସଗତ ଅପରାଧୀ ଏବଂ ମାନସିକ ଭାରସାମ୍ୟ ହରାଇଥିବା କହିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଏହାକୁ ବିରୋଧ କରି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ କଡ଼ା ଜବାବ ଦେଇଛି ବିଜେପି। ଦଳ କହିଛି, ଅଭିନୟ ଜଗତରୁ ଆସିଥିବା…

ବିକ୍ଷୋଭ ବେଳେ ଇରାସିସ୍ ଆଚାର୍ଯ୍ୟଙ୍କ ସହ ବିଜେପିର ୨୨ କର୍ମକର୍ତ୍ତା ଗିରଫ

ଭୁବନେଶ୍ୱର: ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା ସମ୍ମୁଖ ଲୋୟର ପିଏମଜି ରାସ୍ତା । ଶତ୍ରୁ ସହ ଲଢ଼ିବା ଭଳି ରାଜଧାନୀର ଛାତି ଉପରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଧସ୍ତାଧସ୍ତି, ଉତ୍ତେଜନାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ବିଜେପି…

ମାର୍ଚ୍ଚରୁ ମେ ଅସହ୍ୟ ତାତି

ଭୁବନେଶ୍ୱର: ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ । ଉତ୍ତରପୂର୍ବ, ପୂର୍ବ ଏବଂ କେନ୍ଦ୍ରୀୟ…

ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ୧ମ, ସମ୍ମମ୍ ଇମର୍ଜିଂ କ୍ୟାଟେଗୋରୀରେ ୧ମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଟାଇମ୍ସ ଅଫ୍ ଇଣ୍ଡିଆ ପ୍ରାୟୋଜିତ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଂ ସର୍ଭେ -୨୦୨୩ରେ ଭୁବନେଶ୍ୱରରେ ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ମନୋନୀତ…

ସମସ୍ୟା ଓ ଆହ୍ୱାନ ଉପରେ ଆଲୋଚନା ପାଇଁ ଖଣି ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ

ଭୁବନେଶ୍ୱର: ଦିଲ୍ଲୀର ରିସର୍ଚ୍ଚ କନସଲଟାନ୍‌ସି ମେଟାଲଜିକ୍ ପିଏମ୍‌ଏସ୍ ପକ୍ଷରୁ ସହରର ଏକ ହୋଟେଲ୍‌ରେ ‘ଭାରତରେ ଖଣିରେ ସହଜ ବ୍ୟବସାୟ ବାତାବରଣ’ ଉପରେ ଏକ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଦେଶର ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ହାତ ମିଳାଇବା ଲାଗି ସମସ୍ତ ଅଂଶୀଦାରଙ୍କୁ…